
ଭୁବନେଶ୍ୱର:୨୦/୧୧-ଓଡ଼ିଶା ବିଧାନସଭାରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକତନ୍ତ୍ରର ଏହି ପବିତ୍ର ଗୃହର ଗରିମା, ପାରଦର୍ଶିତା ଓ ଜନସେବାର ଆଦର୍ଶକୁ ସଦା ସର୍ବଦା ଉଚ୍ଚରେ ରଖି ନୂଆପଡ଼ାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣରେ ସେ ନିଷ୍ଠା ସହ କାର୍ଯ୍ୟ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ। ବିଧାୟକଙ୍କ ପ୍ରତିଟି ପଦକ୍ଷେପ ନୂଆପଡ଼ାର ଉନ୍ନତି, ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ସମୃଦ୍ଧି ପାଇଁ ନୂତନ ମାର୍ଗ ପ୍ରଶସ୍ତ କରୁବୋଲି ସେ ଆଶ ପ୍ରକାଶ କରିଛନ୍ତି। ନୂଆପଡ଼ାର ବିକାଶ କ୍ଷେତ୍ରରେ ଆଗାମୀ ଦିନରେ ମୋର ପୂର୍ଣ୍ଣ ସହଯୋଗ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।