• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିରେ ରହିଛି ଡକ୍ଟର ମହତାବଙ୍କ ସ୍ପର୍ଶ-ମୋହନ

Share on FacebookShare on TwitterShare on Whatsapp

ଭୁବନେଶ୍ୱର :୨୧/୧୧ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ତଥା ଜନନାୟକ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୬ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଡକ୍ଟର ମହତାବ ଓଡ଼ିଶାବାସୀଙ୍କ ପାଇଁ କେବଳ ଏକ ନାମ ନୁହେଁ, ଏହା ବିକାଶ ପାଇଁ ଏକ ଚିନ୍ତାଧାରା ଓ ପ୍ରେରଣା। ଡକ୍ଟର ମହତାବଙ୍କ ଜୀବନୀକୁ ଆଧାର କରି ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ଏବଂ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତା ପ୍ରତଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସେ ‘ମହତାବ ଓ ପ୍ରଜାତନ୍ତ୍ର ସମ୍ପାଦକୀୟ’, ‘ମହତାବ ଜୟନ୍ତୀ ସ୍ମାରକୀ ୨୦୨୫’, ‘ହରେକୃଷ୍ଣ ମହତାବ’, ‘ମହତାବ ଜୟନ୍ତୀ ସ୍ମାରକୀ’ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ସେ କହିଥିଲେ ଯେ, ଆଜି ଆମେ ଆଧୁନିକ ଓଡ଼ିଶାରେ ଯେତେବେଳେ ହୀରାକୁଦ ନଦୀବନ୍ଧ, ରାଜଧାନୀ ଭୁବନେଶ୍ୱର, ରାଉରକେଲା ଇସ୍ପାତ କାରଖାନା, ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଶା ହାଇକୋର୍ଟ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, କଟକ ରେଡିଓ ଷ୍ଟେସନ ଇତ୍ୟାଦିକୁ ନେଇ ଯେଉଁ ଗର୍ବ କରୁଛେ ସେସବୁ ଗୌରବମୟ କୀର୍ତ୍ତି ପଛରେ ଡକ୍ଟର ମହତାବଙ୍କ ସ୍ପର୍ଶ ଲୁଚି ରହିଛି। ଡକ୍ଟର ମହତାବ କେବଳ ସ୍ୱପ୍ନ ଦେଖିନଥିଲେ। ସେ ଜଣେ କର୍ତ୍ତା ଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ଆଦର୍ଶକୁ କାର୍ଯ୍ୟରେ ପରିଣତ କରିଥିଲେ। ସେ ଜାଣିଥିଲେ ଯେ କେବଳ ରାଜନୈତିକ ସ୍ୱାଧୀନତା ଯଥେଷ୍ଟ ନୁହେଁ, ପ୍ରକୃତ ସ୍ୱାଧୀନତାର ଅର୍ଥ ହେଉଛି କ୍ଷୁଧା, ଦାରିଦ୍ର‌୍ୟ, ରୋଗ ଏବଂ ଅଜ୍ଞତାରୁ ମୁକ୍ତି। ସେ ରାଜ୍ୟରେ ଯୋଜନାବଦ୍ଧ ବିକାଶର ମୂଳଦୁଆ ପକାଇଥିଲେ।
ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମ ସରକାରଙ୍କ ଯାତ୍ରାରେ ଆମେ ନିରନ୍ତର ଏପରି ନେତାମାନଙ୍କଠାରୁ ଶକ୍ତି ପାଇଥାଉ। ଦାରିଦ୍ର‌୍ୟ ବିରୁଦ୍ଧରେ ଲଢ଼ିବା, ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା, ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା, ଏବଂ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଆଣିବା, ଶିଳ୍ପ କ୍ଷେତ୍ରରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତୁତି ମାଧ୍ୟମରେ ଭିତ୍ତିଭୂମି ସୁଦୃଢ କରିବା ଓ ଜଳସେଚନ ଏବଂ ଜୀବିକା ସୁରକ୍ଷା ଆଣିବା। ଏହା ସହିତ ସମୃଦ୍ଧ କୃଷକ ଯୋଜନା, ମାଧ୍ୟମରେ କୃଷକ ମାନଙ୍କ ଆୟକୁ ବହୁଗୁଣିତ କରିବା ତଥା ସରକାରୀ କ୍ଷେତ୍ରରେ ପ୍ରାୟ ୩୦ ହଜାର ନିଯୁକ୍ତି ଏବଂ ବେସରକାରୀ କ୍ଷେତ୍ରରେ ପ୍ରାୟ ୭୦ ହଜାର ନିଯୁକ୍ତି ପ୍ରଦାନ କରି ଆମ ସରକାର ସଂକଳ୍ପରୁ ସିଦ୍ଧିର ମାର୍ଗରେ ଗତି କରୁଛି। ଏହା ସବୁ ଡକ୍ଟର ମହତାବଙ୍କ ଆଦର୍ଶ ସହିତ ଜଡ଼ିତ।

ଆଧୁନିକ ଟେକନୋଲୋଜିରେ ଭାରତକୁ ଆତ୍ମନିର୍ଭର କରିବାରେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଲକ୍ଷ୍ୟ ରହିଛି, ସେଥିରେ ଭୁବନେଶ୍ୱରର ଏକ ପ୍ରମୁଖ ଭୂମିକା ରହିବ। ପୂର୍ବ ଭାରତର ଟେକନୋଲୋଜି ହବ ହେବ ଭୁବନେଶ୍ୱର। ପ୍ରଧାନମନ୍ତ୍ରୀ ନିକଟରେ କଟକର ଟାଙ୍ଗୀ ଠାରୁ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ପର୍ଯ୍ୟନ୍ତ ୮ ହଜାର ୩୦୦ କୋଟି ଟଙ୍କା ବିନିଯୋଗରେ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ ରିଙ୍ଗରୋଡ ପାଇଁ ମଞ୍ଜୁରି ଦେଇଛନ୍ତି। ୬ ଲେନ୍ ବିଶିଷ୍ଟ ଏହି ପ୍ରକଳ୍ପ ଯୋଗୁ କଟକ ଓ ଭୁବନେଶ୍ୱର ସହରର ବ୍ୟାପକ ସଂପ୍ରସାରଣ ହେବ, ଅର୍ଥନୈତିକ ଅଭିବୃଦ୍ଧି ଘଟିବ, ଏକ ଆଧୁନିକ ସହର ଭାବେ ଯୁବବର୍ଗଙ୍କ ପାଇଁ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ଭାବେ ଏହା ଗଢି ଉଠିବ। ଭୁବନେଶ୍ୱରର ଏହି ଅଭିବୃଦ୍ଧି ଡକ୍ଟର ମହତାବଙ୍କ ସ୍ୱପ୍ନକୁ ନିଶ୍ଚୟ ସାକାର କରିବ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com