
ଭୁବନେଶ୍ୱର: ୩/୧୨-ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୧ କୋଟି ୬୦ ଲକ୍ଷ ଟଙ୍କା ନେଇଛନ୍ତି। ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ୨୦୨୫ମସିହାରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ପାଇଁ ମାଧୁରୀଙ୍କୁ ରାଜ୍ୟ ରାଜକୋଷରୁ ଉପରୋକ୍ତ ପରିମାଣର ଅର୍ଥ ପ୍ରଦାନ କରାଯାଇଛି। ବିମାନ ଖର୍ଚ୍ଚ ସହ ତାଙ୍କ ରହିବା ଓ ଖାଇବା ଖର୍ଚ୍ଚ ସେ ଅଲଗା ନେଇଛନ୍ତି।