
ଭୁବନେଶ୍ୱର: ୪/୧୨-‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା’ ରେ ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଚିକିତ୍ସା ସେବା ସୁନିଶ୍ଚିତ ହୋଇଛି। ମାଲକାନଗିରି ଜିଲ୍ଲାବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ଵାସ୍ଥ୍ୟ ସେବା ଯୋଜନା’ ରେ ୩ ତାରିଖରେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲର ବିଶେଷଜ୍ଞ ଟିମ ମାଲକାନଗିରି ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ପହଞ୍ଚିଥିଲେ।

ଏହି ଡାକ୍ତରୀ ଦଳରେ ନିଶ୍ଚେତକ ବିଭାଗ, ୟୁରୋଲୋଜି ବିଭାଗ, ନ୍ୟୁରୋଲୋଜି ବିଭାଗ, ଗ୍ୟାଷ୍ଟ୍ରୋଏଣ୍ଟେ|ଲୋଜି ଏବଂ ହୃଦରୋଗ ବିଭାଗର ବିଶେଷଜ୍ଞ ଏବଂ ସହାୟକମାନେ ରହିଛନ୍ତି। ଏହି ଟିମ୍ ସେଠାରେ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ରହି ବିଶେଷଜ୍ଞ ସେବା ଓ ଚିକିତ୍ସା ଯୋଗାଇଦେବେ। ଆଜି ଅପରାହ୍ନ ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୫୦୦ରୁ ଅଧିକ ରୋଗୀ ଏହି ବିଶେଷଜ୍ଞ ସେବା ନିମନ୍ତେ ତାଲିକାଭୁକ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟୁଇଟରୁ ଜଣାଯାଇଛି ।