• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଓଡିଶା ଏଆଇ ସମ୍ମିଳନୀ ଉଦ୍‍ଘାଟିତ

Share on FacebookShare on TwitterShare on Whatsapp

ଓଡିଶା କୁତ୍ରିମ ବୁଦ୍ଧିମତ୍ତା ମିସନ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର:୧୯/୧୨-ପ୍ରଶାସନ, ବିକାଶ ଏବଂ ସାର୍ବଜନୀନ ହିତ ପାଇଁ ଏଆଇକୁ ଆଗକୁ ବଢାଇବା ଉପରେ ଏକ ଉଚ୍ଚସ୍ତରୀୟ ଦୁଇ ଦିନିଆ କୁତ୍ରିମ ବୁଦ୍ଧିମତା ସମ୍ମିଳନୀ (ଓଡିଶା ଏଆଇ ସମ୍ମିଳନୀ) ଲୋକସଭା ଭବନ କନ୍‍ଭେନ୍‍ସନ ସେଣ୍ଟରରେ ଉଦଘାଟିତ ହୋଇଯାଇଛି । ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଭାରତ ସରକାରଙ୍କ ଯୁଗ୍ମ ସଚିବ, ମେଇଟିୱାଇ ସୁଦୀପ ଶ୍ରୀବାସ୍ତବ, ଇଜିପ୍ଟର ଏଆଇ ଶାସନ ବିଶେଷଜ୍ଞ ଡକ୍ଟର ଅହମ୍ମଦ ହେଫନାୱି ଓ ନୀତି ଫ୍ରଣ୍ଟିୟର୍ ଟେକ୍ ହବ୍ ମୁଖ୍ୟ ସ୍ଥପତି ଦେବଜାନୀ ଘୋଷ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ମୁଖ୍ୟ ଶସନ ସଚିବ ମନୋଜ ଆହୁଜା, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିର ସ୍ୱତନ୍ତ୍ର ସଚିବ ମାନସ ପଣ୍ଡା ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ ।


ମୁଖ୍ୟମନ୍ତ୍ରୀ ଏଆଇ-ନେତୃତ୍ୱାଧୀନ ଶାସନ ଏବଂ ନାଗରିକ-କୈନ୍ଦ୍ରିକ ନବସୃଜନ ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ଆମେ କେବଳ ଏଆଇ ଗ୍ରହଣ କରୁନାହୁଁ, ଆମେ ଏକ ଏଆଇ-ଚାଳିତ ଓଡ଼ିଶାର ମୂଳଦୁଆ ନିର୍ମାଣ କରୁଛୁ । ଏହା ଶାସନ, ସେବା ପ୍ରଦାନର ଗତିକୁ ସୁଦୃଢ଼ କରିବ ଏବଂ ନାଗରିକମାନଙ୍କୁ ସଶକ୍ତ କରିବ । ଭାରତ ଏକ ଐତିହାସିକ ବୈଷୟିକ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଓଡ଼ିଶା ଏହି ଜାତୀୟ ଆନ୍ଦୋଳନରେ ଏକ ସକ୍ରିୟ ଏବଂ ମହତ୍ୱାକାଂକ୍ଷୀ ଅଂଶୀଦାର ହେବ ।
ଓଡିଶା କୁତ୍ରିମ ବୁଦ୍ଧିମତ୍ତା ମିସନ ପୋର୍ଟାଲ ଲୋକାର୍ପିତ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭାରତ ଏଆଇ ଇମ୍ପାକ୍ଟ ଶିଖରର ନୀତି ତିନୋଟି ସୂତ୍ର ଏବଂ ସାତ ଚକ୍ର ସହିତ ସମ୍ମିଳନୀର ସମନ୍ୱୟ ଉପରେ ଆଲୋକପାତ କରିଥିଲେ । ଯାହା ଏହି ନୀତିଗୁଡ଼ିକୁ ମାନବ ପୁଞ୍ଜି, ଅନ୍ତର୍ଭୁକ୍ତି, ବିଶ୍ୱାସ, ସ୍ଥିରତା, ବିଜ୍ଞାନ, ସମ୍ବଳ ଏବଂ ସାମାଜିକ ମଙ୍ଗଳକୁ ନେଇ ବହୁପାକ୍ଷିକ କାର୍ଯ୍ୟର କଂକ୍ରିଟ୍ କ୍ଷେତ୍ରରେ ପରିଣତ କରିଥାଏ । ଆଞ୍ଚଳିକ ସମ୍ମିଳନୀ ଓଡିଶା ସହ ଅନ୍ୟ ୭ ଟି ରାଜ୍ୟରେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ସମସ୍ତଙ୍କ ପାଇଁ କୁତ୍ରିମ ବୁଦ୍ଧିମତାକୁ ସରକାରୀ ଏବଂ ଅନ୍ୟ ସମସ୍ତ କାର୍ଯ୍ୟରେ କିପରି ସଠିକ ବ୍ୟବହାର କରାଯାଇପାରିବ । କୁତ୍ରିମ ବୁଦ୍ଧିମତା ଟୁଲ ମାଧ୍ୟମରେ ସୁଭଦ୍ରା, ଧାନ କିଣାରେ ଇନପୂଟ ସବସିଡିକୁ ସକ୍ଷମ କରାଯାଇଛି ବୋଲି ସେ କହିଥିଲେ।
ଶ୍ରୀ ଆହୁଜା କହିଥିଲେ, ନୀତିଗତ ଏବଂ ଉତ୍ତରଦାୟୀ ଭାବେ କୁତ୍ରିମ ବୁଦ୍ଧିମତା ବ୍ୟବହାର ଅଧିକ ଆବଶ୍ୟକ । ଆମକୁ ଏଆଇ କର୍ମଶାଳାରୁ ଏହାର କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଫଳରେ ଭବିଷ୍ୟତରେ କୁତ୍ରିମ ବୁଦ୍ଧିମତା ନିଶ୍ଚିତ ରୂପେ ସାର୍ବଜନୀନ ଭିତ୍ତିଭୂମି ସହିତ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବ । ଏଆଇ-ଚାଳିତ ଅଭିବୃଦ୍ଧି ଏବଂ ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ । ବିଶାଲ ଦେବ, ଓପନ ଏଆଇ ଛାତ୍ର ଏବଂ ସରକାରୀ ଅଧିକାରୀଙ୍କ ପାଇଁ ଏଆଇ କ୍ଷମତା ନିର୍ମାଣ ଏବଂ ପାଇଲଟ୍ ଏଆଇ ବ୍ୟବହାର ମାମଲାଗୁଡ଼ିକୁ ସମର୍ଥନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ମାନସ ପଣ୍ଡା ଧନ୍ୟବାଦ ଦେଇଥିଲେ।

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com