ଭୁବନେଶ୍ୱର:୨୯/୧୨- ବତ୍ତର୍ମାନର ବିଜେପି ଡବଲ ଇଞ୍ଜିନ ସରକାର ମଣ୍ଡି ଭିତ୍ତିଭୂମି ସୁଦୃଢ଼ ହେବା ସହ ସୁବ୍ୟବସ୍ଥିତ ଢଙ୍ଗରେ ଧାନ କ୍ରୟ କଥା କହିବାରେ ଲାଗିଛନ୍ତି। ସେହିପରି ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ସରକାର, ମିଲର ଓ ପ୍ରଶାସନର ସଲାସୁତୁରାରେ ବଭିିନ୍ନ ସ୍ଥାନରେ ବିଳମ୍ବରେ ମଣ୍ଡି ଖୋଲିଛନ୍ତି। ଏଥିସହ ଚାଷୀ କିପରି ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ତାହା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ସଦର ବ୍ଳକ ପଲାସପଙ୍ଗା ଲ୍ୟାମ୍ପ୍ସରୁ ଜଣାପଡ଼ିଛି ବୋଲି ଓଡ଼ିଶା ପ୍ରଦେଶ କଂଗେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ତଥା ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କହିଛନ୍ତି।
ଗତ ୨୮ ତାରିଖରେ ଏକ ପ୍ରତିନିଧି ଦଳ କେନ୍ଦୁଝର ଜିଲ୍ଲା ଗସ୍ତକରି ସଦର ବ୍ଳକର ପଲାସପଙ୍ଗା ମଣ୍ଡି ଅନ୍ତଗର୍ତ ବିସ୍ତାପାଳଠାରେ ଶତାଧିକ ଚାଷୀଙ୍କସହ ଆଲୋଚନା କରିବା ପରେ ଏହି ଅଭିଯୋଗ କରିଛନ୍ତି। ସରକାର ଗତ ନଭେମ୍ବର ୧ ତାରିଖଠାରୁ ମଣ୍ଡି ଖୋଲିବେ ବାଲି କହିଥିଲେ। କିନ୍ତୁ ମଣ୍ଡି ଖୋଲିଲା ନେଭମ୍ବର-୨୮ତରିଖରେ। କେନ୍ଦୁଝର ଜିଲ୍ଲାର ପାହାଡ଼ିଆ ଅଞ୍ଚଳର ଚାଷୀ ୪୦ପ୍ରତିଶତରୁ ଅଧିକ ଧାନ, ଶାଗ ମାଛ ମୂଲ୍ୟରେ ଅର୍ଥାତ କ୍ୱିଣ୍ଟାଲ ପ୍ରତି ୧୬ଶହ ଟଙ୍କା ଦରରେ ବିକ୍ରି କରିବା ପରେ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ଦିନ ଧମର୍କୁ ଆଖିଠାର ସଦୃଶ ପଲାସପଙ୍ଗା ମଣ୍ଡି ଉଦ୍ଘାଟନ କରିଛନ୍ତି। କିନ୍ତୁ ଏହି ମଣ୍ଡିରେ ଧାନକିଣା ପ୍ରକ୍ରିୟା ୧୧ ତାରିଖରୁ ଆରମ୍ଭ ହେବ। ଜାନୁଆରୀ ୧୪ରେ ମକର ଥିବାରୁ ଜିଲ୍ଲାର ପ୍ରମୁଖ ଗଣପର୍ବ ମକର ପାଳନ ପାଇଁ ବଳକା ଧାନକୁ ଏବେ ଚାଷୀ ବେପାରୀଙ୍କୁ ତରବରିଆ ଭାବେ ବିକ୍ରି କରି ଚାଲିଛନ୍ତି। ଯୋଗାଣ ବିଭାଗ, ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି।
ଏହି ଜିଲ୍ଲାରେ ଚାଷୀ ୮୦୦ ଟଙ୍କା ଇନପୁଟ ସହାୟତା ସହିତ ଧାନ କ୍ୱିଣ୍ଟାଲ ୩୧୬୯/- ପାଇବା ତ ଦୂରର କଥା ଏହାର ଅଧା ଦର ପାଇବା ଏବେ କଷ୍ଟ ହୋଇ ପଡ଼ୁଛି। ଏଠାରେ ମିଲର ମାଧ୍ୟମରେ ବେପାରୀଙ୍କ ଜରିଆରେ ଧାନ କିଣା ସରିଲାଣି। ଯେଉଁ ଚାଷୀଙ୍କ ନିକଟକୁ ଟୋକନ ଆସିଛି ସେମାନଙ୍କ ଠାରୁ ଫବୃଆରୀରେ ଧାନ କିଣାଯିବ ବୋଲି ସୂଚନା ଦିଆଯାଇଛି। ରେଜିଷ୍ଟ୍ରେସନ କରିଥିବା ଚାଷୀଙ୍କଠାରୁ ଧାର୍ଯ୍ୟଲକ୍ଷ୍ୟ ମୁତାବକ ଧାନ କ୍ରୟ କରାଯାଉ ନାହିଁ। ଯାହାର ନିଚ୍ଛକ ନମୁନା ଏହି ଲ୍ୟାମ୍ପ୍ସ ଅନ୍ତଗର୍ତ ଚାଷୀ ସୁବ୍ରତ କୁମାର ପ୍ରଧାନ ଏହାର ଶିକାର ହୋଇଛନ୍ତି। ଚାଷୀ ଗଣେଶ ପାତ୍ର, ଚିତ୍ତରଞ୍ଜନ ନାୟକ, ହୃଷିକେଶ ବାରିକ ପ୍ରମୁଖ ବହୁ ଚାଷୀ ଏହାର ଅଭେିଯାଗ କରିଛନ୍ତି। ଯଦି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ଧାନ କିଣାରେ ଏପରି ଅବ୍ୟବସ୍ଥା ଘଟୁଛି, ତେବେ ସାରା ରାଜ୍ୟରେ ସରକାରଙ୍କ ଧାନ କ୍ରୟ ବ୍ୟବସ୍ଥା କିପରି ଚାଲିଛି ତାହା ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାଳ ବିଳମ୍ବ ନକରି କଥା ଦେଇ କଥା ରଖେôଲ ବୋଲି ସ୍ଲୋଗାନ ଦେବା ଅପେକ୍ଷା ମୁଖ୍ୟମନ୍ତ୍ରୀ ତୁରନ୍ତ ଜିଲ୍ଲାର ପାହାଡ଼ିଆ ଅଞ୍ଚଳ ଓ ଆନନ୍ଦପୁର ସମତଳ ଅଞ୍ଚଳର ସମସ୍ତ ଚାଷୀଙ୍କଠାରୁ ତୁରନ୍ତ ଧାନ କିଣିବା ପାଇଁ ଦୃଢ଼ ପଦେକ୍ଷପ ନେବାକୁ ସେ ଦାବୀ କରିଛନ୍ତି।