ଭୁବନେଶ୍ୱର:୪/୧- ରାଜ୍ୟର ତାଳଚେର ଦିଲ୍ଲୀର ବାୟୂ ପ୍ରଦୂଷଣକୁ ଟପିଛି । ଦେଶର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ତାଳଚେର । ତାଳଚେରର ବାୟୂ ପ୍ରଦୂଷଣ ଉଦବେଗଜନକ ସ୍ଥିତିରେ ପହଞ୍ଚିବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି । ତାଳଚେର ପୌରପାଳିକା ପାଇଁ କଡ଼ା ଗାଇଡଲାଇନ ଜାରି ହୋଇଛି । ତାଳଚେର ପୌରପାଳିକାରେ ନିର୍ମାଣ କାର୍ଯ୍ୟ ଉପରେ ସନ୍ଧ୍ୟା ୬ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ ୧୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି ।

ଗ୍ରାପ ଷ୍ଟେଜ୍ -୨ ଗାଇଡଲାଇନ ଅନୁସାରେ ଅନେକ କଟକଣା ଲାଗୁ ହୋଇଛି । ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ ପୌରପାଳିକା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଏମସିଏଲକୁ ପରାମର୍ଶ ଦିଆଯାଇଛି । ତାଳଚେର ସହର ଭିତରକୁ ଭାରୀ ଯାନ ପ୍ରବେଶ ବାରଣ କରା ଯାଇଥିବାବେଳେ ଢ଼ାବା, ହୋଟେଲରେ କୋଇଲା ଜାଳିବା ଉପରେ କଟକଣା ଲଗାଯାଇଛି ।