• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଫକୀର ମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୪/୧-ବୁଧବାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜିର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୁଳପତି ଡଃ ଅମିୟ ପଟ୍ଟନାୟକ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ ବୋଲି କହିବା ସହ ସାମାଜିକ ବ୍ୟବସ୍ଥାରେ ନାରୀ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅଦମ୍ୟ ଚେଷ୍ଟା ତାଙ୍କୁ କାଳଜୟୀ କରିଛି ବୋଲି ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟ ଅଧୀନ ସେଣ୍ଟର ଫର୍ ଜୁଡ଼ିସିଆଲ ଆର୍କାଇଭସ୍‌ର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ଲଲାଟେନ୍ଦୁ ଦାସ ମହାପାତ୍ର, ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସଭାପତି ଜୀବନ କୁମାର ମହାପାତ୍ର, ସମ୍ପାଦକ ଅଜୟ ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଗୁରୁବୀର ସିଂ, ଉପନିର୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଡଃ ପଟ୍ଟନାୟକ ଫକୀରମୋହନ ସେନାପତିଙ୍କ ଲେଖନୀକୁ ସମୃଦ୍ଧ ଓଡ଼ିଶାର ଲେଖନୀ ବୋଲି ଅଭିବ୍ୟକ୍ତି ରଖିଛନ୍ତି । ଫକୀରମୋହନଙ୍କ ଅଭିନବ ଗଦ୍ୟଶୈଳୀ, କଥାସାହିତ୍ୟ ଓ କାଳ୍ପନିକ ଚରିତ୍ରଗୁଡ଼ିକ ଥିଲା ଅନନ୍ୟ । ଭାଷା ଆନ୍ଦୋଳନର କର୍ଣ୍ଣଧାର, ଓଡ଼ିଆ ପାଠ୍ୟପୁସ୍ତକର ପ୍ରଣେତା, ସମ୍ବାଦପତ୍ର ପ୍ରକାଶନ, ସଂଗଠନ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ଆଦି କ୍ଷେତ୍ରରେ ସେ ନିଜର ଅବଦାନ ପ୍ରକଟ କରିଯାଇଛନ୍ତି । ଫକୀର ମୋହନଙ୍କୁ ଓଡ଼ିଆ ଭାଷାସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବେ ସମ୍ମାନ ଦିଆଯାଇଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଡଃ ମହାପାତ୍ର କହିଛନ୍ତି, ଓଡ଼ିଆ ଭାଷା ସାହିତ୍ୟର ପରମ ବିନ୍ଧାଣୀ, ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ ବ୍ୟାସକବି ଫକୀରମୋହନ ଓଡ଼ିଆ ସାହିତ୍ୟରେ ଏକ ବିରଳ ଦୃଷ୍ଟାନ୍ତ ଥିଲେ । ଓଡ଼ିଆ ମାଟି, ଓଡ଼ିଆ ଜାତି ଓ ମାତୃଭୂମି ପାଇଁ ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପାଇଁ ଆଜି ମାତୃଭାଷାର ଗୁରୁତ୍ୱ ବଢିଛି । ଦୈନନ୍ଦିନ ସମାଜ ବ୍ୟବସ୍ଥାକୁ ସେ ତାଙ୍କ ଲେଖନୀ ମୁନରେ ପରିସ୍ଫୁଟନ କରି ଜଣେ ସମାଜ ସୁଧାରକ ଭାବେ ନିଜର ଯଶ ଓ କୀର୍ତ୍ତି ରଖି ଯାଇଛନ୍ତି । ଫକୀରମୋହନଙ୍କ ସାହିତ୍ୟସୃଷ୍ଟି ଆଜି ଭାରତର ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି।

ସଭାର ସଭାପତି ତଥା ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଅଭିଭାଷଣ ଦେଇ କହିଛନ୍ତି ଯେ ବ୍ୟବସ୍ଥାର ଆଲୋଚନା ସହିତ କୁସଂସ୍କାର ଦୂର କରିବା ଦିଗରେ ବ୍ୟାସକବିଙ୍କ ଅବଦାନ ଅବିସ୍ମରଣୀୟ । ରେବତୀ ଗଳ୍ପ ଆଜି ବି ସମୟୋପଯୋଗୀ । ସେ ‘ଛ ମାଣ ଆଠଗୁଣ୍ଠ’ ହେଉ ବା ‘ରେବତୀ’ କିମ୍ବା ‘ଲଛମା’ ଆଜି ବି ଯୁଗୋପଯୋଗୀ । ବହୁବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢ଼ି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ଭିନ୍ନ ରୂପରେ ଜୀବନ୍ତ ଅଛନ୍ତି। କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶିକା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com