୧୦ ରାଜ୍ୟର ୩୭ ଆସନ ପାଇଁ ହେବ ଭୋଟ
ଭୁବନେଶ୍ୱର:୨୨/୧-ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ଓଡ଼ିଶା ସମେତ ୧୦ଟି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭାରତର ନିର୍ବାଚନ କମିଶନ ପ୍ରସ୍ତାବ ମାଗିଛନ୍ତି। ଆସନ୍ତା ଏପ୍ରିଲରେ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ଖାଲି ହେଉଛି। ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସେହିପରି ମହାରାଷ୍ଟ୍ରର ୭ଟି, ତାମିଲନାଡୁରେ ୬ଟି, ବିହାରର ୫ଟି, ପଶ୍ଚିମବଙ୍ଗର ୫ଟି, ଆସାମର ୩ଟି, ତେଲଙ୍ଗାନାରେ ୨ଟି, ହିମାଚଳ ପ୍ରଦେଶରେ ଗୋଟିଏ, ଛତିଶଗଡ଼ ଓ ହରିୟାଣାର ୨ଟି ଲେଖାଏଁ ଆସନ ଖାଲି ହେବ। ଏହାବ୍ୟତୀତ ଜଣେ ମନୋନୀତ ସଦସ୍ୟଙ୍କର କାର୍ଯ୍ୟକାଳ ମାର୍ଚ୍ଚ ମାସ ୧୬ ତାରିଖରେ ଶେଷ ହେଉଛି। ଓଡ଼ିଶାର ମମତା ମହାନ୍ତ, ସୁଜିତ କୁମାର, ମୁନ୍ନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ସରୁଛି।