
ଭୁବନେଶ୍ୱର:୨୩/୧-ରାଜ୍ୟରେ ଅନ୍ଲାଇନ ସେବା କିପରି ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ଲୋକସେବା ଭବନ ସ୍ଥିତ ଗୃହ ବିଭାଗ । ଲୋକସେବା ଭବନରେ ଏହି ସେବା କିଭଳି ଉପଲବ୍ଧ ହେଉଛି ତାହା ରାଜ୍ୟବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ।

ଖବର ପ୍ରକାଶନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଖୋଜା ପଡ଼ୁଛି ଅଥଚ ଲୋକସେବା ଭବନକୁ ପ୍ରବେଶପତ୍ର ପ୍ରଦାନରେ ଅବହେଳା କରାଯାଉଛି । ଦିନ ଦିନ ଧରି ପକେଇ ରଖାଯାଉଛି । ଅନ୍ୟମାନଙ୍କୁ ଆବେଦନ କରିବା ଦିନ କିମ୍ବା ଅତିବେଶୀରେ ଦିନେ ଦୁଇଦିନ ଭିତରେ ଲୋକସେବା ଭବନକୁ ପ୍ରବେଶପତ୍ର ମିଳୁଛି । କିନ୍ତୁ ସମ୍ବାଦିକଙ୍କ କ୍ଷେତ୍ରରେ ଗୃହ ବିଭାଗର ମନୋଭାବ କିଭଳି ତାହା ଏହି ଫଟୋ କପିରୁ ସ୍ପଷ୍ଟ ।

ସାମ୍ବାଦିକଟିଏ ଖବର ସଂଗ୍ରହ ପାଇଁ ପୂର୍ବ ପ୍ରବେଶପତ୍ରର ଫଟୋ ଆନୁସଙ୍ଗିକ କାଗଜପତ୍ର ଏବଂ ନିଜର ଫଟୋ ଦେଇ ଅନ୍ଲାଇନରେ ଆବେଦନ କରିଥାଆନ୍ତି । ସୂଚନା ଓ ଲୋକସମ୍ପର୍କ ନିର୍ଦେଶାଳୟରେ ଏହା କିଛିଦିନ ପଡିବା ପରେ ଗୃହ ବିଭାଗକୁ ଯାଇଥାଏ । ସେଠାରେ ପଡ଼ି ରହେ । ଏପରିକି ମାସେ ପାଖାପାଖି ଅଫିସରଙ୍କ କମ୍ପ୍ୟୁଟରରେ ରହିବା ପରେ ପାସ୍କୁ ଅନୁମୋଦନ ମିଳିଥାଏ ।

ଦୁଇଟିଯାକ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି । କେଉଁ କାରଣରୁ ଅନ୍ଲାଇନରେ ଆବେଦନ ପତ୍ର ମାସାଧିକ କାଳ ଗୃହ ବିିଭାଗରୁ ଅନୁମୋଦନ ଲାଭ କରିପାରୁ ନାହିଁ ଏବଂ ଏଥିପାଇଁ କିଏ ଦାୟୀ ତା ଉପରେ ତଦନ୍ତ କରାଯିବାର ଆବଶ୍ୟକତା ଥିବା ଅନେକ ସାମ୍ବାଦିକ ପ୍ରକାଶ କରିଛନ୍ତି ।
ଏହି ଖବର ସହ ଦିଆଯାଇଥିବା ଫଟୋରେ ଅନ୍ଲାଇନରେ ଜାନୁୟାରୀ ୧ ତାରିଖ ଦିନ ପ୍ରବେଶପତ୍ର ପାଇଁ ଯେଉଁ ଆବେଦନ କରାଯାଇଥିଲା ତାହାର ଜାନୁୟାରୀ ୨୩ ତାରିଖର ସ୍ଥିତି ହେଉଛି ଏହା ଗୃହ ବିଭାଗରେ ପଡିରହିଛି ।