ଭୁବନେଶ୍ୱର: ୨୬/୧-ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କେନ୍ଦ୍ର ସରକାର ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ ୧୩୧ଜଣଙ୍କ ନାମ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ଚାରିଜଣ ଓଡ଼ିଆ ଅଛନ୍ତି । କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସମୁଦାୟ ୧୩୧ ଜଣ ପୁରସ୍କୃତ ହେବେ । ୫ଜଣ ପଦ୍ମ ବିଭୂଷଣ, ୧୩ଜଣ ପଦ୍ମଭୂଷଣ ଏବଂ ୧୧୩ଜଣ ପଦ୍ମଶ୍ରୀ ପାଇବେ ।




ଓଡ଼ିଶାରୁ ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର ଏବ କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ । ଶ୍ରୀ ହେମ୍ବ୍ରମ ସାନ୍ତାଳି ଭାଷାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି ।