ଭୁବନେଶ୍ୱର:୨୮/୨-ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି। ଡ. ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତୃତୀୟ ଆସନ ପାଇଁ ଡ. ସଂତୃପ୍ତ ମିଶ୍ର ଓ ଚତୁର୍ଥ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ନବୀନ ଘୋଷଣା କରିଛନ୍ତି। ଦତ୍ତେଶ୍ୱରଙ୍କୁ କଂଗ୍ରେସ ସମର୍ଥନ ଦେବ। ଦୁଇ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।


ସଂତୃପ୍ତ ମିଶ୍ର ଜଣେ ଅଭିଜ୍ଞ କର୍ପୋରେଟ ନେତା। ଚାରି ଦଶନ୍ଧି ଧରି ବ୍ୟବସାୟିକ କ୍ୟାରିଅର ପରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିଛନ୍ତି। ଡାକ୍ତର ହୋତା ରାଜ୍ୟର ଜଣେ ପ୍ରତିଷ୍ଠିତ ଡାକ୍ତର ଓ ଶିକ୍ଷାବିତ। ସେ ଏସସିବିର ଡିନ୍ ଏବଂ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରିଥିଲେ।