• About
  • Contact
Sunday, April 19, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଓଡ଼ିଶା ସମବାୟ ନୀତି ୨୦୨୬ କାର୍ଯ୍ୟକାରିତାର ଶୁଭାରମ୍ଭ

Share on FacebookShare on TwitterShare on Whatsapp

-ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଥାନାର ଶୁଭ ଉଦଘାଟନ
-୩୨୭୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
-ବଡମ୍ବା ଚିନିକଳର ପୁନରୁଦ୍ଧାର
-ପାରାଦ୍ୱୀପରେ ଇଫକୋ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ଲୋକାର୍ପିତ

 

ଭୁବନେଶ୍ୱର: ୬/୩- ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭୁବନେଶ୍ୱରର ୟୁନିଟ ୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କର୍ଯ୍ୟକ୍ରମରେ ଶ୍ରୀ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ କ୍ଷେତ୍ର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଉପକ୍ରମର ଶୁଭାରମ୍ଭ କରିଥିଲେ।

ସେ କହିଥିଲେ, ଓଡ଼ିଶା ହେଉଛି ସମୃଦ୍ଧ କଳା ଓ ସଂସ୍କୃତିର ମାଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିକାଶ ପଥରେ ଆଗେଇ ଚାଲିଛି। ନିକଟ ଅତୀତରେ କୃତ୍ରିମ ବୁଦ୍ଧିମତା ସମ୍ମିଳନୀର ଆୟୋଜନ କରାଯାଇଛି ଯେଉଁଥିରେ ବିଭିନ୍ନ ଦେଶର ନେତୃତ୍ୱ ନେଉଥିବା ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଆମ ଦେଶ ଭାରତକୁ ସମ୍ପୂର୍ଣ୍ଣ ଭାବେ ନକ୍ସଲବାଦରୁ ମୁକ୍ତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ମଧ୍ୟ ନୂତନ ସରକାର ଗଠନ ହେବା ପରେ ବିକଶିତ ଓଡ଼ିଶା-୨୦୩୬ ଓ ବିକଶିତ ଭାରତ-୨୦୪୭ ନିର୍ମାଣ କରିବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ କାର୍ଯ୍ୟ କରାଯାଉଛି। ଧାନ ଚାଷୀମାନଙ୍କୁ ୩୧୦୦ ଟଙ୍କାର ଏମ୍‌ଏସପି ପ୍ରଦାନ କରିବା ଠାରୁ ଆରମ୍ଭ କରି ମହିଳାମାନଙ୍କୁ ସଶକ୍ତ କରିବା ନିମନ୍ତେ ସୁଭଦ୍ରା ଯୋଜନା ପ୍ରଣୟନ କରାଯାଇଛି। ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ପ୍ରତି ବର୍ଗର ପ୍ରତିଟି ବ୍ୟକ୍ତିଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରି ବିକଶିତ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛି ବୋଲି ମତ ପ୍ରକାଶ କରିଥିଲେ ଶ୍ରୀ ଶାହ।

ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ି ହୋଇଛି ନୂତନ ଫର୍ଦ୍ଦ। ୬ ତାରିଖରେ ୩୨୭୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାସହିତ ୬ଟି ପ୍ରକଳ୍ପ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହେଇଥିଲା। ଏହାମାଧ୍ୟମରେ ଓଡ଼ିଶାର ଚାଷୀ ସମୃଦ୍ଧ ହେବେ, ଓଡ଼ିଶାର ଯୁବକ ସମୃଦ୍ଧ ହେବେ, ଓଡ଼ିଶାର ମା’ମାନେ ସମୃଦ୍ଧ ହେବେ ଏବଂ ସାରା ଓଡ଼ିଶା ସମୃଦ୍ଧ ହେବ ବୋଲି କହିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ପୋଲିସକୁ ଶକ୍ତିଶାଳୀ, ପ୍ରଭାବଶାଳୀ ଏବଂ ବୃତ୍ତିଗତ କରିବାରେ ଶ୍ରୀ ଶାହଙ୍କ ଅବଦାନ ଅତୁଳନୀୟ। ଏହାଦ୍ୱାରା ୨୦୨୫ ର ପ୍ରଥମ ଛଅ ମାସରେ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ହାର ୪୧ ପ୍ରତିଶତ ବୃଦ୍ଧି ପାଇଛି, ଯାହା ୨୦୨୩ ରେ ମାତ୍ର ୬.୭ ପ୍ରତିଶତ ଥିଲା। ପୋଲିସ ସଂସ୍କାର ସହିତ, ‘ସହକାରୀତା ସେ ସମୃଦ୍ଧି’ ସମବାୟ ମାଧ୍ୟମରେ ସମାଜର ପଛୁଆ ବର୍ଗର ଲୋକମାନେ ଆର୍ôଥକ ପ୍ରକ୍ରିୟାରେ ସାମିଲ ହୋଇଥାନ୍ତି। ଯେତେବେଳେ ରାଜ୍ୟର କୋଟି କୋଟି ଲୋକ ଆର୍ôଥକ ଭାବରେ ସଶକ୍ତ ହେବେ ସେତେବେଳେ ଓଡ଼ିଶା ସମୃଦ୍ଧ ହେବ ଏବଂ ଭାରତ ବିକଶିତ ହେବ।
ସୂଚନାଯୋଗ୍ୟ, ଶ୍ୱେତ କ୍ରାନ୍ତି ୨.୦ ଅନ୍ତର୍ଗତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସମବାୟ ନୀତି -୨୦୨୬ କାର୍ଯ୍ୟକାରିତାର ସେ ଶୁଭାରମ୍ଭ କରିଥିଲେ। ଏହି ନୂଆ ନୀତି କେନ୍ଦ୍ର ସରକାରଙ୍କ ଜାତୀୟ ନୀତିର ଦୃଷ୍ଟିକୋଣକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ‘ସହକାରୀତା ସେ ସମୃଦ୍ଧି’ର ଦୂରଦୃଷ୍ଟିକୁ ନେଇ ସମୃଦ୍ଧ ଓଡ଼ିଶା-୨୦୩୬ର ପରିକଳ୍ପନା ମଧ୍ୟ ଏଥିରେ ରହିଛି। ଏହାସହିତ ୧୫୬୬ ପାକ୍ସର କମନ୍ ସର୍ଭିସ୍ ସେଣ୍ଟର ଲୋକାର୍ପଣ ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ସ୍କୁଲ ଅଫ୍ ତ୍ରିଭୂବନ ସହକାରୀ ବିଶ୍ୱ ବିଦ୍ୟାଳୟର କ୍ୟାମ୍ପସ୍ ସ୍ଥାପନ ପାଇଁ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

ବଡମ୍ୱା ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନ ପୂରଣ ହୋଇଛି। ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର ପାଇଁ ଇଣ୍ଡିଆନ ପଟାସ ଲିମିଟେଡ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ସମବାୟ କ୍ଷେତ୍ରରେ ଓଡ଼ିଶା ମିଲ୍‌କ ଫେଡେରେସନ୍ ବା ଓମ୍‌ଫେଡ୍ ହେଉଛି ଓଡ଼ିଶାର କାମଧେନୁ। ଦିନକୁ ୫ ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ କରି ଚାଷୀଙ୍କୁ ରୋଜଗାର ଦେବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ମାସକୁ ୩୦ ଟନ ସୁଦ୍ଧ ଘିଅ ଯୋଗାଇ ଦେଇ ଆମ ଆଧ୍ୟାତ୍ମିକ ଜୀବନଧାରାରେ ଶୁଦ୍ଧତାକୁ ବଜାୟ ରଖିବାରେ ସହାୟକ ହୋଇପାରିଛି। ଆଜି ଖୋର୍ଦ୍ଧା ଟାଙ୍ଗୀରେ ଏକ ନୂଆ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟର ଉଦ୍‌ଘାଟନ ମଧ୍ୟ କରାଯାଇଛି । ଏଥିରେ ଦିନକୁ ୩୦ ହଜାର ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯାଇ ଲୋକଙ୍କ ପାଇଁ ଉପଲବ୍‌ଧ ହେବ।

ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାବେଶରେ ଯୋଗ ଦେବା ଅବସରରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଶାହ ପ୍ରଥମେ ନାଗରିକ କୈନ୍ଦ୍ରିକ ନୂତନ ନ୍ୟାୟ ସଂହିତାର ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଓଡ଼ିଶା ପୋଲିସ ସହ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଆଉ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଆମ ପୋଲିସକୁ ଆଧୁନିକ ତାଲିମ ମଧ୍ୟ ପ୍ରଦାନ କରିବ। ଏଥିସହ ରାଜ୍ୟର ୨୦ ଜିଲ୍ଲାରେ ୨୦ ଟି ନୂତନ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପୋଲିସ ଥାନାର ଲୋକାର୍ପଣ ଆଭାସୀ ମାଧ୍ୟମରେ କରିଛନ୍ତି। ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ଓ ଲୋକାଭିମୁଖୀ କରିବା ପାଇଁ ୨୪ ଟି ନୂତନ ଥାନାର ଲୋକାର୍ପଣ ମଧ୍ୟ କରିଥିଲେ।

ପାରାଦ୍ୱୀପଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଇଫକୋର ପାରାଦୀପ ପ୍ଲାଣ୍ଟରେ ସ୍ଥାପିତ ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସେ ଲୋକାର୍ପଣ କରିଥିଲେ। ୧୪୧ଟି ପ୍ୟାକ୍ସ ପାଇଁ ଆବଶ୍ୟକତା-ଭିତ୍ତିକ ଭିତ୍ତିଭୂମିର ଆଭାସୀ ଉଦଘାଟନ, ସମବାୟ ନିବନ୍ଧକ (ଆରସିଏସ) ଅଫିସ୍ ପୋର୍ଟାଲ୍ ଆରମ୍ଭ, ନ୍ୟାସନାଲ୍ କୋଅପରେଟିଭ୍ ଅର୍ଗାନିକ୍ସ ଲିମିଟେଡ୍ ର ଡାଇରେକ୍ଟ-ଟୁ-କଞ୍ଜ୍ୟୁମର୍ (ଡିଟୁସି) ପୋର୍ଟାଲ୍ ଆରମ୍ଭ, ଏବଂ ନେସନାଲ୍ କୋଅପରେଟିଭ୍ ଏକ୍ସପୋର୍ଟ୍ସ ଲିମିଟେଡ୍ ଦ୍ୱାରା ବିକଶିତ ‘କୁପ୍ ମାର୍କ’ ଏବଂ ଏକ ଏଆଇ ଆଧାରିତ ବହୁଭାଷୀ ଡିଜିଟାଲ୍ ଶିକ୍ଷଣ ପ୍ଲାଟଫର୍ମ ‘ସାବିଦ୍ୟା’ର ଶୁଭାରମ୍ଭ କରାଯାଇଥିଲା।

କାର୍ଯ୍ୟକ୍ରମରେ ୧୧୫୯.୦୩ କୋଟି ଟଙ୍କାର ମୋଟ ୬୯ଟି ପ୍ରକଳ୍ପର ଉଦଘାଟନ କରାଯାଇଥିଲା। ସେହିପରି ୨୧୧୬.୦୬ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com