ଭୁବନେଶ୍ୱର:୬/୩-ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)–୨୦୨୬ କାର୍ଯ୍ୟକ୍ରମ ପାଇଁ ୨୦୦୨ ମସିହାର ଭୋଟର ତାଲିକା ସହିତ ମ୍ୟାପିଂ ପ୍ରକ୍ରିୟା ଉପରେ ଏକ ବିସ୍ତୃତ ଉପସ୍ଥାପନା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟରରେ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଅଧ୍ୟକ୍ଷତା କରି କହିଥିଲେ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ୨୦୦୨ ଭୋଟର ତାଲିକାକୁ ଏକ ମୂଳ ଆଧାର ଭାବେ ବ୍ୟବହାର କରି ୨୦୨୫ ଭୋଟର ତାଲିକା ସହିତ ମ୍ୟାପିଂ କରାଯିବ।
ମ୍ୟାପିଂ ସମୟରେ ଭୋଟରଙ୍କ ନାମ, ସମ୍ପର୍କୀୟଙ୍କ ନାମ, ବୟସ/ଜନ୍ମ ତାରିଖ, ମତଦାନ କେନ୍ଦ୍ର, ଭାଗ ସଂଖ୍ୟା ଓ ଭୋଟର ଫଟୋ ବିବରଣୀ ମିଳାଯିବ। ଏହି ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସହାୟତା କରିବେ ଏବଂ ଇସିଆଇ ନେଟ ପୋର୍ଟାଲ୍, ଭୋଟର ସେବା ପୋର୍ଟାଲ୍, ସିଇଓ ଓଡ଼ିଶା ୱେବସାଇଟ୍ ଓ ଇସିଆଇ ନେଟ ମୋବାଇଲ୍ ଆପ୍ ମାଧ୍ୟମରେ ଭୋଟରମାନେ ତଥ୍ୟ ଯାଞ୍ଚ କରିପାରିବେ। ନାଗରିକମାନଙ୍କୁ ନିଜ ନାମ ୨୦୨୫ ଓ ୨୦୦୨ ଭୋଟର ତାଲିକାରେ ଯାଞ୍ଚ କରି ସମ୍ବନ୍ଧିତ ବିବରଣୀ ବୁଥସ୍ତରୀୟ ଅଧିକାରୀଙ୍କୁ ଦେବାକୁ ଅନୁରୋଧ କରାଯାଇଛି।
ଯଦି ୨୦୦୨ ତାଲିକାରେ ନାମ ନ ମିଳେ, ତେବେ ନିଜ ପିତା/ମାତାଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ। ଯଦି୨୦୦୨ ଭୋଟର ତାଲିକାରେ ନିଜର, ପିତା/ମାତାଙ୍କର ନାମ ପାଇବାରେ ଅସମର୍ଥ ହୁଅନ୍ତି ତେବେ ନିଜର ଜେଜେବାପା/ଜେଜେମାଙ୍କ ବିବରଣୀ ଦେଇ ମ୍ୟାପିଂ କରାଇପାରିବେ। ଶ୍ରୀ ଗୋପଲନ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏହି ମ୍ୟାପିଂ ପ୍ରକ୍ରିୟା ପାଇଁ କୌଣସି ଦସ୍ତାବିଜ କିମ୍ବା ଆଧାର କାର୍ଡ ଦେବା ଆବଶ୍ୟକ ନୁହେଁ ଏବଂ ଏସଆଇଆର ଆରମ୍ଭ ହେଲେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ନାମ ପଞ୍ଜିକରଣ କରାଯିବ।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more