ଭୁବନେଶ୍ୱର:୨୪ /୩-ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତ। ସରକାର ୫୯୮୯ ନର୍ସିଂ ଅଫିସର ଏବଂ ୨୪୦ ରେଡିଓଗ୍ରାଫରମାନଙ୍କ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ମାନବ ସମ୍ପଦର ଅଭାବ କମିବା ସହିତ ରୋଗୀମାନଙ୍କୁ ଉନ୍ନତ ଏବଂ ସମୟୋପଯୋଗୀ ସେବା ଯୋଗାଇ ଦିଆଯାଇପାରିବ। ନବନିଯୁକ୍ତ ନର୍ସିଂ ଅଫିସରମାନେ ରୋଗୀ ସେବାରେ ମୁଖ୍ୟ ଭୂମିକା ନିଭାଇବେ ଓ ରେଡିଓଗ୍ରାଫରମାନେ ନିଦାନତ୍ମକ ସେବାକୁ ଆହୁରି ସୁଦୃଢ଼ କରିବେ।
ଏହି ନିଯୁକ୍ତି ଦ୍ୱାରା ରୋଗୀ ସେବା ଉନ୍ନତ ହେବା ସହିତ ସ୍ୱାସ୍ଥ୍ୟ ପ୍ରଣାଳୀ ଆହୁରି ସକ୍ଷମ ହେବବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ ଶୀଘ୍ର ନର୍ସିଂ ଅଫିସର ଏବଂ ରେଡିଓଗ୍ରାଫରମାନଙ୍କ ନିଯୁକ୍ତି ନିୟମାବଳୀ, ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡିକ ସମ୍ପର୍କରେ ଖୁବ ଶୀଘ୍ର ବିବରଣୀ ପ୍ରକାଶ କରାଯିବ।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more