• About
  • Contact
Friday, April 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ

Share on FacebookShare on TwitterShare on Whatsapp

-ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରାଯାଉ
-ଆଇନ ଶୃଙ୍ଖଳା ଅବ୍ୟବସ୍ଥାର ନଗ୍ନଚିତ୍ର
-ପଦାରେ ପଡିଲା ବିଜେପି ବିଧାୟକଙ୍କ ଔଦ୍ଧତ୍ୟ

ଭୁବନେଶ୍ୱର, ୩୦/୩/-ଶୁକ୍ରବାର ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେଉଥିଲା। ଏହି ଶୋଭାଯାତ୍ରାରେ ଅରାଜକତାର ସମସ୍ତ ସୀମାରେଖା ଉଲ୍ଲଂଘନ କରି ଟିଟିଲାଗଡ ବିଧାୟକ ନବୀନ ଜୈନ ଏକ ବନ୍ଧୁକ ବାହାର କରି ସର୍ବସାଧାରଣଙ୍କ ସାମ୍ନାରେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ। ଏହି ଘଟଣାଟି ଡବଲ ଇଂଜିନ ସରକାରରେ ବିଜେପି ବିଧାୟକଙ୍କ ଔଦ୍ଧତ୍ୟର ନଗ୍ନ ଚିତ୍ର ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।


ଶ୍ରୀମତୀ ସାହୁ କହିଥିଲେ, ଟିଟିଲାଗଡର ବିଧାୟକ ନବୀନ ଜୈନ ସରକାରୀ ଦଳର ବିଧାୟକ ହୋଇ ସରକାରୀ ନ୍ୟାୟ ବ୍ୟବସ୍ଥାର ସଂପୂର୍ଣ୍ଣ ଉଲ୍ଲଂଘନ କରିଛନ୍ତି। ଜଣେ ଜନପ୍ରତିନିଧି ହୋଇ ଟିଟିଲାଗଡ ପରି ଶାନ୍ତିପୂର୍ଣ୍ଣ ଜାଗାରେ ସର୍ବସାଧାରଣରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ। ତେଣୁ ଏହି ଅପରାଧର ସଂଜ୍ଞାନ ନେଇ ରାଜ୍ୟ ପୋଲିସ ନବୀନ ଜୈନଙ୍କୁ ତୁରନ୍ତ ଗିରଫ କରନ୍ତୁ। ଏହିଭଳି ଅମାନବୀୟ ଘଟଣା ନବୀନ ଜୈନଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଏକ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ। ଫଳସ୍ୱରୁପ ତତ୍କ୍‌ଷଣାତ ସଂପୃକ୍ତ କର୍ମୀଜଣଙ୍କ ସେଠାରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ଘଟଣାରେ ଯେହେତୁ ସେ ସରକାରୀ ଦଳର ବିଧାୟକ ତେଣୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଫଳରେ ତାଙ୍କର ଅଂହକାର ଏବଂ ଔଦ୍ଧତ୍ୟତା ଆହୁରି ବଢି ଭୟଙ୍କର ରୂପ ନେଉଛି। ଯାହା ଟିଟିଲାଗଡ ଏବଂ ରାଜ୍ୟବାସୀ ପାଇଁ ଶୁଭଙ୍କର ନୁହେଁ।

ବିଜେପି ସରକାରର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଖୋଲାଖୋଲି ଭାବେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଉଲ୍ଲଂଘନ କରୁଛନ୍ତି। କେଉଁଠି ଏକ ବିଧାୟକ ସର୍ବସାଧାରଣରେ ଗୁଳି ଫୁଟେଇଲେଣି ତ ଆଉ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ଆଇନକୁ ଫୁ କରି ବିନା ହେଲମେଟରେ ବିଶୃଙ୍ଖଳିତ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି। ସେହିଭଳି ରାଜଧାନୀର ରାଜରାସ୍ତାରେ ଏକ ଘରୋଇ ଗାଡିରେ ନାଲିବତୀ ଲଗାଇ ବିଜେପି କର୍ମୀମାନେ ବିଶୃଙ୍ଖଳା କରୁଥିଲା ବେଳେ କମିଶନରେଟ ପୋଲିସ ନୀରବଦ୍ରଷ୍ଟା ସାଜିଛି। ଓଡିଶା ଇତିହାସର ସବୁଠାରୁ ଅପାରଗ ଓ ଦୁର୍ବଳ ଗୃହମନ୍ତ୍ରୀ ହେଉଛନ୍ତି ମୋହନ ମାଝ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଶୃଙ୍ଖଳିତ ନହେଲେ ବିଜୁ ଜନତା ଦଳ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଜନଗଣନା-୨୦୨୭

by ସଂକ୍ଷିପ୍ତ ଖବର
April 2, 2026

ଘର ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା ସହିତ ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ   ଭୁବନେଶ୍ୱର:୨/୪-ପ୍ରଥମ ଥର ପାଇଁ ଡିଜିଟାଲ ତଥ୍ୟ ସଂଗ୍ରହ...

Read more

ଆଗାମୀ ଦଶବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ

April 1, 2026

ଭୁବନେଶ୍ୱରରେ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‍ଘାଟିତ

April 1, 2026

ବିରୋଧୀଙ୍କ କକ୍ଷତ୍ୟାଗ ଭିତରେ ବ୍ୟୟମଞ୍ଜୁରୀ ବିଲ-୨୦୨୬ ପାରିତ

April 1, 2026

କ୍ଷତିରେ ଚାଲିଛି ୮ଟି ସରକାରୀ ସଂସ୍ଥା

April 1, 2026

କ୍ରସ ଭୋଟିଂ ନ କରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯ୍ୟାତନା: ବିଜେଡି

March 31, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com