• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

Share on FacebookShare on TwitterShare on Whatsapp

ରନ୍ଧନ ଗ୍ୟାସ ଯୋଗାଣ ସାମଗ୍ରିକ ଭାବେ ସ୍ୱାଭାବିକ ରହିଛି

ଭୁବନେଶ୍ୱର:୧୧/୪-ସଂପ୍ରତି ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ତଥା ରାଜ୍ୟ ସଙ୍କଟ ପରିଚାଳନା ଗ୍ରୁପ୍‌ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ରାଜ୍ୟରେ ପେଟ୍ରୋଲ, ଡିଲେଜ ଏବଂ ରନ୍ଧନ ଗ୍ୟାସର ନିରବଚ୍ଛିନ୍ନ ଯୋଗାଣ କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ସେ ଏଲପିଜି ବଣ୍ଟନ ବ୍ୟବସ୍ଥା, ଯୋଗାଣ ପରିଚାଳନ ଓ ସମସ୍ତଙ୍କୁ ଆବଶ୍ୟକ ମୁତାବକ ସନ୍ତୁଳିତ ଆବଣ୍ଟନ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।

ରାଜ୍ୟରେ ରନ୍ଧନ ଗ୍ୟାସ ଅଭାବ ସହ କଳାବଜାର ଲୋକଙ୍କ ପାଇଁ ଦୁର୍ଦଶାର କାରଣ ହୋଇଥିବା ବେଳେ ଗ୍ୟାସ ଏଜେନ୍ସିଗୁଡ଼ିକ ଯଥା ସମୟରେ ଗ୍ୟାସ ଯୋଗାଣ କରୁନାହାନ୍ତି। କଳାବଜାରରେ କେଜି ୩୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ବାସ୍ତବ ସ୍ଥିତି ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନ ନକରି ବୈଠକରେ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ଯେ, ବାହ୍ୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟରେ ଇନ୍ଧନ ଓ ରନ୍ଧନ ଗ୍ୟାସ ଯୋଗାଣ ସାମଗ୍ରିକ ଭାବରେ ସ୍ୱାଭାବିକ ରହିଛି। ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ଉପଲବ୍ଧ ହେଉଥିବା ଅଶୋଧିତ ତୈଳରୁ ତୈଳ ବିଶୋଧନ କମ୍ପାନୀମାନେ ସର୍ବାଧିକ କ୍ଷମତାରେ ବିଶୋଧିତ ପେଟ୍ରୋଲ ଓ ଡିଜେଲ ଆଦି ଉତ୍ପାଦନ କରୁଛନ୍ତି। ଘରୋଇ ଏଲପିଜି ଯୋଗାଣକୁ ସର୍ବାଧିକ ଅଗ୍ରାଧିକାର ଦିଆଯାଉଛି। ଗ୍ୟାସ ବଣ୍ଟନରେ ସ୍ୱଚ୍ଛତା ଓ ସଠିକତା ନିଶ୍ଚିତ କରିବା ପାଇଁ ଡେଲିଭରି ସତ୍ୟାପନ ଆଧାରିତ କୋଡ(ଡିଏସି) ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦ୍ୟାଳୟ, ଡାକ୍ତରଖାନା, ହଷ୍ଟେଲ, ଅଙ୍ଗନବାଡ଼ି କେନ୍ଦ୍ର, ଆହାର କେନ୍ଦ୍ର ଓ କାରାଗାର ଭଳି ଅତ୍ୟାବଶ୍ୟକ କ୍ଷେତ୍ରରେ ଏଲପିଜି ଯୋଗାଣକୁ ଅଗ୍ରାଧିକାର ଦିଆଯାଇଛି।

ଏସବୁଥିରେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ପିଏନଜି ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ ଓ ଢାବା ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଏଲପିଜି ଆବଣ୍ଟନ ବୃଦ୍ଧି ପାଇଛି। ସୁବିଧାରେ ରନ୍ଧନ ଗ୍ୟାସ ଯୋଗାଣ ଉପଲବ୍ଧ ହେବା ପାଇଁ ତୈଳ ମାର୍କେଟିଂ କମ୍ପାନୀ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଗୁଡିକ ସହିତ ନିୟମିତ ସମନ୍ୱୟ ରଖାଯାଉଛି। ଇସ୍ପାତ ଏବଂ ଅଟୋମୋବାଇଲ ଭଳି କ୍ଷେତ୍ର ପାଇଁ ମଧ୍ୟ ଅତିରିକ୍ତ କମର୍ସିଆଲ ଏଲପିଜି ଯୋଗାଇ ଦିଆଯାଉଛି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୋଟ ମହଜୁଦ ପରିମାଣ, ହାରାହାରି ଦୈନିକ ବ୍ୟବହାର ଓ ଆଗାମୀ ଉପଲବ୍ଧତା ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏମଏସ୍‌, ଏଚ୍‌ଏସଡି, ଏଲପିଜି, ପିଏନଜି, ସିଏନଜି ଯୋଗାଣ ବ୍ୟବସ୍ଥାକୁ ସମନ୍ୱିତ ଭାବରେ ସୁଦୃଢ଼ କରାଯାଉଥିବା ସଂପର୍କରେ ଆଲୋଚନା କରାଯାଇଥିଲା।

ବିକଳ୍ପ ବ୍ୟବସ୍ଥା ଭାବେ ଘରୋଇ କ୍ଷେତ୍ରରେ ପିଏନଜି ଓ ପରିବହନ କ୍ଷେତ୍ରରେ ସିଏନଜି ବ୍ୟବହାରକୁ ଅଗ୍ରାଧିକାର ଦିଆଯାଉଛି ଏବଂ ଏ କ୍ଷେତ୍ରରେ ସଂଯୋଗୀକରଣ ଏବଂ ବ୍ୟବହାରୀଙ୍କ ସଂଖ୍ୟା ଯଥାକ୍ରମେ କ୍ରମାଗତ ଭାବେ ଦ୍ରୁତ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି। ସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ କମର୍ସିଆଲ ଏଲପିଜିରୁ ପିଏନଜିକୁ ପରିବର୍ତ୍ତନ କରିବା ପାଇଁ ପରାମର୍ଶ ସହ ମାର୍ଗଦର୍ଶିକା ଜାରି କରାଯାଇଛି। ସିଟି ଗ୍ୟାସ ବିତରଣ ନେଟୱାର୍କ(ସିଡିଡି) ସଂପ୍ରସାରଣ ତ୍ୱରାନ୍ୱିତ କରିବାକୁ ଉଦ୍ୟମ ଜାରି ରହିଛି। ଜିଲ୍ଲାୱାରୀ ପିଏନଜି ସଂଯୋଗୀକରଣ ଭିତ୍ତିଭୂମି ବଢାଇବା ସହିତ କଟି ଯାଇଥିବା ପୁରୁଣା ପିଏନଜି ଗ୍ରାହକମାନଙ୍କୁ ପୁନଃ ସଂଯୋଗୀକରଣ କରାଯାଉଥିବା ସଂପର୍କରେ ସୂଚନା ଦିଆଯାଇଥିଲା। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କେବଳ ପରିଚୟ ପତ୍ର ଆଧାରରେ ୫ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ବିତରକମାନଙ୍କ ଜରିଆରେ ଯୋଗାଇ ଦିଆଯାଉଛି।

ଅନ୍ୟପକ୍ଷରେ ବେଆଇନ ଗ୍ୟାସ ସିଲିଣ୍ଡର,ଚୋରା ଚାଲାଣ କରୁଥିବା ଓ ଅନ୍ୟତ୍ର ବ୍ୟବହାର ପାଇଁ ନିଆଯାଉଥିବା କ୍ଷେତ୍ରରେ ସାରା ରାଜ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯାଂଚ ଓ ଚଢଉକୁ ଜୋରଦାର କରାଯାଇଛି। ବେଆଇନ୍ ଗଚ୍ଛିତ ସିଲିଣ୍ଡର ଜବତ କରାଯିବା ସହ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଅନୁସାରେ ମାମଲା ରୁଜୁ କରାଯିବା ଏବଂ ଗିରଫ କରାଯିବା ଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ କାର୍ଯ୍ୟ କରୁଥିବା ବେଳେ ରାଜ୍ୟ ଓ ଜିଲ୍ଲାସ୍ତରରେ ସଂକଟ ପରିଚାଳନା ଗ୍ରୁପ୍ (କ୍ରାଇସିସ୍ ମ୍ୟାନେଜମେଣ୍ଟ ଗ୍ରୁପ୍‌) ଗଠିତ ହୋଇ ଦୈନନ୍ଦିନ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏଲପିଜି ପରିବହନ କରୁଥିବା ଯାନ ଯେପରି ନିର୍ଦ୍ଧାରିତ ସ୍ଥାନରେ ପହଁଚିବ ସେଥିପ୍ରତି ମଧ୍ୟ ପୁଲିସ ପ୍ରଶାସନ ସହାୟତାରେ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୟୁରିଆ ସାରର ଉପଲବ୍ଧତା ସ୍ଥିତି ସ୍ୱାଭାବିକ ରହିଥିବା ସଂପର୍କରେ ସୂଚନା ଦିଆଯାଇଛି ଓ ଦୈନନ୍ଦିନ ଭିତ୍ତିରେ ତଦାରଖ କରାଯାଉଥିବା ସଂପର୍କରେ ବିଭାଗୀୟ ସଚିବ ତଥ୍ୟ ଉପସ୍ଥାପନ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ସ୍ୱରାଷ୍ଟ୍ର, ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ଗୃହ ଏବଂ ସହରାଞ୍ଚଳ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ବାଣିଜ୍ୟ ଓ ପରିବହନ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପର୍ଯ୍ୟଟନ ଆଦି ବିଭିନ୍ନ ବିଭାଗର ସଚିବ ଏବଂ ତୈଳ ମାର୍କେଟିଂ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com