• About
  • Contact
Wednesday, May 27, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ରାଜ୍ୟ ସଂଗ୍ରହାଳୟରେ ଇଣ୍ଟର୍ନସିପ୍ କରୁଛନ୍ତି ୨୦୦ ଛାତ୍ରଛାତ୍ରୀ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୫/୫ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟ ସଂଗ୍ରହାଳୟରେ ରହିଥିବା ବିଭିନ୍ନ ଗ୍ୟାଲେରୀ ଗୁଡ଼ିକ ବୁଲି ଦେଖିବା ସହ ସଂଗ୍ରହାଳୟରେ ଇଣ୍ଟର୍ନସିପ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ଓ ପ୍ରସାର ସମ୍ବନ୍ଧରେ ଆଲୋଚନା କରିଥିଲେ। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଚଳିତ ବର୍ଷ ଉଚ୍ଚଶିକ୍ଷା ବିଭାଗ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଇଣ୍ଟର୍ନସିପ୍‌ରେ ନିୟୋଜିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାୟ ୨୦୦ଜଣ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ କରାଯାଇଛି।


ଛାତ୍ରଛାତ୍ରୀମାନେ ପ୍ରତ୍ନତତ୍ତ୍ୱ, ପ୍ରାଚୀନ ମୁଦ୍ରା, ପୋଥି, କଳା ଓ କାରୁକାର୍ଯ୍ୟ ବିଭାଗରେ ଇଣ୍ଟର୍ନସିପ୍ କରୁଛନ୍ତି। ଆମ ରାଜ୍ୟର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ସହ ଏହି ଦିଗରେ ଯେପରି ଉଚ୍ଚ କୋଟୀର ଗବେଷଣା କରାଯାଇପାରିବ ସେ ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଆମ କଳା, ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟ ହେଉଛି ଆମ ଗୌରବ। ଏହା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି। ଏହି ଦିଗରେ ଉଚ୍ଚତର ଗବେଷଣା କରିବା, ଏହାର ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱବିଦିତ କରିବା ଦିଗରେ ଯୁବପିଢ଼ିଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇଣ୍ଟର୍ନସିପ୍‌ରେ ନିୟୋଜିତ ସମସ୍ତ ଛାତ୍ରଛାତ୍ରୀମାନେ ସଂଗ୍ରହାଳୟରେ ସ୍ଥାନିତ ହୋଇଥିବା ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜି, ପ୍ରାଚୀନ ମୁଦ୍ରା ଓ ତାଳପତ୍ର ପୋଥି, ଲିପିତତ୍ତ୍ୱ, ଚାରୁ ଓ କାରୁକଳା, ଅନୁଭବ ଐତିହ୍ୟ ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି। ଇଣ୍ଟର୍ନସିପ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ କେବଳ ପାଠ୍ୟପୁସ୍ତକ ମଧ୍ୟରେ ନିଜକୁ ସୀମିତ ନ ରଖି ପାଠ୍ୟକ୍ରମର ପ୍ରୟୋଗାତ୍ମକ ଦିଗ ଉପରେ କାର୍ଯ୍ୟ କରୁଛନ୍ତି। ଏହା ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ କରିବା ସହ ଇତିହାସ ଓ ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବ, ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ସଂସ୍କୃତି ମନ୍ତ୍ରୀଙ୍କ ସହ ଇଣ୍ଟର୍ନସିପ୍‌ର ଅଭିଜ୍ଞତା ବାଣ୍ଟିବା ସହ ନିଜର ଖୁସିବ୍ୟକ୍ତ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

by ସଂକ୍ଷିପ୍ତ ଖବର
May 26, 2026

ଭୁବନେଶ୍ୱର:୨୫/୫-ସୋମବାର ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି...

Read more

ବିଏଲଓଙ୍କ ‘ଏସଆଇଆର’ ପ୍ରଶିକ୍ଷଣ ଶିବିର

May 26, 2026

ସର୍କିଟ୍ ହାଉସ୍‌ରେ ମାଦକ ଦ୍ରବ୍ୟ ସେବନ ବନ୍ଦ: ସଚିବ

May 22, 2026

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ

May 22, 2026

ବାବୁଙ୍କ ଯାନ ବ୍ୟବହାର ଉପରେ ଲାଗିଲା କଟକଣା

May 21, 2026

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

May 20, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com