• About
  • Contact
Saturday, June 13, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଖୁବଶୀଘ୍ର ସାମ୍ବାଦିକଙ୍କୁ ପେନସନ ଦେବେ ରାଜ୍ୟ ସରକାର

Share on FacebookShare on TwitterShare on Whatsapp

ରାଜ୍ୟର ବିକାଶ ମଡେଲକୁ ଅଧିକ ସଶକ୍ତ କରାଯିବ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୧୨/୬-ସାମ୍ବାଦିକଙ୍କୁ ପେନସନ ପ୍ରଦାନ ପ୍ରକ୍ରିୟା ବିଚାରାଧୀନ ଅଛି। ଧରି ନିଅନ୍ତୁ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ଏବଂ ସାମ୍ବାଦିକଙ୍କୁ ପେନସନ ମିଳିବ। ରାଜ୍ୟ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାରଙ୍କ ୨ ବର୍ଷ ପୂରଣ ହୋଇଛି। ଠିକ୍ ୨ ବର୍ଷ ପୂର୍ବରୁ ଆଜିର ଦିନରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆମ ସରକାର ଓଡିଶାର ଦାୟିତ୍ୱ ଗ୍ରହଣ କରିଥିଲା। ତା ପରଠାରୁ ଓଡିଶାରେ ଆରମ୍ଭ ହୋଇଥିଲା ଲୋକଙ୍କ ସରକାର। ଏହି ୨ ବର୍ଷ ମୋ ସହିତ ସରକାରଙ୍କ ପ୍ରତ୍ୟେକ ମନ୍ତ୍ରୀ ଜନସାଧାରଣଙ୍କ ସହିତ ସିଧାସଳଖ ମିଶିଛୁ। ସେମାନଙ୍କ ସୁଖ-ଦୁଃଖ ବୁଝିଛୁ ଏବଂ ସେମାନଙ୍କ ଆଶା ଆକାଂକ୍ଷା ଅନୁରୂପ ଯୋଜନା ପ୍ରସ୍ତୁତ କରି ଓଡିଶା ପାଇଁ ଏକ ସୁନ୍ଦର ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିଛୁ ଏବଂ ସେହି ଆଧାରରେ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ସେବା, ସୁଶାସନ ଓ ବିକାଶ ଆମର ଲକ୍ଷ୍ୟ। ରାଜ୍ୟର ବିକାଶ ମଡେଲକୁ ଅଧିକ ସଶକ୍ତ କରିବାକୁ ଆମେ ପ୍ରକ୍ରିୟା ଜାରି ରଖିଛୁ। ଓଡିଶା ପାଇଁ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇସାରିଛି। ସେହି ରୋଡମ୍ୟାପରେ ଆମେ ଓଡିଶାବାସୀଙ୍କ ଅଗ୍ରଗତି ଦିଗରେ ଆଗକୁ ବଢିବା ଆରମ୍ଭ କରିଛୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଏହି ଲକ୍ଷ୍ୟ ହାସଲ ଦିଗରେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ଏହି ୨ ବର୍ଷରେ ଆମ ସରକାରଙ୍କ ପଦକ୍ଷେପ ଯୋଗୁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି । ଓଡିଶାବାସୀ ଏବେ ପୂର୍ବ ଅପେକ୍ଷା ନିଜର ଭବିଷ୍ୟତକୁ ନେଇ ଅଧିକ ଆଶାବାଦୀ ଓ ଆତ୍ମବିଶ୍ୱାସୀ ହୋଇପାରିଛନ୍ତି। ଆମର ନୀତି ହେଉଛି, ବିକାଶର ସୁଫଳରେ ସମସ୍ତେ ଭାଗୀଦାର। ବିଶେଷକରି, ଗରିବ ଲୋକର ପ୍ରଥମ ଅଧିକାର ରହିଛି।ଗ ତ ୨ ବର୍ଷରେ ଆମେ ୧୨୧ ଟି ନୂଆ ଯୋଜନା, କାର୍ଯ୍ୟକ୍ରମ କିମ୍ବା ପଦକ୍ଷେପ ଘୋଷଣା କରିଛୁ। ଯାହା ଓଡିଶାକୁ ସମୃଦ୍ଧ ଓଡିଶାର ନିକଟତର କରୁଛି।

ଆଉ ପ୍ରାୟ ଦୁଇ ମାସ ପରେ ଆମେ ସ୍ୱାଧୀନତା ଦିବସ ପାଳିବା। ୭୯ ବର୍ଷ ବିତିଯିବା ପରେ ବି ରାଜ୍ୟର ସମସ୍ତ ଗ୍ରାମକୁ ନାଗରିକଙ୍କ ମୌଳିକ ସୁବିଧା ଯେପରିକି ବିଜୁଳି, ପିଇବା ପାଣି ଏବଂ ସବୁଦିନିଆ ସଡକ ଯୋଗାଇ ଦିଆଯାଇ ପାରି ନ ଥିଲା। ଏଥିପାଇଁ ୨୪ ବର୍ଷୀୟା ସରକାର ପଦକ୍ଷେପ କାହିଁକି ଗ୍ରହଣ କରି ନ ଥିଲା? ଏ ସବୁ ମୌଳିକ ସୁବିଧା ଯୋଗାଇବାକୁ ତାଙ୍କ ହାତ କିଏ ବାନ୍ଧିଥିଲା? ଏହି ଐତିହାସିକ ଭୁଲକୁ ସୁଧାରିବା ପାଇଁ ଆମ ସରକାର ଅଣ୍ଟା ଭିଡିଛି ଏବଂ ଆଗାମୀ ୨୦୨୭ ଶେଷ ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରିଛି। ଆମ ସମସ୍ତଙ୍କ ପାଇଁ ନାରୀଶକ୍ତି ନମସ୍ୟା। ତେଣୁ ମହିଳା ସଶକ୍ତିକରଣରୁ ଆମ ସରକାରଙ୍କ ରିପୋର୍ଟ କାର୍ଡ ଆରମ୍ଭ କରୁଛି। ଆମ ସରକାରଙ୍କ ପ୍ରଥମ କ୍ୟାବିନେଟରେ ‘ସୁଭଦ୍ରା ଯୋଜନା’କୁ ଅନୁମୋଦନ କରିଥିଲା ଏବଂ ଏହି ଦୁଇ ବର୍ଷ ମଧ୍ୟରେ ୨୦ ହଜାର ୬୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସୁଭଦ୍ରା ସହିତ ଆମ ସରକାର ମହିଳାଙ୍କ ବିକାଶ ପାଇଁ କନ୍ୟା ବିବାହ ଯୋଜନା ଆଣି ୧୩୦୦ ଗରିବ କନ୍ୟାଙ୍କୁ ମର୍ଯ୍ୟାଦାଜନକଭାବେ ସାମୂହିକ ବିବାହ ଅନୁଷ୍ଠିତ କରାଇଛି।

ରାଜ୍ୟର ଚାଷୀଭାଇ ଓ ଭଉଣୀମାନେ ଆମପାଇଁ କୃଷକ ନୁହନ୍ତି, ସେମାନେ ଆମପାଇଁ ଅନ୍ନଦାତା। ତେଣୁ, ଅନ୍ନଦାତାଙ୍କୁ ସମ୍ମାନ ଦେବା ସହ ଆମେ ତାଙ୍କୁ ସଶକ୍ତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଆମ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହାଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମାସକୁ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ବିନାମୂଲ୍ୟରେ ମିଳିବ। ଏଣିକି ଜଣେ ହିତାଧିକାରୀଙ୍କୁ ମାଗଣାରେ ୧୦ କିଲୋଗ୍ରାମ ଚାଉଳ ମିଳିବ। ଏହାଦ୍ୱାରା ରାଜ୍ୟର ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଉପକୃତ ହେବେ। ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଯୋଜନାର ସୁଫଳ ପାଇବେ। ଆଜି ଆମେ ଯେଉଁଠାରେ ଉପନୀତ ହୋଇଛୁ, ସାକ୍ଷରତା ଏକ ବଡ ସମସ୍ୟା ନୁହେଁ। ସମସ୍ୟା ହେଉଛି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା। ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା। ପ୍ରଥମ ପର୍ଯ୍ୟାୟରେ ସ୍ଥାପିତ ହେବାକୁ ଥିବା ୨୨ ଶହ ବିଦ୍ୟାଳୟରୁ ବର୍ତ୍ତମାନ ସୁଦ୍ଧା ୩୨୨ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରାଯାଇଛି । ଏଥି ସହିତ ଗତ ଦୁଇ ବର୍ଷ ମଧ୍ୟରେ ୨୬ ହଜାର ୬୧୫ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ୩ ବର୍ଷରେ ଆମେ ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

ଚଳିତ ବଜେଟରେ ଓଡ଼ିଶାରେ ୪ ଟି ନୂତନ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଖୋଲାଯାଇଛି। ଆଗାମୀ ଦିନରେ ଓଡିଶାକୁ ପୂର୍ବ ଭାରତର ଉଚ୍ଚ ଶିକ୍ଷା ରାଜଧାନୀ ଭାବେ ନିର୍ମାଣ କରାଯିବ। ନବରଙ୍ଗପୁର ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ଖୁବ୍ ଶୀଘ୍ର ଜଗତସିଂହପୁର, ଢେଙ୍କାନାଳ ଓ ଭଦ୍ରକରେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯିବ। ଆୟୁଷ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇ ରାଇରଙ୍ଗପୁରରେ ନୂତନ ଆୟୁର୍ବେଦ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭିତ୍ତିପ୍ରସ୍ତର ସ୍ଥାପନ ରାଷ୍ଟ୍ରପତିଙ୍କ କରକମଳରେ ହୋଇଛି। ରାଜ୍ୟରେ ୩ଟି ନୂତନ ସରକାରୀ ଆୟୁର୍ବେଦିକ ମେଡିକାଲ କଲେଜ ଖୋଲାଯିବ ଓ ୨ଟି ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।

ସ୍ୱାସ୍ଥ୍ୟସେବାକୁ ଅବାଧ କରିବା ପାଇଁ ସରକାର ବିଭିନ୍ନ ସମୟରେ ଏବଂ ବର୍ଗରେ ନୂତନ ନିଯୁକ୍ତି ଦେଇଛନ୍ତି। ଗତ ଦୁଇ ବର୍ଷରେ ୫ ହଜାର ୧୯୭ ମେଡିକାଲ ଅଫିସର ଏବଂ ପାରାମେଡିକ୍ସ ନିଯୁକ୍ତ ଦିଆଯାଇଛି । ଆମ ସରକାର ଆସିବା ମାତ୍ରେ, ଶିଳ୍ପ ଓ ଉଦ୍‌ଯୋଗକୁ ପ୍ରାଥମିକତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ କାରଣ ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ ହେବା ଅପରିହାର୍ଯ୍ୟ। ଏହି ୨ବର୍ଷରେ ଆମ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍‌ସ ଜରିଆରେ ୮ ଲକ୍ଷ ୬୯ ହଜାର କୋଟି ଟଙ୍କାର ୪୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ୱାରା ୫ ଲକ୍ଷ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।

ଆପଣଙ୍କ ମନରେ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଅନେକ ପ୍ରଶ୍ନ ଅଛି। ତେଣୁ, ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଁ ଦୃଢତାର ସହିତ ତାର ଉତ୍ତର ରଖିବି। ଆଇନ ଶୃଙ୍ଖଳା ପରିସ୍ଥିତି ଏକ ରାଜନୈତିକ ରୂପ ଧାରଣ କରିଛି। ତେଣୁ ମୁଁ ରାଜନୈତିକ ଭାବେ ବିଧାନସଭା ଭିତରେ ଏବଂ ବାହାରେ ଅନେକ ଥର ଏକ ସିଧା ଓ ସ୍ପଷ୍ଟ ପ୍ରଶ୍ନ ପଚାରିଛି, ‘କେଉଁ ସାଂଘାତିକ ଅପରାଧିକ କେସରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ। ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ଦେଇ ପାରୁ ନାହାନ୍ତି। ଆମ ସରକାରଙ୍କ ସମୟରେ ମହିଳା ବିରୋଧୀ ଅପରାଧ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ବେଳେ ଆଇନଗତ ପଦକ୍ଷେପ ନିଆଯାଇ ଦଣ୍ଡହାର ଅହେତୁକ ଭାବେ ବୃଦ୍ଧି ପାଇଛି। ୨୦୨୩ ରେ ମହିଳା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୬.୭ ପ୍ରତିଶତ ଥିବା ବେଳେ, ୨୦୨୫ ଜୁନ ସୁଦ୍ଧା ଏହା ୬୨ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଓଡ଼ିଶାର ସାମଗ୍ରୀକ ଦୋଷୀ ସାବ୍ୟସ୍ତ ହାର ୮୭.୬ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ପ୍ରାୟ ୧୧ ପ୍ରତିଶତ ଥିଲା।

ଆମ ସରକାର ସୁଶାସନ ପାଇଁ ଆଧୁନିକ ଜ୍ଞାନ କୌଶଳକୁ ଆପଣାଇଛି। ଟେକ୍ନୋଲୋଜି ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ପ୍ରାୟ ୧ ହଜାର ଏକ ଶହ କୋଟି ଟଙ୍କା ବିନିଯୋଗରେ ପ୍ରଯୁକ୍ତିବିଦ୍ୟା ବିକାଶ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ୧୯୯୨ ରୁ ୨୦୨୩ ମଧ୍ୟରେ ୩୨ ବର୍ଷ ଭିତରେ ରାଜ୍ୟରେ ମାତ୍ର ୧ ହଜାର ୭୫ ଟି ରାଜସ୍ୱ ଗ୍ରାମ ଘୋଷଣା ହୋଇଥିବା ବେଳେ, ମାତ୍ର ୨ ବର୍ଷରେ ଆମ ସରକାର ୯୪୬ ଟି ନୂତନ ରାଜସ୍ୱ ଗ୍ରାମ ଘୋଷଣା କରିଛନ୍ତି। ୨୮ ହଜାର ୫୩୧ ବାସହୀନ ପରିବାରକୁ ବସୁନ୍ଧରା ଯୋଜନାରେ ୪ ଡିସମିଲ ଘରବାରି ପଟ୍ଟା ଦିଆଯାଇଛି। ୨୫ ହଜାର ୬୪୩ ସରକାରୀ ଓ ସରକାରୀ ସାହାଯ୍ୟ ପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ଜମିପଟ୍ଟା ଦିଆଯାଇଛି। ଆଗାମୀ ଚାରି ବର୍ଷରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ପ୍ରଦାନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଏବଂ ସେହି ଅନୁସାରେ କାର୍ଯ୍ୟରତ ଅଛୁ।

ରାଜ୍ୟର ପ୍ରାୟ ୪୦ ପତିଶତ ଜନସଂଖ୍ୟା ହେଉଛନ୍ତି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର, କେବଳ ଜନଜାତି ହେଉଛନ୍ତି ୨୪ ପ୍ରତିଶତ। ତେଣୁ, ଆମ ସରକାର ହୃଦୟଙ୍ଗମ କରିଛନ୍ତି ଯେ ଯଦି ଏହି ବର୍ଗର ଉନ୍ନତି ନ ହେବ ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବା ଅସମ୍ଭବ। ଅଷ୍ଟମ ଏବଂ ଦଶମ ଶ୍ରେଣୀ ପରେ ଅନୁସୂଚିତ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ଡ୍ରପ୍ ଆଉଟ୍ ହାରକୁ ହ୍ରାସ କରିବା ପାଇଁ ଆରମ୍ଭ କରାଯାଇଥିବା ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଅଧୀନରେ ଗତ ଦୁଇ ବର୍ଷରେ ୧ ହଜାର ୬୧୬ କୋଟି ରୁ ଉର୍ଦ୍ଧ୍ୱ ୩ ଲକ୍ଷ୍ ୨୨ ହଜାର ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି । ୮୦ ବର୍ଷ ବୟସରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ ମାସିକ ୩,୫୦୦ ଟଙ୍କା ଭତ୍ତା ଦିଆଯାଉଛି । ମଧୁବାବୁ ପେନସନ୍ ଯୋଜନାରେ ସେଚୁରେସନ ମୋଡ ପାଇଁ ଆଉ ୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ାଯାଇ ରାଜ୍ୟର ସମସ୍ତ ଯୋଗ୍ୟ ଆଶାୟୀଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ।

ଭାରତ ସରକାରଙ୍କ ଅର୍ଥନୈତିକ ସର୍ଭେ ୨୦୨୫-୨୬ରେ ଓଡ଼ିଶାର ଦକ୍ଷତା ମଡେଲକୁ ସର୍ବୋତ୍ତମ ଅଭ୍ୟାସ ମଧ୍ୟରୁ ଗୋଟିଏ ଭାବରେ ସ୍ଥାନିତ କରାଯାଇଛି । ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହ ୫ଟି ଆଇ.ଟି.ଆଇ.କୁ ‘ଉତ୍କର୍ଷ ଆଇ.ଟି.ଆଇ.’ ଭାବେ ନବୀକରଣ କରାଯିବ। ୪୭ଟି ଆଇ.ଟି.ଆଇ.ରେ ସେଣ୍ଟର ଅଫ ଏକ୍ସେଲେନ୍ସ ପ୍ରତିଷ୍ଠା କରାଯାଉଛି। ପ୍ରସିଦ୍ଧ ୱାର୍ଲଡ ସ୍କିଲ୍ ସେଣ୍ଟର’ର ଦୁଇଟି କ୍ୟାମ୍ପସ୍ ସମ୍ୱଲପୁର ଓ ବ୍ରହ୍ମପୁର ରେ ପ୍ରତିଷ୍ଠା କରାଯିବ। ଜଗତସିଂହପୁର ଜିଲ୍ଲା ପାରାଦୀପ ଏବଂ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବ।

ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ୨୦୨୭ ସୁଦ୍ଧା ସମସ୍ତ ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ କରାଯିବ। ଶକ୍ତି କ୍ଷେତ୍ରରେ ବ୍ୟାପକ ସଂସ୍କାର କରାଯାଉଛି ଏବଂ ତୀବ୍ର ଗତିରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଗତ ଦୁଇ ଆର୍ôଥକ ବର୍ଷରେ କୌଣସି ବିଦ୍ୟୁତ ଦର ବୃଦ୍ଧି ବିନା ଶୁଳ୍କ ସ୍ଥିରତା ବଜାୟ ରହିଛି। ୨୪ ବର୍ଷୀଆ ଶାସନରେ ଓଡିଶାବାସୀ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ମନ୍ତ୍ରୀଙ୍କୁ ନିଜ ଗୁହାରି ଶୁଣାଇବା ଭୁଲି ଯାଇଥିଲେ। କିନ୍ତୁ, ଆମ ସରକାର ଆସିବାମାତ୍ରେ ପୁଣିଥରେ ପ୍ରତ୍ୟକ୍ଷ ଜନଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୁଇବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୪ ହଜାର ୬୫୧ଟି ଅଭିଯୋଗ ଗ୍ରହଣ କରାଯାଇ ୯୫ ପ୍ରତିଶତ ସମାଧାନ କରାଯାଇଛି। ଗତ ୨୪ ମାସ ମଧ୍ୟରେ ଓଡ଼ିଶାରେ ଆମେ କ୍ରିଡା ଭିତ୍ତିଭୂମିକୁ ସମ୍ପ୍ରସାରଣ କରି ଓଡିଶାକୁ ବିଶ୍ୱ କ୍ରିଡା ମାନଚିତ୍ରରେ ପ୍ରତିଷ୍ଠା କରିଛୁ। ସେହିପରି ଆର୍ôଥକ କ୍ଷେତ୍ରରେ ଶୃଙ୍ଖଳା ରକ୍ଷାକରି ଆମେ ୨୦୨୪-୨୫ରେ ୭.୨ ପ୍ରତିଶତ ଏବଂ ୨୦୨୫-୨୬ରେ ୭.୯ ପ୍ରତିଶତ ଅଭିବୃଦ୍ଧି ହାସଲ କରି ଜାତୀୟହାର ଠାରୁ ଉପରେ ରହିଛୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଏହି ଅବସରରେ ମୁଁ ଆପଣଙ୍କ ମାଧ୍ୟମରେ ଓଡିଶାବାସୀଙ୍କୁ କହିବାକୁ ଚାହେଁ ଯେ ଆପଣଙ୍କ ସରକାର ନିରନ୍ତର ଭାବେ ବିକାଶ କରୁଛନ୍ତି। ମୁଁ ଜାଣିଛି ଆପଣଙ୍କର ଅନେକ ଆଶା ଆକାଂକ୍ଷା ଅଛି ଯାହାକୁ ପୂରଣ କରିବାକୁ ଆମ ସରକାର କାୟୋ ମନବାକ୍ୟରେ ଚେଷ୍ଟା କରୁଛନ୍ତି। ବିଗତ ସରକାରଙ୍କ ଅପାରଗତା ଫଳରେ କିଛି ପ୍ରତିବନ୍ଧକ ସୃଷ୍ଟି ହେଉଛି, ଯାହାକୁ ମୁଁ ବ୍ୟକ୍ତିଗତ ଭାବେ ଦୂର କରିବାକୁ ଚେଷ୍ଟା କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଓଡ଼ିଶା ପ୍ରତି ଆଶୀର୍ବାଦ ରହିଛି। ତାଙ୍କ ଆଶୀର୍ବାଦ ଆମର ପ୍ରତ୍ୟେକଟି ଅଭିଯାନରେ ସଫଳ କରିବ ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ କରିବାରେ ସହାୟ ହେବ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ କମିସନ ରିପୋର୍ଟ ଗାଏବ

by ସଂକ୍ଷିପ୍ତ ଖବର
June 11, 2026

କ୍ୟାପିଟାଲ ଥାନାରେ ଏତଲା, ତଦନ୍ତ ଆରମ୍ଭ ଭୁୁବନେଶ୍ୱର:୧୧/୬- ମୋହନ ସରକାରଙ୍କ ଦୁଇବର୍ଷ ପୂରଣ ହେବାକୁ ଯାଉଥିବାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ସ୍ପର୍ଶକାତର ତଦନ୍ତ କମିସନ...

Read more

ସାମ୍ବାଦିକ ସମ୍ମିଳନୀରେ ସଫଳତା କାହାଣୀ ବଖାଣିଲେ ମୁଖ୍ୟମନ୍ତ୍ରୀ

June 9, 2026

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

June 3, 2026

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com