• About
  • Contact
Thursday, July 16, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

Share on FacebookShare on TwitterShare on Whatsapp

-ଘରେ ରହି ଶ୍ରୀମନ୍ଦିର ପାଇଁ ଅର୍ଥ ପଠାଇ ପାରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର:୧୫/୭- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱବ୍ୟାପୀ ଭକ୍ତଙ୍କ ଆଧ୍ୟାତ୍ମିକ ଆସ୍ଥାକୁ ସମ୍ମାନ ଜଣାଇ ସରକାର ଏକ ଭକ୍ତିପୂତ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ୨୦୨୬ ପବିତ୍ର ରଥଯାତ୍ରାର ପୂର୍ବ ଦିନ ଜୁଲାଇ ୧୫ ତାରିଖରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ‘ସମର୍ପଣ’ର ଶୁଭାରମ୍ଭ କରିଛନ୍ତି। ଓକାକ ଦ୍ୱାରା ବିକଶିତ ହୋଇଥିବା ଏହି ଡିଜିଟାଲ ପ୍ଲାଟଫର୍ମକୁ ଶ୍ରୀମନ୍ଦିର ପ୍ରଶାସନର ଅଫିସିଆଲ ପୋର୍ଟାଲ ସହିତ ସଂଯୁକ୍ତ କରାଯାଇଛି। ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥା ଜରିଆରେ ସଂଗୃହିତ ଅର୍ଥ ଶ୍ରୀମନ୍ଦିରର ବିକାଶ ଓ ରକ୍ଷଣାବେକ୍ଷଣ ପାଇଁ ବିନିଯୋଗ ହେବ। ଆଗାମୀ ଦିନରେ ମହାପ୍ରଭୁଙ୍କ ପରମ୍ପରାର ସୁରକ୍ଷା ଓ ଶ୍ରୀମନ୍ଦିରର ସର୍ବାଙ୍ଗୀନ ବିକାଶରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ବ୍ୟବସ୍ଥା ଅଧିକ ସହଜ, ସ୍ୱଚ୍ଛ ଓ ସମୟ ଉପଯୋଗୀ ହୋଇଥିବାରୁ ଏହା ଦ୍ୱାରା ଦେଶ-ବିଦେଶରେ ଥିବା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀ ଏବେ ଘରେ ରହି ମଧ୍ୟ ମହାପ୍ରଭୁଙ୍କ ଚରଣରେ ସେବା ଅର୍ପଣ କରିପାରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି ସ୍ୱତନ୍ତ୍ର ୱେବ ପୋର୍ଟାଲ ସହିତ ମୋବାଇଲ ଆପ୍ ମଧ୍ୟ ବିକଶିତ କରାଯାଇଛି। ଶ୍ରଦ୍ଧାଳୁମାନେ ନିଜ ମୋବାଇଲ ନମ୍ବର ଏବଂ ଓଟିପି ମାଧ୍ୟମରେ ସହଜରେ ଲଗ-ଇନ କରି ଅର୍ଥ ପ୍ରଦାନ କରିପାରିବେ। ଦାନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଏଥିରେ ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ଡେବିଟ ଓ କ୍ରେଡିଟ କାର୍ଡ ସମେତ ହ୍ୱାଟସ-ଆପ ମାଧ୍ୟମରେ ମଧ୍ୟ ପେମେଣ୍ଟ କରିବାର ସୁବିଧା ପ୍ରଦାନ କରାଯାଇଛି। ପ୍ରକ୍ରିୟା ସଫଳ ହେବା ପରେ ଭକ୍ତମାନେ ତୁରନ୍ତ ନିଜର ଡିଜିଟାଲ ରସିଦ ମଧ୍ୟ ଡାଉନଲୋଡ କରିପାରିବେ।

ସୂଚନାଯୋଗ୍ୟ ଯେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ ଆର୍ôଥକ ସୀମା ରଖାଯାଇ ନାହିଁ। ଭକ୍ତମାନେ ନିଜ ସାମର୍ଥ୍ୟ ଅନୁଯାୟୀ ମାତ୍ର ୧ ଟଙ୍କାରୁ ଆରମ୍ଭ କରି ଯେତେ ଚାହିଁବେ ସେତେ ଅର୍ଥ ମହାପ୍ରଭୁଙ୍କ ଚରଣରେ ସମର୍ପଣ କରିପାରିବେ। ଏହାଛଡ଼ା, ଶ୍ରୀମନ୍ଦିରର ‘ମରାମତି ଓ ନବୀକରଣ’ ଏବଂ ‘କର୍ପସ’ ପାଣ୍ଠିକୁ ଦାନ କରୁଥିବା ଶ୍ରଦ୍ଧାଳୁମାନେ ନିଜର ପ୍ୟାନ ବିବରଣୀ ପ୍ରଦାନ କରି ଆୟକର ରିହାତିର ସୁବିଧା ମଧ୍ୟ ପାଇପାରିବେ। ଏହି ମୋବାଇଲ ଆପ କେବଳ ଦାନ କରିବାରେ ସୀମିତ ନରହି ଭକ୍ତମାନଙ୍କ ପାଇଁ ଏକ ସୁନ୍ଦର ଡିଜିଟାଲ ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହି ଆପ ମାଧ୍ୟମରେ ଭକ୍ତମାନେ ମନ୍ଦିରର ସାଧାରଣ ସୂଚନା, ଦୈନନ୍ଦିନ ନୀତିକାନ୍ତିର ଘୋଷଣା, ସଦ୍ୟତମ ଅପଡେଟ ସହ ପୁରୀ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ ‘ଭକ୍ତ ନିବାସ’ ରୁମ ବୁକିଂ ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧା ମଧ୍ୟ ପାଇପାରିବେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

by ସଂକ୍ଷିପ୍ତ ଖବର
July 15, 2026

ଭୁବନେଶ୍ୱର : ୧୫/୭-ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଥିବା କଳିଙ୍ଗ ଟିଭିର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ...

Read more

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ରାଜସ୍ୱ ବିଭାଗର ପ୍ରାଥମିକତା

July 13, 2026

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବି- ସଂତୃପ୍ତ ମିଶ୍ର

July 13, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com