• About
  • Contact
Friday, July 24, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Economy

ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୧ା୭-ଚଳିତ ଆର୍ôଥକବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟରେ ଅନୁମାନ କରିଛନ୍ତି। ତେବେ ଗତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ଋଣ ପରିମାଣ ୨୦୧ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଦେଇଥିବା ତଥ୍ୟରୁ ଏହା ଜଣାପଡିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପ୍ରଦାନ କରିଥିବା ସୂଚନା ମୁତାବକ ୨୦୨୫-୨୬ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଭାରତର ଋଣବୋଝ ୨୦୧.୧୭ଲକ୍ଷ କୋଟି ଟଙ୍କା ଥିଲା। ଏହି ସମୟ ବେଳକୁ ବିଦେଶୀ ଋଣ ପରିମାଣ ୯.୮୯ଲକ୍ଷ କୋଟି ଟଙ୍କା ରହିଥିଲା। ତେବେ ୨୦୨୬-୨୭ ବର୍ଷ ଶେଷସୁଦ୍ଧା ଦେଶର ଋଣ ବୋଝ ୨୧୮.୬୩ଲକ୍ଷ କୋଟି ଟଙ୍କାରେ ପହଞ୍ôଚବା ନେଇ ବଜେଟରେ ଅନୁମାନ କରାଯାଇଛି। ବର୍ଷ ଶେଷ ସୁଦ୍ଧା ଦେଶର ବୈଦେଶିକ ଋଣ ପରିମାଣ ୯.୬୪ ଲକ୍ଷ କୋଟି ଟଙ୍କାରେ ପହଞ୍ôଚପାରେ। ବର୍ତ୍ତମାନର ବୈଦେଶିକ ମୁଦ୍ରା ବିନିମୟ ହାର ଅନୁଯାୟୀ ବୈଦେଶିକ ଋଣର ଆକଳନ କରାଯାଇଥିବା ଏଥିରେ ଦର୍ଶାଯାଇଛି।

ସାଂସଦ ଶ୍ରୀ ରାୟଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ବର୍ଷକୁ ବର୍ଷ ଋଣର ମୂଳ ଓ ସୁଧ ପରିଶୋଧ ପରିମାଣ ବଢ଼ୁଛି। ୨୦୨୦-୨୧ ବର୍ଷରେ ୨.୬୨ଲକ୍ଷ କୋଟି ଟଙ୍କା ମୂଳ ପରିଶୋଧ ହୋଇଥିବାବେଳେ ୨୦୨୧-୨୨ରେ ୩ଲକ୍ଷ କୋଟି, ୨୦୨୨-୨୩ରେ ୩.୫୩ଲକ୍ଷ କୋଟି, ୨୦୨୩-୨୪ରେ ୪.୮୮ଲକ୍ଷ କୋଟି, ୨୦୨୪-୨୫ରେ ୪.୧୬ଲକ୍ଷ କୋଟି ଟଙ୍କା ସୁଝା ଯାଇଥିଲା। ୨୦୨୫-୨୬ରେ କେନ୍ଦ୍ର ସରକାର ୪.୬୧ଲକ୍ଷ କୋଟି ଟଙ୍କାର ଋଣ ସୁଝିଥିବାବେଳେ ୨୦୨୬-୨୭ର ବଜେଟ ଆକଳନ ଅନୁଯାୟୀ ଏହି ପରିମାଣ ୬.୨୨ଲକ୍ଷ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ମୁତାବକ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ଋଣ ଉପରେ ସୁଧ ବାବଦକୁ ୬.୮୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୧-୨୨ ବର୍ଷରେ ୮.୦୫ ଲକ୍ଷ କୋଟି ଟଙ୍କା, ୨୦୨୨-୨୩ରେ ୯.୨୯ ଲକ୍ଷ କୋଟି ଟଙ୍କା, ୨୦୨୩-୨୪ରେ ୧୦.୬୪ ଲକ୍ଷ କୋଟି ଟଙ୍କା ଓ ୨୦୨୪-୨୫ ବର୍ଷରେ ୧୧.୧୬ ଲକ୍ଷ କୋଟି ଟଙ୍କା ଦେଇଥିଲେ। ୨୦୨୫-୨୬ ବର୍ଷରେ ସୁଧ ବାବଦରେ କେନ୍ଦ୍ର ସରକାର ୧୨.୪୩ ଲକ୍ଷ କୋଟି ଟଙ୍କା ଦେୟ କରିଥିବାବେଳେ ଚଳିତ ଆର୍ôଥକ ବର୍ଷରେ ଏ ବାବଦରେ ୧୪.୦୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବଜେଟ ଅଟକଳ ହୋଇଛି।
ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଭୁବନେଶ୍ୱରସ୍ଥିତ ଏମ୍ସର ବାଲେଶ୍ୱରଠାରେ ଏକ ସାଟେଲାଇଟ କେନ୍ଦ୍ର କାର୍ଯ୍ୟ କରୁଛି। ଏବେ ରାଜ୍ୟରେ ଆଉ ନୂଆ ସାଟେଲାଇଟ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ନାହିଁ। ଏଠାରେ ଉଲ୍ଲେଖନୀୟ ଯେ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଉରକେଲାରେ ଏମ୍ସର ଏକ ଶାଖା ଖୋଲିବା ପାଇଁ ସାଂସଦ ଶ୍ରୀ ରାୟ ଦୀର୍ଘବର୍ଷ ହେବ ଦାବି କରିଆସୁଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା

by ସଂକ୍ଷିପ୍ତ ଖବର
July 23, 2026

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନମନ୍ତ୍ରୀ ଭୁବନେଶ୍ୱର:୨୩ା୭-ଦେଶର ଅଦାଲତଗୁଡ଼ିରେ ଏବେ ୫କୋଟି ୬୪ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଥିରେ ରହିଛି ସୁପ୍ରିମକୋର୍ଟରେ ୯୬,୦୨୪ ଓ...

Read more

ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

July 22, 2026

ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

July 22, 2026

ODISHA APPROVES ₹4,573CRORE INVESTMENT, CREATING

July 21, 2026

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com