ଭୁବନେଶ୍ୱର: ସାତଦିନ ଭିତରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବ। ବାତ୍ୟା ସମୀକ୍ଷା ପରେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରବିବାରରୁ କ୍ଷେତ୍ର କର୍ମଚାରୀ କ୍ଷୟକ୍ଷତି ଆକଳନ କରିବେ। ରାଜସ୍ୱ, କୃଷି, ପରିସଂଖ୍ୟାନ ଏବଂ ସମବାୟ ବିଭାଗ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ। ଫସଲ ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଆକଳନ ଓ ସହାୟତା ପ୍ରଦାନ ସପ୍ତାହକ ଭିତରେ ସରିବ। ୪୮ ଘଣ୍ଟାରେ ଆକଳନ ଶେଷ କରିବା ଏବଂ ସାତଦିନ ଭିତରେ ସହାୟତା ଦିଆଯିବାକୁ ଚେଷ୍ଟା କରାଯିବ।
ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଆକାଶମାର୍ଗରୁ ସର୍ଭେ କରାଯାଇ ପ୍ରାଥମିକ ଆକଳନ କରାଯିବ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more
