ସୁବର୍ଣ୍ଣପୁର:6 ନଭେମ୍ବର 2024(ଉଗ୍ରସେନ କର୍ମୀ) ସୁବର୍ଣ୍ଣପୁର ଜିଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡ ସ୍ଥାନରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବାକୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବସ୍ ମାଲିକ ସଂଘ ତାଙ୍କ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସୋନପୁର ସହରବାସୀ ଓ ଘରୋଇ ବସ୍ ମାଲିକ ସଂଘର ଦୀର୍ଘ ଦିନର ଦାବିକୁ ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ଗୁରୁତ୍ଵ ଦେଇ ସୋନପୁର ସହରର ମୁଖ୍ୟ ପେଣ୍ଠସ୍ଥଳୀ (ପୁରୁଣା ବସଷ୍ଟାଣ୍ଡରେ) ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ପାଇଁ ସିଦ୍ଧାନ୍ତ ଗ୍ରହଣ କରିଥିଲେ l OSRTC କୁ ଏହାର ଦାୟିତ୍ଵ ଦେଇ ଠିକା ପ୍ରଦାନ କରାଯାଇଥିଲା l ଏପର୍ଯ୍ୟନ୍ତ ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ବିଶେଷ ଅଗ୍ରଗତି ହୋଇପାରି ନାହିଁ l ନିର୍ଦ୍ଧାରିତ ଡିଜାଇନ୍ ଓ ପ୍ଲାନ୍ ଅନୁଯାୟୀ ବସଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ସ୍ମାରକ ପତ୍ରରେ ଲେଖି ଜଣାଇଛନ୍ତି। ଏହି ସ୍ମାରକପତ୍ର ଦେବା ସମୟରେ ବସ୍ ମାଲିକ ସଂଘର ସଂପାଦକ ପିଣ୍ଟୁ ପଣ୍ଡାଙ୍କ ସହ ଭାସ୍କର ଦାଶ, ବୁଲୁ ହୋତା, ପୁରୁଷୋତ୍ତମ ପାଣିଗ୍ରାହୀ, ଦେବ ରଞ୍ଜନ ତ୍ରିପାଠୀ, ସୁନିଲ ମେହେର ଓ ନନ୍ଦୁ ମେହେର ପ୍ରମୁଖ ସାମିଲ ଥିଲେ l
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more
