ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗୁଡ଼ଭେଲି ପଦର ଗ୍ରାମରୁ ନିଖୋଜ ଥିବା ମା ଓ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ମନମୁଣ୍ଡା ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ଗତ ୩/୧୧/ ୨୦୨୪ ତାରିଖ ରାତିରେ ଗୁଡଭେଲିପଦର ଗ୍ରାମର ସଞ୍ଜୀବ କୁମାର ମହାପାତ୍ରଙ୍କ ସ୍ତ୍ରୀ ସୋନାଲି ପାଢ଼ୀ (୨୮) ଓ ତାଙ୍କ ପାଞ୍ଚ ବର୍ଷର ପୁଅ କେଉଁଆଡେ ଚାଲିଯାଇଥିଲେ। ସଞ୍ଜୀବ ତାଙ୍କ ପରିବାର ତଥା ବନ୍ଧୁବର୍ଗଙ୍କୁ ଏ ବିଷୟରେ ଜଣାଇବା ସହ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ l ହେଲେ କୌଣସି ସ୍ଥାନରେ ସନ୍ଧାନ ନ ପାଇବାରୁ ଶେଷରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ମନମୁଣ୍ଡା ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି କେସ ନମ୍ୱର୍ ୩୨୮/୨୪ ରେ ଏକ ନିଖୋଜ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇବା ସହ ମନମୁଣ୍ଡା ଥାନାର ଥାନା ଅଧିକାରୀ ରାମ କୁମାର ମୁର୍ମୁଙ୍କ ନିର୍ଦ୍ଧେଶ କ୍ରମେ ଏ ଏସ ଆଇ ଧନଞ୍ଜୟ ବେହେରା, ଏ ଏସ ଆଇ ନୀଳାମ୍ବର ସାହୁ, କନେଷ୍ଟ ବଳ ମାଳବିକା ଚାନ୍ଦ ଙ୍କୁ ନେଇ ଏକ ପୁଲିସ ଟିମ ଗଠନ କରି ବଲାଙ୍ଗିର ଜିଲ୍ଲାର ଅନେକ ସ୍ଥାନରେ ଚଢାଉ କରିଥିଲେ। ଶେଷରେ କୌଣସି ସୂତ୍ରରୁ ଖବର ପାଇ ଏ ଏସ ଆଇ ଧନଞ୍ଜୟ ବେହେରା ନିଜ ଟିମକୁ ଧରି ସାତ ଦିନ ପରେ ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଖର୍ସେଲ୍ ବାଞ୍ଜି ଗ୍ରାମର ଅନନ୍ତ ମିର୍ଦ୍ଧାଙ୍କ ଘରୁ ନିଖୋଜ ଥିବା ମା ପୁଅଙ୍କୁ ଉଦ୍ଧାର କରିଛି । ଅନ୍ୟପଟେ ତଦନ୍ତକାରୀ ଅଫିସର ଧନଞ୍ଜୟ ବେହେରାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ସହ ପଚରା ଉଚରା ଚାଲିଥିବା ସୂଚନା ଦେଇଛନ୍ତି।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more