• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ଓଡ଼ିଆ ଭାଷାରେ ସରକାରୀ କାମ !

ଓଡ଼ିଆ ଭାଷାରେ ସରକାରୀ କାମ !
Share on FacebookShare on TwitterShare on Whatsapp

ଭୁବନେଶ୍ୱର, ୧୨/୧୧: (ଆମ ପ୍ରତିନିଧି) ଓଡ଼ିଶା ସରକାରୀ ଭାଷା ଅଧିନିୟମ-୧୯୫୪ ଅନୁଯାୟୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରିବାକୁ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶାରେ ବିଭିନ୍ନ ବିଭାଗର ପ୍ରଚଳିତ ସରକାରୀ ଚିଠିପତ୍ର ସାଧାରଣ ଲୋକ ବୁଝିବା ଭଳି ଓଡ଼ିଆ ଭାଷାରେ ଲେଖାଯିବା ଉପରେ ତତ୍କାଳୀନ ସରକାର ଗୁରୁତ୍ୱ ଦେଇଥିଲେ । ଲକ୍ଷ୍ୟ ଥିଲା ଓଡ଼ିଆ ଭାଷା ବିକାଶର ପ୍ରକ୍ରିୟାକୁ ଗତିଶୀଳ କରିବା ।
ଏଥିପାଇଁ୧୯୮୫ ମସିହାରେ ତତ୍କାଳୀନ ସରକାର ସରକାରୀ ଭାଷା ସହଚର ପ୍ରକାଶ କରିଥିଲେ । ଏଥିରେ ଓଡ଼ିଆରେ ଚିଠିପତ୍ର ଉପରେ ଅନେକ ତଥ୍ୟ ପ୍ରଦାନ କରାଯାଇଥିଲା । କିଛି ନମୁନା ଚିଠି ମଧ୍ୟ ପ୍ରକାଶ ପାଇଥିଲା । ପର୍ଯ୍ୟାପ୍ତ ସଂଖ୍ୟାରେ ଛପାଯାଇଥିବା ଏହି ବହି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦିଆଯାଇଥିଲା । ଏହା ପୋଥି ବାଇଗଣ ହୋଇ ରହିଲା ।
ଦୀର୍ଘବର୍ଷ ବ୍ୟବଧାନ ପରେ ପରବର୍ତ୍ତୀ ସରକାର ସମୟରେ ୨୦୧୭ରେ ପୁନର୍ବାର ଏହାର ଦ୍ୱିତୀୟ ତଥା ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ମଧ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପଠାଯାଇଥିଲା । ୧୧୯ ପୃଷ୍ଠାର ଏହି ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶନ ଦାୟିତ୍ୱ ସରକାରଙ୍କ ଆଧୁନିକୀକରଣ ଉଦଯୋଗ କେନ୍ଦ୍ରକୁ ଦିଆଯାଇଥିଲା । ଏଥିରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗ କରିଥିଲା । ଲକ୍ଷ ଲକ୍ଷ ବହି ଛପାଯାଇ କେବଳ ସରକାରୀ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସରକାରଙ୍କ ବିଧି ବିଭାଗ ଦ୍ୱାରା ଏହା ସଙ୍କଳିତ ହୋଇଥିଲା । ଏସବୁ ବାବୁଙ୍କ ଡଷ୍ଟବିନ୍‍କୁ ଚାଲି ଯାଇଥିଲା ।
ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷାର ସହଜ ଓ ସରଳ ବ୍ୟବହାର ପାଇଁ ବିଧି ବିଭାଗ ଦ୍ୱାରା ସରକାରୀ ଭାଷା ସହଚର(୧୯୮୫), ଆଦର୍ଶ ଟିପ୍ପଣୀ ଓ ଚିଠା(୧୯୯୩) ଏବଂ ବିଧି ବିଭାଗ ଅନୁମୋଦନ କ୍ରମେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା କାର୍ଯ୍ୟାଳୟ ନଥି(୨୦୧୨) ପ୍ରକାଶିତ ହୋଇଥିଲା ।
୨୦୨୪ ରେ ନୂଆ ସରକାର ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି । ବହୁ ସରକାରୀ ଅଫିସର ଓ କର୍ମଚାରୀ ଓଡ଼ିଆ ଜାଣିନଥିବା କହନ୍ତି । ଓଡ଼ିଆରେ ଚିଠିପତ୍ର ସେମାନଙ୍କ ପସନ୍ଦକୁ ଆସେନି । ଇଂରାଜୀରେ ଚିଠିପତ୍ର ଦେବାକୁ ପରାମର୍ଶ ଦେଇଥାଆନ୍ତି । ଚିଠିର ପ୍ରାପ୍ତି ସ୍ୱୀକାର ବ୍ୟବସ୍ଥା ଅଘୋଷିତ ଭାବେ କେବେଠୁ ବନ୍ଦ ହୋଇଗଲାଣି । ସରକାରୀ ବାବୁମାନେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବେ ଏ ବିଶ୍ୱାସ କରିହେଉନି । ରାଜ୍ୟ ସରକାରଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ନା ୩୯ବର୍ଷ ଧରି ପୋଥି ବାଇଗଣ ପରି ପଡି ରହିବ ତାହା ସମୟ କହିବ । ଏହା କେବଳ ଘୋଷଣା ଓ ନୂଆ ଓଡ଼ିଆ ଭାଷା ସହଚର ପରି ବହି ଛପାଯାଇ ସରକାରୀ ସ୍ତରରେ ବଣ୍ଟାଯିବାରେ ସୀମିତ ରହିବନାହିଁ ତ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓଡ଼ିଆଙ୍କ ମନରେ ଏ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ନେବାପରେ କରିଥିବା ଘୋଷଣା ଆଧାରରେ ଉପରୋକ୍ତ ରିପୋର୍ଟ ପ୍ରକାଶ କରାଯାଇଥିଲା । ଆଜି ୨୦୨୪ ମସିହା ନଭେମ୍ବର ୧୨ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସରକାରୀ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ଆଉ ଏକ ‘ପ୍ରଶିକ୍ଷଣ ପୁସ୍ତିକା’ ଉନ୍ମୋଚିତ ହୋଇଛି ।
ପୂର୍ବ ପୁସ୍ତିକାଗୁଡ଼ିକ ବହୁଳ ସଂଖ୍ୟାରେ ରାଜ୍ୟବ୍ୟାପି ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିଲା । ଏଥିରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପାଇଁ ଅନେକ ତଥ୍ୟ ରହିଥିଲା । ସେସବୁ ସରକାରୀ କର୍ମଚାରୀ ନିଜଠୁ ଦୂରେଇ ରଖିବା ଯୋଗୁଁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବାଧାପ୍ରାପ୍ତ ହୋଇଥିବା ଅସ୍ୱୀକାର କରି ହେବନାହିଁ ।
ଏବେ ନୂତନ ଭାବେ ପ୍ରକାଶିତ ପ୍ରଶିକ୍ଷଣ ପୁସ୍ତିକାରେ ଯେଉଁସବୁ ବିଷୟ ରହିଛି ତାହା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ପ୍ରଭାବଶାଳୀ କରିପାରିବ । ଏହାକୁ କେତେଜଣ ସରକାରୀ ଅଧିକାରୀ ପାଳନ କରିବେ ତାହା ଆଗକୁ ଜଣାପଡ଼ିବ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com