ଗଞ୍ଜେଇ,ବାଇକ ଓ ଟଙ୍କା ଜବତ, ଜଣେ ଗିରଫ
ସୁବର୍ଣ୍ଣପୁର : (ଉଗ୍ରସେନ କର୍ମୀ) ଗଞ୍ଜେଇ ଚୋରା ଚାଲାଣର ଭୂସ୍ୱର୍ଗ ପାଲଟି ଥିବା ବୌଦ୍ଧ ଜିଲ୍ଲାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଜିଲ୍ଲା ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି l ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି l ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଘଣ୍ଟାପଡା ଥାନା ଅନ୍ତର୍ଗତ ରିଙ୍ଗାପଡା ଛକ ନିକଟରେ ଏକ ବାଇକକୁ ଅଟକାଇ ଥିଲେ | ତଦନ୍ତ ପରେ ଗାଡିରୁ 22 କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ତାଙ୍କ ଜବତ କରାଯାଇଥିଲା l ଘଟଣାରେ ସମ୍ପୃକ୍ତ ଜଣେ ଯୁବକକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଗୁଣ୍ଡୁଚିତରା ଗ୍ରାମର ନିବାସ ସାହୁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ ବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସହ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି l
