ଭୁବନେଶ୍ୱର : 14.11.2024 ଓଡିଶାର ଛଅଟି ତଟବର୍ତ୍ତୀ ଜିଲା (ବାଲେଶ୍ଵର, ଭଦ୍ରକ,କେନ୍ଦ୍ରପଡା,ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ)ର ୨୪ ଟି ସୁନାମି ପ୍ରବଣ ଗ୍ରାମର ଗୋଷ୍ଠୀକୁ ଆଇଓସି-ୟୁନେସ୍କୋ ଦ୍ଵାରା ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଅଛି। ଏହି ମାନ୍ୟତା ଇଣ୍ଡୋନେସିଆ ଠାରେ ଚଳିତ ନଭେମ୍ବର ୧୧ ତାରିଖ ଦିନ ଅନୁଷ୍ଠିତ ଦ୍ଵିତୀୟ ବିଶ୍ଵ ସୁନାମି ସିମ୍ପୋଜିୟମ ଅବସରରେ ପ୍ରଦାନ କରାଯାଇଛି। ଆଇଓସି-ୟୁନେସ୍କୋ ଦ୍ଵାରା ୨୦୨୦ ମସିହାରେ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପାଇଥିବା ଓଡିଶାର ଦୁଇଟି ଗ୍ରାମ ଜଗତସିଂହପୁର ଜିଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାଇପୁର ସୁନାମି ପ୍ରସ୍ତୁତ ମାନ୍ୟତା ପ୍ରମାଣପତ୍ରର ନବୀକରଣ କରାଯାଇଛି।
ଆଇଓସି-ୟୁନେସ୍କୋ ର “ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ” କୁ ଓଡିଶାର ଏହି ତଟବର୍ତ୍ତୀ ୨୪ଟି ଗ୍ରାମ (ବାଲେଶ୍ଵର-ଜଗନ୍ନାଥପୁର, ଜୟଦେବକସବାପାହି, ସାହାପୁର, କନ୍ୟାନଗରୀ, ଭଦ୍ରକ-ମୋହନପୁର, ଅଢୁଆଁ, ବଡହାବେଳିସାହି, ସାନକୃଷ୍ଣପୁର, କେନ୍ଦ୍ର।ପଡା- କଇଥ, ଚିଞ୍ଚିରୀ, ତନ୍ତିଆପାଳଶାସନ, କଣ୍ଟିଲୋ, ଜଗତସିଂହପୁର – ବଘେଇପୁର, ଧନୁହରବେଲାରୀ, ସାହାଡାବେଦୀ, ଭୂୟାଁପାଳ, ପୁରୀ-କେଉଟଜଙ୍ଗା, ନରସିଂହପାଟଣ।, ଖାଲକଟାପାଟଣ।, ଛୋଟିପଡା, ଗଞ୍ଜାମ-ଉପୁଲ।ପୁଟ୍ଟି, ପ୍ରୟାଗି, କଣ୍ଟିଆଗଡ, ମାର୍କଣ୍ଡି) ରେ କାର୍ଯ୍ୟକରୀ କରାଯାଇଥିଲା।
“ସୁନାମି ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ” ର ୧୨ ଟି ସୂଚକାଙ୍କ ଅନୁସାରେ ଏହି ୨୬ ଟି ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା- ଗୋଷ୍ଠୀସ୍ତରୀୟ ସୁନାମି ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଅଂଶୀଦାରମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସୁନାମି ସଚେତନତା ଲିଫଲେଟ, ପୋଷ୍ଟରର ବିତରଣ, ସୁନାମି ପରିଚାଳନା ଯୋଜନାର ପ୍ରସ୍ତୁତି, ସୁନାମି ମକଡ୍ରିଲର ଆୟୋଜନ, ସୁନାମି ସ୍ଥାନାନ୍ତରଣ ରାସ୍ତାର ଚିହ୍ନଟ, ସୁନାମି ସଚେତନତା ହୋର୍ଡିଂସ ଏବଂ ସ୍ଥାନାନ୍ତରଣ ସାଇନେଜ ର ପ୍ରସ୍ତୁତି ଇତ୍ୟାଦି କାର୍ଯ୍ୟକ୍ରମ ମାନ କର।ଯାଇଥିଲା।
ଗତ ସେପ୍ଟେମ୍ବର ମାସରେ ଜାତୀୟ ସୁନାମି ପ୍ରସ୍ତୁତ ପରିଷଦର ସଦସ୍ୟମାନେ ଏହି ୨୬ଟି ଗ୍ରାମକୁ ପରିଦର୍ଶନ କରି ୧୨ ଟି ସୂଚକ।ଙ୍କୁ ର ପରୀକ୍ଷା କରିଥିଲେ ଏବଂ ଏହି ଗ୍ରାମ ଗୁଡିକୁ ସୁନାମି ପ୍ରସ୍ତୁତ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଆଇଓସି-ୟୁନେସ୍କୋ କୁ ସୁପାରିଶ କରିଥିଲେ।
ଏହି ମାନ୍ୟତା ପ୍ରମାଣ ପତ୍ର ଗୁଡିକ ୟୁନେସ୍କୋର ସହକାରୀ ସାଧାରଣ ନିର୍ଦ୍ଦେଶକ ବିଦାର ହେଲଗେସେନ, ଭାରତ କୁ ପ୍ରତିନିଧିତ୍ଵ କରୁଥିବା ଇନକଏସର ବୈଜ୍ଞାନିକ ଶ୍ରୀ ଇ ପଟ୍ଟାଭି ରାମା ରାଓଙ୍କୁ ଇଣ୍ଡୋନେସିଆ ଠାରେ ଅନୁଷ୍ଠିତ ହେଇଥିବା ବିଶ୍ଵ ସୁନାମୀ ସିମ୍ପୋଜିୟମ ଅବସରରେ ପ୍ରଦାନ କରିଥିଲେ।
ଓଡିଶାର ୩୮୧ ଟି ଗ୍ରାମ ଏବଂ ଜନବସତି ସୁନାମି ପ୍ରବଣ ଅଟନ୍ତି। ଏହି ସବୁ ଗ୍ରାମ ଏବଂ ଜନବସତିର ଗୋଷ୍ଠୀଙ୍କୁ ସମୟକ୍ରମେ ସୁନାମି ପାଇଁ ପ୍ରସ୍ତୁତ କରିବା ହେଉଛି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଲକ୍ଷ୍ୟ।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more
