ଭୁବନେଶ୍ୱର:20.11.2024 ରାଜ୍ୟ ସରକାର ସୂଚନା କମିଶନ ଅଧ୍ୟକ୍ଷ ଓ ୪ସୂଚନା କମିସନର ପଦ ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ୱର ୨୪ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ପ୍ରାର୍ଥୀଙ୍କୁ ସର୍ବାଧିକ ୫ ବର୍ଷ କିମ୍ୱା ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ।
ରାଜ୍ୟ ସୂଚନା କମିସନ ଅଧ୍ୟକ୍ଷ ଜଳଦ କୁମାର ତ୍ରିପାଠୀଙ୍କ କାର୍ଯ୍ୟକାଳ ଗତ ୪ ତାରିଖରେ ଶେଷ ହୋଇଛି । ରାଜ୍ୟ ସରକାର ଅଧ୍ୟକ୍ଷ ପଦ ପାଇଁ ଗତମାସ ୩ ତାରିଖରେ ବିଜ୍ଞାପନ ଜାରି କରିବା ସହ ଚଳିତ ମାସ ୨ ତାରିଖ ସୁଦ୍ଧା ଆବେଦନ କରିବା ଲାଗି କହିଥିଲେ।
ରାଜ୍ୟ ସୂଚନା କମିସନ କାର୍ଯ୍ୟାଳୟରେ ଏବେ ୨ ଜଣ କମିସନର କାର୍ଯ୍ୟ କରୁଛନ୍ତି । ସୂଚନା କମିସନରେ ଏବେ ୨୩ହଜାରରୁ ଅଧିକ ମାମଲା ବିଚାର ପାଇଁ ପଡ଼ିରହିଛି । ୨୦୨୦ ମସିହାର ମାମଲାଗୁଡ଼ିକର ଶୁଣାଣି ଏବେ ଚାଲିଛି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ସୂଚନା କମିଶନକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହି ସମସ୍ତ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂଚନା କମିସ ନ ଆଇନରେ ୧୦ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି । ତେବେ ରାଜ୍ୟରେ ସୂଚନା କମିସନ କାର୍ଯ୍ୟକ୍ଷମ ହେବା ପରଠୁ ସର୍ବାଧିକ ୪ଜଣ ସଦସ୍ୟ ଓ ଜଣେ ଅଧ୍ୟକ୍ଷ କାର୍ଯ୍ୟ କରି ଆସୁଛନ୍ତି । ଏବେ ଦୁଇଜଣ କମିସନର କାର୍ଯ୍ୟ କରୁଛନ୍ତି।
ରଥଯାତ୍ରା-କେଉଁଟି ସତ ?
-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...
Read more
