
ଭୁବନେଶ୍ୱର:26/11/2024- 2000 ବ୍ୟାଚର ଆଇଏଏସ ସୁଜାତା ଆର. କାର୍ତ୍ତିକେୟନଙ୍କ ଆଉ ଛଅମାସ ଛୁଟି ଆବେଦନକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ପୂର୍ବରୁ ସେ ଛଅମାସ ପାଇଁ ଚାଇଲଡ କେୟାର ଲିଭ(ସି.ସି.ଏଲ) ନେଇଥିଲେ। ଏହାର ଅବଧି ନଭେମ୍ବର 26ରେ ସରିଛି । 27 ତାରିଖରୁ ଆଉ ଛଅମାସ ପାଇଁ ଚାଇଲଡ କେୟାର ଲିଭ ସମୟ ଅବଧି ବଢାଇବାକୁ ସେ ଆବେଦନ କରିଥିଲେ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ତାଙ୍କୁ ଏକ ପତ୍ର ଲେଖି ତାଙ୍କର ଛୁଟି ବଢାଇବା ଆବେଦନ ଅଗ୍ରାହ୍ୟ କରାଯାଇଥିବା ଉଲ୍ଲେଖ କରିଛନ୍ତି । ଏଥିସହ ନଭେମ୍ବର 27 ତାରିଖରେ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି ।