• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home More

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ମୋଦି

ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ମୋଦି
Share on FacebookShare on TwitterShare on Whatsapp

କହିଲେ ଓଡ଼ିଶାର ବିକାଶ ଆମର ଲକ୍ଷ୍ୟ

ଭୁବନେଶ୍ୱର: ୨୯/୧୧- ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରାଯାଇଥିଲା। ସେ ବିମାନବନ୍ଦର ନିକଟରେ ଓଡ଼ିଶା ବିଜେପି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରି ସେ, ବାବା ଲିଙ୍ଗରାଜଙ୍କ ମାଟିକୁ ଆସିବା ସୁଯୋଗ ମିଳିଥିବା କହିଥିଲେ। ବିମାନବନ୍ଦରରେ ବହୁ ସଂଖ୍ୟକ ଲୋକଙ୍କ ସମାଗମ ଦେଖି ସେ ଅଭିଭୂତ ହୋଇ ପଡିଥିଲେ।
ମୋଦି କହିଥିଲେ, ବିକାଶ ପାଇଁ ଆମେ ଲଗାତାର କାମ କରୁଥିଲୁ। ଦେଶବାସୀ ଆମକୁ ଭରସା କରିଛନ୍ତି। ତୃତୀୟ ଥର ପାଇଁ ଆମକୁ ସୁଯୋଗ ଦେଇଛନ୍ତି। ରାଜନୀତିରେ ଭିନ୍ନ‌ ଭିନ୍ନ ମତ ହୋଇପାରେ। ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି, ତାହା ଚିନ୍ତାଜନକ। ଏଠାରେ କ୍ଷମତା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଦେଶବାସୀଙ୍କୁ ବର୍ଷ ବର୍ଷ ଧରି ଲୁଟୁ ଥିଲେ। ପୁଣି ଲୁଟିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।
ଗତ ୧୦ ବର୍ଷ ଧରି କ୍ଷମତାଲୋଭୀମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି। କ୍ଷମତାକୁ କିଛି ଜନ୍ମଗତ ଅଧିକାର ଭାବୁଥିଲେ। କ୍ଷମତା ପାଇଁ ଏବେ ସେମାନେ ବିବ୍ରତ ହୋଇ ପଡୁଛନ୍ତି। କେହି ଭାବିନଥିଲେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ। ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ସାମର୍ଥ୍ୟ ଯୋଗୁଁ ଏହା ହୋଇପାରିଥିବା ସେ କହିଥିଲେ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢାଇଛନ୍ତି। ଓଡ଼ିଶାର‌ ବିକାଶ ଆମର ଲକ୍ଷ୍ୟ। ଓଡ଼ିଶାକୁ ନୂଆ ନୂଆ ଯୋଜନା ସରକାର ଭେଟି ଦେଉଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିକୁ ସଫଳତା ମିଳିଛି। ଓଡ଼ିଶାରୁ ଏହି ସଫଳତାର ଆରମ୍ଭ ହୋଇଛି। ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।

ଦେଢ଼ଶହ ବର୍ଷ ଧରି ଦେଶରେ ଡିଜିପି ସମ୍ମିଳନୀ ହେଉଛି କିନ୍ତୁ ଓଡ଼ିଶାରେ ପ୍ରଥମ ଥର ଡିଜିପି ସମ୍ମିଳନୀ କରାଯାଇଛି।ଆଉ ଚାରିଦିନ ପରେ ଓଡ଼ିଶାରେ ନୌସେନା ଦିବସ ପାଳନ ହେବ। ଜାନୁଆରୀ ୮ରୁ ୧୦ ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେବ। ସାରା ବିଶ୍ୱରୁ ଲୋକେ ଆସିବେ। ସେ କହିଥିଲେ ବିରୋଧୀ ଦଳ ସବୁବେଳେ ବିଜେପି ସରକାର ବିରୋଧରେ ଅପପ୍ରଚାର କରୁଛି । କିନ୍ତୁ ଲୋକେ ଆଶୀର୍ବାଦ ଦେଉଛନ୍ତି ।

ସେ କହିଥିଲେ ଯେ, ଦେଶରେ ପ୍ରାୟ ଶହେ ବର୍ଷ ଧରି ପୁଲିସ ଡିଜି ସମ୍ମିଳନୀ ହେଉଛି । କିନ୍ତୁ ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନିର୍ବାଚନର କିଛିମାସ ପୂର୍ବରୁ ବଡ଼ବଡ଼ ରାଜନୀତିକ ପଣ୍ଡିତମାନେ ଓଡ଼ିଶାରେ ବିଜେପିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଥିଲେ । ଓଡ଼ିଶାରେ ବିଜେପି ଏତେବଡ଼ ଶକ୍ତି ନୁହେଁ ଯେ, ରାଜ୍ୟରେ ଏକାକୀ ସରକାର ଗଢ଼ିବ । କିନ୍ତୁ ଫଳାଫଳ ଆସିବାପରେ ସେମାନେ ଆଶ୍ଚର‌୍ୟ୍ୟ ହୋଇଗଲେ । କାରଣ ଓଡ଼ିଶାର ଲୋକେ ବିଜେପିର କେନ୍ଦ୍ର ସରକାରଙ୍କ କାର‌୍ୟ୍ୟକୁ ସ୍ୱୀକାର କରିଥିଲେ ଓ ବିଗତ ୧୦ବର୍ଷ ମଧ୍ୟରେ ଗାଁ ଗାଁ ଓ ଘରେଘରେ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ ଯୋଜନା ପହଞ୍ଚାଇବା ପାଇଁ କ୍ରମାଗତ କାର‌୍ୟ୍ୟ କରୁଥିଲୁ।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସର ନାଁ ନେଇ କହିଥିଲେ, ରାଜନୀତିରେ ନୀତିଗତ ବିରୋଧ ରହିବା ସ୍ୱାଭାବିକ କଥା । କିନ୍ତୁ କିଛି ରାଜନୈତିକ ଦଳ ଗଣତନ୍ତ୍ରର ସବୁ ସୀମାକୁ ଉଲ୍ଲଘଂନକରୁଛନ୍ତି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମଗତ ଅଧିକାର ଭାବୁଥିଲେ ସେମାନେ କେନ୍ଦ୍ରରେ ଶାସନ ପ୍ରାୟ ଏକ ଦଶନ୍ଧି ଧରି ହରାଇଛନ୍ତି। ଏହି ଆକ୍ରୋଶ ସେମାନେ ଲୋକଙ୍କ ଉପରେ ଶୁଝାଉଛନ୍ତି । ତେଣୁ କ୍ଷମତାଲୋଭୀ ଲୋକମାନଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି ।
ମୋଦିଙ୍କୁ ଦେଖିବା ପାଇଁ ବିମାନବନ୍ଦରଠାରୁ ଆରମ୍ଭ କରି ରାଜ୍ୟ କାର୍ଯ୍ୟାଳୟ ପପର୍ଯ୍ୟନ୍ତ ରାସ୍ତାର ଉଭୟ ଲୋକଙ୍କ ଭିଡ଼ ଜମିଥିଲା। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ପଦାଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଅଲୋଚନା କରିଥିଲେ। ରାତ୍ରଭୋଜନ କରି ରାଜଭବନକୁ ଫେରିଥିଲେ। ଆସନ୍ତାକାଲି ସେ ପୁଲିସ ଡିଜି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ୍ ଓରାମ, ଉପ ମୁଖ୍ୟମନ୍ତ୍ରୀ କନକବଦ୍ଧର୍ନ ସିଂଦେଓ, ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉଷଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com