ଭୁବନେଶ୍ୱର:3/12/2024- ବିଧାନସଭାରେ ବିଧାୟକମାନେ ଦରମା ଓ ଭତ୍ତା ବଢାଇବାକୁ ଦାବି କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀ ସେମାନଙ୍କ ଦାବିକୁ ବିଚାରକୁ ନେଇ ଉପଦେଷ୍ଟା କମିଟି ମଧ୍ୟ ଘୋଷଣା କରିଛନ୍ତି । ବରିଷ୍ଠ ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ କରାଯାଇଛି । ଏନେଇ ରିପୋର୍ଟ ଦେବାକୁ ସେ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ୨୦୦୩ ମସିହାରେ ବିଧାୟକମାନଙ୍କ ଦରମା ଓ ଭତ୍ତା ୨୧୯୫୦ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୧ରେ ଏହା ୬୦ହଜାର ଟଙ୍କା ଓ ୨୦୧୭ରେ ୧ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ବିଧାୟକମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅର୍ଥ ପରିମାଣ ଏକ କୋଟି ଟଙ୍କାରୁ ୩କୋଟି ଟଙ୍କାକୁ ବୃଦ୍ଧି ହୋଇସାରିଛି । ସୂଚନାଯୋଗ୍ୟ ଯେ ଚଳିତ ବିଧାନସଭାରେ ମୋଟ ୧୪୭ଜଣ ବିଧାୟକଙ୍କ ମଧ୍ୟରୁ ୧୦୭ଜଣ ଧନୀ ଓ କୋଟିପତି ଅଛନ୍ତି I
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...
Read more
