• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍ ବୃଦ୍ଧି

Share on FacebookShare on TwitterShare on Whatsapp

ଜେଲ୍ ଯାଇଥିବା ସଂଗ୍ରାମୀମାନେ ମାସକୁ ପାଇବେ ୨୦ ହଜାର, ଅଣବନ୍ଦୀ ସଂଗ୍ରାମୀ ୧୫ ହଜାର, କେନ୍ଦ୍ର ସରକାରଙ୍କ ପେନସନ୍ ପାଉଥିବା ସଂଗ୍ରାମୀଙ୍କ ପ୍ରତୀକ ଭତ୍ତା ୧୦ ହଜାର

ଭୁବନେଶ୍ୱର:2/1/2025- ସ୍ୱାଧୀନତା ସଂଗ୍ରାମୀମାନେ ଆମର ଅମୂଲ୍ୟ ରତ୍ନ। ସେମାନେ ଯେଉଁ ତ୍ୟାଗ କରିଛନ୍ତି ତା’ର ମୂଲ୍ୟ କେହି ଦେଇ ପାରିବେ ନାହିଁ। ଆମେ କେବଳ ତାଙ୍କୁ ସମ୍ମାନ ଦେଇ ପାରିବା ଏବଂ ସେମାନଙ୍କ ସ୍ମୃତି ଉଜ୍ଜୀବିତ କରି ରଖିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆ ଠାରେ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନାର୍ଥେ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀମାନଙ୍କ ପେନସନକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ଜେଲ୍ ଯାଇଥିବା (ବନ୍ଦୀ) ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହା ସହିତ ଅଣବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନେ ପୂର୍ବରୁ ୯ ହଜାର ଟଙ୍କା ପାଉଥିବା ବେଳେ ଏବେ ମାସକୁ ୧୫ ହଜାର ଟଙ୍କା ପାଇବେ। କେନ୍ଦ୍ର ସରକାରଙ୍କ ପେନ୍‌ସନ୍ ପାଉଥିବା ସଂଗ୍ରାମୀମାନଙ୍କୁ (କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ରତା ସୈନିକ ସମ୍ମାନ) ରାଜ୍ୟ ସରକାର ମାସକୁ ଅତିରିକ୍ତ ୮ ହଜାର ଟଙ୍କା ପ୍ରତୀକ ଭତ୍ତା ପ୍ରଦାନ କରୁଥିଲେ। ଏହି ଭତ୍ତାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ଜରୁରୀ କାଳୀନ ପରିସ୍ଥିତିକୁ ଗଣତନ୍ତ୍ରର ଏକ କଳା ଦାଗ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ସମୟରେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ମିସା ଆଇନରେ ଗିରଫ ହୋଇଥିବା ସମସ୍ତ ସଂଗ୍ରାମୀମାନଙ୍କୁ ମାସକୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶାର ବରେଣ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧ ଦିବସକୁ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଭାବେ ପାଳନ କରାଯାଉଛି। ଡଃ ମହତାବଙ୍କ କୃତି ଓ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ଏବଂ ତାଙ୍କ ଅବଦାନର ସମ୍ମାନାର୍ଥେ ଚଳିତ ବର୍ଷ ଡଃ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ରାଜ୍ୟ ତଥା ରାଷ୍ଟ୍ରସ୍ତରରେ ଏକ ବର୍ଷବ୍ୟାପୀ ପାଳନ କରାଯାଉଛି। ଡଃ ମହତାବଙ୍କ ସ୍ମୃତିକୁ ଉଜ୍ଜିବୀତ କରି ରଖିବା ପାଇଁ ତାଙ୍କ ଜୀବନୀ ଉପରେ ବାୟୋପିକ୍ ନିର୍ମାଣ କରାଯିବ। ତାଙ୍କ ରଚିତ ପୁସ୍ତକ ଓ ଆଲେଖ୍ୟ ଗୁଡିକର ବିଭିନ୍ନ ଭାଷାରେ ପୁନଃ ପ୍ରକାଶନ, ତାଙ୍କ ଜନ୍ମସ୍ଥାନ ଅଗରପଡାରେ ମେମୋରିଆଲ ପ୍ରତିଷ୍ଠା, ତାଙ୍କ ଜୀବନୀ ଉପରେ ଗବେଷଣା ଆଦି ଅନେକ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯିବ।

ସେ ପୁଣି କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ସ୍ୱତନ୍ତ୍ର ଓ ଅନନ୍ୟ। ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସ୍ୱାଧୀନତା ସଂଗ୍ରାମର ମୁଖ୍ୟଧାରା ବିଷୟରେ ଆମେ ସମସ୍ତେ ଜାଣିଛେ। କିନ୍ତୁ, ଏହା ସହିତ ଭାରତବର୍ଷରେ ଅହୁରି ଅନେକ ମହାନ ବ୍ୟକ୍ତି ନିଜ ନିଜ ବିଚାରଧାରାରେ ଆନ୍ଦୋଳନ କରୁଥିଲେ। ଆମେ ସେମାନଙ୍କ କଥା ଜାଣିନାହୁଁ। ଇତିହାସରେ ସେମାନେ ସଠିକ୍ ଭାବେ ସ୍ଥାନୀତ ହୋଇ ନାହାନ୍ତି । ଏହି ବୀର ସଂଗ୍ରାମୀମାନେ ନିଜ ପାଇଁ କିମ୍ବା ଇତିହାସ ପୃଷ୍ଠାରେ ସ୍ଥାନ ପାଇବା ପାଇଁ ପ୍ରାଣବଳୀ କିମ୍ବା ତ୍ୟାଗ ଦେଇନଥିଲେ। ତାଙ୍କ ପାଇଁ ଦେଶ ଓ ଦେଶର ସ୍ୱାଧୀନତା ସବୁକିଛି ଥିଲା। ଆଜି ସମୟ ଆସିଛି ଜନସାଧାରଣ ତାଙ୍କ ବିଷୟରେ ଜାଣିବା ପାଇଁ। କାରଣ ଏକ ସମାଜ ପାଇଁ ତା’ର ଇତିହାସ ହେଉଛି ସବୁଠାରୁ ବଡ ଶିକ୍ଷା। ଯଦି ଆମେ ଆମର ଇତିହାସକୁ ସ୍ମରଣ ନକରିବା ତେବେ ଆମର ବର୍ତ୍ତମାନ ମୂଲ୍ୟହୀନ ଓ ଭବିଷ୍ୟତ ଅନ୍ଧକାରମୟ ହେବ।

ଇତିହାସର ଏହି ଭୁଲକୁ ସୁଧାରିବା ପାଇଁ ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ୟମ ଆରମ୍ଭ ହୋଇଛି। ଏପରି ନାମହୀନ, ପରିଚୟହୀନ ମହାପୁରୁଷ ଏବଂ ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଛି। ଯାହାଫଳରେ ଆମେ ସାରା ଭାରତବର୍ଷରେ ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିପାରୁଛୁ।

ନିକଟରେ ପ୍ରଧାନମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ରୂପେ ନାମିତ କରିଛନ୍ତି। ଆମ ରାଜ୍ୟରେ ବରଗଡ ଜିଲ୍ଲାର ମହାନ ସ୍ୱାଧୀନତା ସଂଗ୍ରାମୀ ଶହିଦ୍ ମାଧୋ ସିଂହଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ଶହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା ଆମେ ଆରମ୍ଭ କରିବାକୁ ଯାଉଛୁ। ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିବା ସମସ୍ତ ବରପୁତ୍ର ମାନଙ୍କୁ ସମ୍ମାନ ଦେବାରେ ଆମ ସରକାର କେବେହେଲେ ଅବହେଳା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ମହୋତ୍ସବରେ ଦେଶର 10ଟି ରାଜ୍ୟରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟଦ ମାନେ ଯୋଗ ଦେଇଥିଲେ। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ସଦନ ପରିସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ବୁଲି ଦେଖିଥିଲେ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପୃଥ୍ୱୀରାଜ ହରିଚନ୍ଦନ ସ୍ୱାଗତ ଭାଷଣ ଦେଇଥିଲେ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଶିଷ୍ଟ ସ୍ୱାଧନତା ସଂଗ୍ରାମୀ ତଥା ମହୋତ୍ସବର ସଭାପତି ବିମ୍ବାଧର ମୁଦୁଲି, ସାଂସଦ ଭର୍ତ୍ତୃହରି ମହତାବ, ବିରୋଧୀ ଦଳ ଉପ-ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ବାବୁ ସିଂହ, ବିଧାୟକ ସାରଦା ପ୍ରଧାନ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟ ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com