• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପ୍ରବାସୀ ଭାରତୀୟ ଦିବସ ଆରମ୍ଭ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:8/1/25-ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ। ଏହି ଅବସରରେ ଆୟୋଜିତ ତିନି ଦିନିଆ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ସମାରୋହ ସ୍ଥଳୀ ଜନତା ମୈଦାନରେ ସତୁରିରୁ ଅଧିକ ଦେଶର ୪ ହଜାର ପ୍ରବାସୀ ଓ ଅତିଥି ପହଂଚିଛନ୍ତି ।

ପ୍ରଥମ ଦିନ 8 ତାରିଖରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ ହୋଇଛି। ଏହାକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଏସ.ଜୟଶଙ୍କର, ମନସୁଖ ମାଣ୍ଡଭିୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଯେ ଭାରତ ସହ ପ୍ରବାସୀମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବ। ଏଥିସହିତ 3T- ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମ୍‌ରେ ସାମର୍ଥ୍ୟ ଯୋଗୁ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ସେ ପ୍ରକାଶ କରିଥିଲେ। ଓଡ଼ିଆରେ ପ୍ରବାସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।

ଦ୍ୱିତୀୟ ଅଧିବେଶନରେ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ପ୍ରବାସୀ ଭାରତୀୟଙ୍କ ଆଗରେ ଉପସ୍ଥାପନ କରିଥିଲେ ଓଡିଶା ସରକାର। ଓଡ଼ିଶାର ଶିଳ୍ପ ନୀତି, ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଇଜ ଅଫ୍ ଡୁଇଂ ବିଜିନେସକୁ ଉପସ୍ଥାପିତ କରାଯାଇଥିଲା। ୬୫୦ରୁ ଅଧିକ ପ୍ରବାସୀ ଏହି ଅଧିବେଶନରେ ଯୋଗ ଦେଇଥିଲେ। ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିବା ସହ ସେମାନେ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିଲେ।
ତୃତୀୟ ଅଧିବେଶନରେ ପ୍ରବାସୀଙ୍କୁ ଓଡ଼ିଶାର ପର୍ଯ୍ୟଟନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତଙ୍କୁ ମୋର ନମସ୍କାର, ମୁଁ ସାରା ଓଡିଶାବାସୀଙ୍କ ତରଫରୁ ଆପଣ ମାନଙ୍କୁ ଶ୍ରୀଜଗନ୍ନାଥଙ୍କ ମାଟି ଓଡିଶାକୁ ଏବଂ ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ସ୍ୱାଗତ କରୁଛି। ଆପଣମାନଙ୍କ ଉପସ୍ଥିତି ଆଜି ଭୁବନେଶ୍ୱରରେ ଆଣିଛି ଆନନ୍ଦର ଲହରୀ। ଖୁସିର ସମ୍ଭାର। ଏହି କିଛି ଦିନ ଧରି ଓଡିଶାବାସୀ ଅଜସ୍ର ସ୍ନେହ ଓ ଶ୍ରଦ୍ଧାର ସହିତ ଆପଣ ମାନଙ୍କ ଅପେକ୍ଷାରେ ଥିଲେ। ଆଜି ସେ ଅପେକ୍ଷାର ଅନ୍ତ ହୋଇଛି। ମୁଁ ଆଶା କରୁଛି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉତ୍ସବ ଆପଣ ମାନଙ୍କ ପାଇଁ ଏବଂ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ଆଗାମୀ ଦିନରେ ଏ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ।


ଆପଣମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ଭାରତ ଆପଣଙ୍କ ହୃଦୟରେ ରହିଛି। ଆପଣମାନଙ୍କ ସଫଳତା ଆମକୁ ବହୁତ ଆନନ୍ଦିତ କରେ। ଆପଣମାନଙ୍କ ସଫଳତାରେ ଆମେ ସବୁ ଗର୍ବ କରୁ, ଗୌରବ ଅନୁଭବ କରୁ। ଭୁବନେଶ୍ୱରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଥିଲେ।
ସେ କହିଥିଲେ ମୁଁ ଚାହୁଁଛି ଆପଣମାନେ ସମସ୍ତେ ଏହି ତିନି ଦିନ ମଧ୍ୟରେ ଓଡିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣନ୍ତୁ। ପୁରୀ, କୋଣାର୍କ, ଧଉଳି ଓ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀମାନଙ୍କୁ ଯାଆନ୍ତୁ। ଏହା ସହିତ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଯେପରିକି- ଡାଲମା, ରସଗୋଲା ଏବଂ ଛେନାପୋଡ ଆଦି ର ମଜା ନିଅନ୍ତୁ।
ଏହି ଅବସରରେ ଭୁବନେଶ୍ୱରରେ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆପଣମାନେ ଏହି ସବୁ ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ଦେଖିବା ଉଚିତ୍। ଏହା ଦ୍ୱାରା ଓଡିଶା ସହିତ ଆପଣମାନଙ୍କର ସମ୍ପର୍କ ଆହୁରି ସୁଦୃଢ ହେବ ଓ ଅତୁଟ ରହିବ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com