ଭୁବନେଶ୍ୱର:19/01-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ସ୍ଵାମୀତ୍ୱ ଯୋଜନା ଅଧିନରେ ଦେଶର ୫୦,୦୦୦ରୁ ଅଧିକ ଗ୍ରାମର ମୋଟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ସମ୍ପତ୍ତି କାର୍ଡର ଇ-ବିତରଣ କରାଯାଇଛି। ଏହି ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ଏହି ଯୋଜନା ସମ୍ପତ୍ତି ମାଲିକମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଭାରତରେ ଉନ୍ନତ ଭିତ୍ତିଭୂମି ଯୋଜନା, ଆର୍ଥିକ ସ୍ଥିରତା ଏବଂ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ।ଦାରିଦ୍ର୍ୟ ହ୍ରାସ କରିବାରେ ସ୍ଵାମୀତ୍ୱ ଯୋଜନା ସହାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

ସ୍ଵାମୀତ୍ୱ ଯୋଜନା ଗ୍ରାମୀଣ ସମୁଦାୟ ବିକାଶକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଭାରତରେ ଏକ ପରିବର୍ତ୍ତନ ମୂଳକ ପ୍ରଭାବ ପକାଇଛି। ଦୀର୍ଘଦିନ ଧରି ଚାଲି ଆସୁଥିବା ଜମି ବିବାଦର ସମାଧାନ ହେବାସହ ସମ୍ପତ୍ତି ଅଧିକାର ସୁରକ୍ଷିତ କରାଯାଇଲୋକଙ୍କୁ ସଶକ୍ତ କରାଯାଇଛି, ଯାହା ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ପ୍ରକାଶ କରିଛନ୍ତି।
