• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

Share on FacebookShare on TwitterShare on Whatsapp

ରାଜ୍ୟ ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନ୍ୱୟନ ପ୍ରସ୍ତୁତ କରିବା ପାଇଁ ତିନି ଦିନିଆ ଜାତୀୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ୨୦ ଜାନୁଆରୀ ୨୦୨୫-କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ। ସୁଗମତା, ସମାନତା, ଗୁଣାତ୍ମକ ଶିକ୍ଷା ଏବଂ ଦାୟିତ୍ୱବୋଧ ଆଦି ସ୍ତମ୍ଭ ଆଧାରରେ ପରିଚାଳିତ ଜାତୀୟ ଶିକ୍ଷା ନୀତି ୨୦୨୦ ଧନ୍ଦାମୂଳକ ଦକ୍ଷତା, ମାତୃଭାଷାରେ ଶିକ୍ଷା, ଡିଜିଟାଲ୍ ଶିକ୍ଷା, ଶିଶୁର ସାମଗ୍ରିକ ବିକାଶ, ଦକ୍ଷତା-ଆଧାରିତ ମୂଲ୍ୟାଙ୍କନ, ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତା ହାସିଲ୍ କରିବାରେ ସହାୟକ ହେବ ।

ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି। କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ସଂଖ୍ୟା 1234 dated 15.01.2024 ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା।

ନୀତି କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟର ପ୍ରାରମ୍ଭିକ ପଦକ୍ଷେପର ଏକ ଅଂଶ ଭାବରେ, ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରାଧାନ୍ୟ ଦେଇ ଜାତୀୟ ନୀତି ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି ସେପ୍ଟେମ୍ବର ୨୦୨୪ ରେ ନିପୁଣ ଓଡ଼ିଶା ଯୋଜନା ଆରମ୍ଭ କରାଯାଇଥିଲା। ଏଥିସହିତ ରାଜ୍ୟ ସରକାର ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି। ସମ୍ପୃକ୍ତ ଶିକ୍ଷାବର୍ଷ ସେପ୍ଟେମ୍ବର ୧ ରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ସଂଶୋଧିତ କରି ୬ ବର୍ଷ ଓ ଉର୍ଦ୍ଧ୍ବ ବୟସ କରାଯାଇଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରିକଳ୍ପନା ଅନୁଯାୟୀ, ୫ ବର୍ଷ ଓ ଉର୍ଦ୍ଧ୍ବ ବୟସର ପିଲାମାନଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ନିମନ୍ତେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ଶିଶୁ ବାଟିକା” ଖୋଲିବା ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା 1753 dated 20.01.2025 ରେ ଘୋଷଣା କରାଯାଇଛି ।

୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ରାଜ୍ୟ ପାଠ୍ୟକ୍ରମ ରୂପରେଖର ସଂଶୋଧନ ଆରମ୍ଭ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗୀକରଣ ସହିତ ପ୍ରାରମ୍ଭିକ ପର୍ଯ୍ୟାୟକୁ (Preparatory Stage) ଗ୍ରହଣ କରାଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ଶିଶୁର ପ୍ରଥମ ୧୫ ବର୍ଷ ଶିକ୍ଷା ( ୩-୧୮ ବର୍ଷ ବୟସ) ପର୍ଯ୍ୟାୟକ୍ରମେ ୫+୩+୩+୪ ଭିତ୍ତିରେ ପରିବର୍ତ୍ତନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟ (Foundational Stage) (ଦୁଇ ଭାଗରେ, ଅର୍ଥାତ୍ ୩ ବର୍ଷ ଅଙ୍ଗନବାଡି, ୨ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ, ବୟସ ୩ ବର୍ଷରୁ ୮ ବର୍ଷ ), ପ୍ରସ୍ତୁତି ପର୍ଯ୍ୟାୟ (Preparatory Stage) (ତିନି ବର୍ଷ ଅର୍ଥାତ୍ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ, ବୟସ ୮ ବର୍ଷରୁ ୧୧ ବର୍ଷ), ମଧ୍ୟ ପର୍ଯ୍ୟାୟ (Middle Stage) ( ତିନି ବର୍ଷ ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ବୟସ ୧୧ ବର୍ଷରୁ ୧୪ ବର୍ଷ), ମାଧ୍ୟମିକ ପର୍ଯ୍ୟାୟ (Secondary Stage) ( ଚାରି ବର୍ଷ ଅର୍ଥାତ୍ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ, ବୟସ ୧୪ ବର୍ଷରୁ ୧୮ ବର୍ଷ )। ନୀତି କାର୍ଯ୍ୟାନ୍ୱୟନର ପ୍ରଥମ ଭାଗରେ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ (Preparatory Stage) ପରିବର୍ତ୍ତନ ଉପରେ ରାଜ୍ୟ ଧ୍ୟାନ ଦେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତି, ମଧ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟାନ୍ୱୟନ ଆରମ୍ଭ କରାଯିବ।

ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ। ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା। ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ (National Curriculum Frameworks) ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ( State Curriculum Frameworks) ପ୍ରସ୍ତୁତ କରିବ।

ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ, ଓଡ଼ିଶାରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯିବ। ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com