
ଭୁବନେଶ୍ୱର:୨୨/୧-ଆସନ୍ତା ୨୮ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ “ଉତ୍କର୍ଷଓଡ଼ିଶା”-ମେକ୍ଇନ୍ ଓଡ଼ିଶା କାନକ୍ଳେଭ-୨୦୨୫ ରେ ଯୋଗ ଦେବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟଶାସନସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନିର୍ଭିୁଲ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଆଗାମୀ ଜାନୁଆରୀ ୨୮ତାରିଖ ସକାଳ୮.୩୫ମିନିଟ ସମୟରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ବାୟୁସେବା ବିମାନ ଯୋଗେ ବାହାରିପୂର୍ବାହ୍ନ୧୦.୩୫ମିନିଟ ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ।ପୂର୍ବାହ୍ନ ୧୦.୫୫ରେ ଜନତା ମୈଦାନ ଯିବେ। ୧୧.୦୦ରୁ ୧୨.୩୦ପର୍ଯ୍ୟନ୍ତ “ଉତ୍କର୍ଷଓଡ଼ିଶା”-କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ଅପରାହ୍ଣ ୧୨.୫୫ ମିନିଟ୍ ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମସ୍ଥଳ ଓ ତାଙ୍କର ଯିବା ଆସିବା ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା।ସେହିପରି କମିଶନରରେଟ ପୁଲିସ ତରଫରୁ ଭୁବନେଶ୍ୱର ସହରରେ ସୁରକ୍ଷା କଡାକଡି କରାଯିବ। ପ୍ରଧାନମନ୍ତ୍ରୀଙ୍କ କାରକେଡ ବ୍ୟବସ୍ଥା ଏବଂ ବିମାନର ସୁରକ୍ଷା ବ୍ୟବସ୍ଥା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ରହିବ।
ବୈଠକରେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ତରଫରୁ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରହିବା ସହିତ ମଞ୍ଚ ନିକଟରେ କ୍ରିଟିକାଲ କେୟାର ବାକ୍ସ,ଡାକ୍ତରୀଦଳ ସହମୁତୟନ ରହିବେ।କାର୍ଯ୍ୟକ୍ରମସ୍ଥଳରେ ଅଗ୍ନିନିର୍ବାପକ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ସଂଲଗ୍ନ ରାସ୍ତାର ରକ୍ଷଣାବେକ୍ଷଣ, ଆବଶ୍ୟକ ମରାମତି, ରାସ୍ତାପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତକରାଯିବ।ଶକ୍ତିବିଭାଗ ତଥା ଟିପିସିଓଡିଏଲକୁ ଅତିରିକ୍ତ ଜେନେରେଟରସହ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ପାନୀୟ ଜଳଯୋଗାଣ, ମଞ୍ଚପ୍ରସ୍ତୁତି,ଇଣ୍ଟରନେଟ୍ ସୁବିଧା, ଗଣମାଧ୍ୟମ ପରିଚାଳନା ସହ ସମ୍ବାଦ ସରବରାହ ବ୍ୟବସ୍ଥା ସଂପର୍କରେ ଆଲୋଚନାକରାଯାଇଥିଲା।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପୂର୍ବଥର ଭଳି ରାଜ୍ୟ ଗୃହ ବିଭାଗ ତରଫରୁ ମଧ୍ୟ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ।