• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଓଡ଼ିଶା ହେବ ପୂର୍ବ ଭାରତର ବିକାଶ ଇଞ୍ଜିନ–ପ୍ରଧାନମନ୍ତ୍ରୀ

Share on FacebookShare on TwitterShare on Whatsapp

ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫

-ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ

ଭୁବନେଶ୍ୱର: 28/1-ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ, ଏଡୁଟେକ୍, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଗ୍ରିନ ଏନର୍ଜି ଏବଂ ପର୍ଯ୍ୟଟନ ଶିଳ୍ପ ଆଦି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶା ହେବ ପୂର୍ବ ଭାରତର ବିକାଶର ଇଞ୍ଜିନ, ଦେଶ ବିଦେଶର ପ୍ରମୁଖ ଉଦ୍ୟୋଗୀ ଏବଂ ନିବେଶକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି ପ୍ରମୁଖ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’। ଏହି ଦୁଇଦିନିଆ ସମ୍ମିଳନୀକୁ ମଙ୍ଗଳବାର ଦିନ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ବିଶାଳ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶ ବିଦେଶର ନିବେଶକମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି। ରାଜ୍ୟର ଅନନ୍ୟ ପ୍ରାକୃତିକ ସମ୍ଭାର ଓ ଖଣିଜସମ୍ପଦ ଆଜି ଦେଶ ବିଦେଶର ଉଦ୍ୟୋଗୀ ଓ ନିବେଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବର୍ତ୍ତମାନ ହେଉଛି ଉପଯୁକ୍ତ ସମୟ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ପାଇଁ ଭାରତ ସରକାର ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ-
‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଅତ୍ୟାଧୁନିକ ତଥା ସମସାମୟିକ ଶିଳ୍ପ ପ୍ରତିଷ୍ଠା ଉପରେ ଭାରତ ସରକାର ଗୁରୁତ୍ୱ ଦେଉଥିବା କହିଥିଲେ। ସେ କହିଥିଲେ ଯେ, ଭାରତ ଏବେ ଗ୍ରିନ ଫ୍ୟୁଚର, ଗ୍ରିନ ଟେକ୍ନୋଲୋଜି’ ଉପରେ ଫୋକସ୍ କରୁଛି। ବିଶେଷକରି ସୋଲାର, ୱିଣ୍ଡ, ହାଇଡ୍ରୋ ଏବଂ ଗ୍ରିନ ହାଇଡ୍ରୋଜେନ ଶିଳ୍ପ ସ୍ଥାପନ ଉପରେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶାରେ ମଧ୍ୟ ଏଭଳି ଶିଳ୍ପ ସ୍ଥାପନ ପାଇଁ ପରିବେଶ ଅନୁକୂଳ ରହିଛି। ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଉଛି। ସେହିପରି ପେଟ୍ରୋକେମିକାଲ ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶାର ପାରାଦୀପ ଓ ଗୋପାଳପୁରଠାରେ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରିବା ପାଇଁ ଉଦ୍ୟମ କରାଯାଉଛି। ଏ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶେଷ ସମ୍ଭାବନା ରହିଥିବା ସେ କହିଥିଲେ।

ବ୍ଲୁ ଇକୋନୋମି’ – ଓଡ଼ିଶାର ପ୍ରମୁଖ ଯୋଗଦାନ-
ସାମୁଦ୍ରିକ ସମ୍ବଳକୁ ଉପଯୋଗ କରି ଭାରତର ଅର୍ଥନୀତିକୁ କିପରି ସମୃଦ୍ଧ କରାଯାଇପାରିବ ସେ ଦିଗରେ କେନ୍ଦ୍ର ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଏଥିରେ ଓଡ଼ିଶାର ଏକ ପ୍ରମୁଖ ଭାଗିଦାର ହେବ। ଏଥିପାଇଁ ଓଡ଼ିଶାର ବନ୍ଦରଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଥିବା ସେ ସୂଚନା ଦେଇଥିଲେ। ଓଡ଼ିଶାରେ ଥିବା ବନ୍ଦରଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ସହିତ ଯୋଡ଼ା ଯାଉଛି। ପୁରୁଣା ବନ୍ଦରଗୁଡ଼ିକର ସଂପ୍ରସାରଣ କରାଯାଇ ଏହାକୁ ଆଧୁନିକ ରୂପ ଦିଆଯିବା ସହ ନୂତନ ବନ୍ଦର ନିର୍ମାଣ ଉପରେ ପ୍ରାଥମିକତା ଦିଆଯାଉଛି ଏହାଦ୍ୱାରା ସମୁଦ୍ର ପଥରେ ପରିବହନ ବ୍ୟବସ୍ଥା ସୁବିଧାଜନକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପର୍ଯ୍ୟଟନ ଶିଳ୍ପ–ଓଡ଼ିଶାରେ ସମ୍ଭାବନା-
ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନା ବିଷୟରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶାର ବିସ୍ତୃତ ବେଳାଭୂମି ଓ ଜଙ୍ଗଲ ସମ୍ପଦକୁ ଆଧାରକରି ‘ଇକୋ ଟୁରିଜିମ୍’ ଏବଂ ‘ଆଡଭେଞ୍ଚର ଟୁରିଜିମ୍’ ଆଦି କ୍ଷେତ୍ରକୁ ସମୃଦ୍ଧ କରାଯାଇପାରିବ। ସେହିପରି କନଫରେନ୍ସ ଟୁରିଜିମ୍ ଓ କନସର୍ଟ ଇକୋନୋମି ଆଦିରୁ ଓଡ଼ିଶା ମଧ୍ୟ ବିଶେଷ ଲାଭବାନ ହୋଇପାରିବ, ନୂତନ ଶିଳ୍ପ ସମ୍ଭାବନା ସମ୍ପର୍କରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଥିବା ସେ କହିଥିଲେ।

୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତର ଅର୍ଥନୀତି-
ଭାରତ ଆଜି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିକ ଦେଶ ହେବାକୁ ଯାଉଛି ଭାରତ। ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି। ଏଥିରେ ଓଡ଼ିଶାର ଏକ ପ୍ରମୁଖ ଯୋଗଦାନ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ପାଇଁ ଦିନେ ଏ ରାଜ୍ୟ ପରିଚିତ ଥିଲା। ଦକ୍ଷିଣ ଏସୀୟ ଦେଶ ସମୂହ ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ନିବିଡ଼ ଥିଲା। ଏହାକୁ ମନେପକାଇ ଆଜି ବାଲିଯାତ୍ରା ଆୟୋଜନ କରାଯାଉଛି। ତେଣୁ ଆଗାମୀ ଦିନରେ ଓଡ଼ିଶାର ଏହି ପ୍ରାଚୀନ ବାଣିଜ୍ୟିକ ସଫଳତା ପୁନଃ ପ୍ରତିଷ୍ଠା ହେବାକୁ ଯାଉଛି। ସେହିପରି ସିଙ୍ଗାପୁର ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ହେବାକୁ ଯାଉଛି। ବିଭିନ୍ନ ଦେଶ ଆଜି ଓଡ଼ିଶା ସହିତ ସମ୍ପର୍କ ସ୍ଥାପନ କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ।


ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ଓଡ଼ିଶା ଆଜି ପୂର୍ବ-ଭାରତର ବିକାଶ ଇଞ୍ଜିନ ହେବାକୁ ଯାଉଛି ବୋଲି ସେ କହିଥିଲେ।ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂକେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଶିଳ୍ପ ପ୍ରତିନିଧି ଏବଂ ବିଶିଷ୍ଟ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com