• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Share on FacebookShare on TwitterShare on Whatsapp

2026-31 ପାଞ୍ଚ ବର୍ଷ ପାଇଁ ରାଜ୍ୟ ସରକାର 12,59,148 କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି

ଭୁବନେଶ୍ୱର:06/02/- 2026-31, ଏହି ପାଞ୍ଚବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ 12,59,148 କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷୋଡଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମରେ ବିବୃତ୍ତି ରଖି ଏହା କହିଛନ୍ତି।

ରାଜ୍ୟ ସରକାରଙ୍କ ଦାବିର ସାରାଂଶ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ( Pre Devolution Revenue Deficit) ଭରଣା ପାଇଁ 9,88,422 କୋଟି ଟଙ୍କା, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା (State Specific Needs) ପୂରଣ ପାଇଁ 1,10,434 କୋଟି ଟଙ୍କା, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡି ମାନଙ୍କ ପାଇଁ ଅନୁଦାନ ବାବଦରେ 1, 00,036 କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ 31,004 କୋଟି ଟଙ୍କା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 29,252 କୋଟି ଟଙ୍କା ଦାବି ରଖାଯାଇଛି ।

କମିଶନଙ୍କ ସହିତ ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ଉପରେ ଆମେ ଗଠନମୂଳକ ଆଲୋଚନା କରିଛୁ। ରାଜ୍ୟର ବିକାଶମୂଳକ ଆବଶ୍ୟକତା, ଆର୍ଥିକ କ୍ଷମତା ଏବଂ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ବ୍ୟବସ୍ଥାକୁ ଭିତ୍ତିକରି କମିଶନଙ୍କ  ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଛି। ଆମେ ରାଜ୍ୟର ସମସ୍ତ ଆର୍ଥିକ ଦିଗ ଏବଂ ଆବଶ୍ୟକତାକୁ ଭିତ୍ତି କରି ଏକ ସ୍ମାରକପତ୍ର ଆକାରରେ କମିଶନଙ୍କ ସମ୍ମୁଖରେ ଲିଖିତ ଉପସ୍ଥାପନା ମଧ୍ୟ କରିଛୁ ବୋଲି ସେ କହିଥିଲେ। କମିଶନ ଆମର ଉପସ୍ଥାପନକୁ ଅନୁକୂଳ ଭାବରେ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କମିଶନଙ୍କ ନିକଟରେ ରାଜ୍ୟର ପ୍ରମୁଖ ଦାବି ଗୁଡିକର ଆଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ, କେନ୍ଦ୍ର ସରକାରଙ୍କ ଟିକସ ଆୟର 41% ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହା 41% ରୁ 50%କୁ ବୃଦ୍ଧି କରିବା ପାଇଁ ଆମେ ଦାବି କରିଛୁ।

କେନ୍ଦ୍ର ସରକାରଙ୍କ ଟିକସ ଆୟର ଯେଉଁ ଅଂଶ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଏ, ତାହା ରାଜ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଧାରିତ ସୂତ୍ର ଆଧାରରେ ବଣ୍ଟାଯାଏ, ଯେଉଁଥିରୁ ଓଡ଼ିଶା 4.528% ଭାଗ ପାଇଥାଏ। ଓଡିଶାର ଭାଗକୁ 4.964 %କୁ ବୃଦ୍ଧି କରିବା ପାଇଁ ଆମେ ଦାବି ରଖିଛୁ। ଅର୍ଥ କମିଶନ, 2026-31 ଅବଧି ପାଇଁ, କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ୍ ରାଜସ୍ୱ ପ୍ରାପ୍ତି ବା Gross Revenue Receipt ର 2 ପ୍ରତିଶତ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ (Rural and Urban Local Bodies) ଅନୁଦାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଓଡ଼ିଶା ଗ୍ରାମୀଣ ଓ ସହରୀ ସ୍ଥାନୀୟ ନିକାୟ ସଂସ୍ଥାମାନେ କେନ୍ଦ୍ର ସରକାର ଠାରୁ ଅଧିକ ଆର୍ଥିକ ଅନୁଦାନ ପାଇପାରିବେ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନର 75% କେନ୍ଦ୍ର ସରକାର ବହନ କରେ ଓ ଅବଶିଷ୍ଟ 25% ରାଜ୍ୟ ସରକାର ବହନ କରିଥାଏ । ଏହାକୁ କେନ୍ଦ୍ର ସରକାର 100% ବହନ କରୁ ବୋଲି ଆମେ ଦାବୀ କରିଛୁ ବୋଲି ସେ କହିଥିଲେ । ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ ଏବଂ ବାର୍ଦ୍ଧକ୍ୟ ସୁରକ୍ଷା ଇତ୍ୟାଦି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ ସୁପାରିଶ ପାଇଁ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ଡ. ଅରବିନ୍ଦ ପାନାଗରିଆଙ୍କ ଅଧ୍ୟକ୍ଷତାରେ ଷୋଡଶ ଅର୍ଥ କମିଶନ ଫେବୃଆରୀ 4 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଆଇ.ଟି.ସି ହୋଟେଲ୍‍ ଠାରେ ଅର୍ଥ କମିଶନ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନଙ୍କ ସହିତ ଓଡିଶାର ଲକ୍ଷ୍ୟ, ଆବଶ୍ୟକତା ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଅର୍ଥ ବିଭାଗର ଅଧିକାରୀ ଗଣଙ୍କ ସମେତ ବିଭିନ୍ନ ବିଭାଗର ଶାସନ ମୁଖ୍ୟମାନେ ଏହି ବୈଠକରେ ଯୋଗଦେଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com