• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପରୀକ୍ଷା ପୂର୍ବରୁ ପିଲାଙ୍କ ମନୋବଳ ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୦ ଫେବୃଆରୀ ୨୦୨୫-ପରୀକ୍ଷା ସମୟ ପ୍ରାୟ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ। ପରୀକ୍ଷା ପୂର୍ବରୁ ଅଳ୍ପ ଚାପ ଭଲ, କିନ୍ତୁ ଅଧିକ ଚାପଗ୍ରସ୍ତ ନହୋଇ ଶିକ୍ଷକମାନଙ୍କ ପରାମର୍ଶ ମାନି ସମୟର ସଠିକ ଉପଯୋଗ କରି ଓ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚୟ ମିଳିବ ବୋଲି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା “ପରୀକ୍ଷା ପେ ଚର୍ଚ୍ଚା ୨୦୨୫” କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଛନ୍ତି।

ଏହି ଅବସରରେ ‘ପରୀକ୍ଷା ପେ’ ଚର୍ଚ୍ଚା’-୨୦୨୫ର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହ ମତ ବିନିମୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ପ୍ରସ୍ତୁତ ଭିଡିଓଟି ପରିବେଷଣ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିବା ସହିତ ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ୱାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ସମ୍ପର୍କରେ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଜୀବନ ପ୍ରତି ଏକ ଆନନ୍ଦର ମନୋଭାବକୁ ପ୍ରୋତ୍ସାହିତ କରେ। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବା ସମୟ ଠାରୁ ପରୀକ୍ଷା ପୂର୍ବ ସମୟକୁ ଭଲ ଭାବେ ଉପଯୋଗ କରିବା ସହିତ ନିଜକୁ ମାନସିକ ସ୍ତରରେ ଦୃଢ ରଖି ଏବଂ ପରୀକ୍ଷା ସମୟରେ ଷ୍ଟ୍ରେସରେ ନ ଆସି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କଥା ମାନି ଏକାଗ୍ର ଚିତ୍ତରେ ପଢିବା ଉଚିତ। ପରୀକ୍ଷା ପ୍ରତି କେବେ ହେଲେ ନିଜର ଭୟ ରଖିବ ନାହିଁ। ଭୟ ଆସିଗଲେ, ମନରୁ ଏକାଗ୍ରତା ଚାଲିଯାଏ। ଏକାଗ୍ରତା ପାଇଁ ଟିକେ ରିଲାକ୍ସ ହେବା ଦରକାର। ଏଣୁ ଅଧିକ ସମୟ ଏକାଗ୍ର ଚିତ୍ତରେ ପାଠ ପଢିବା ପାଇଁ, ପଢା ମଝିରେ ୫/୧୦ ମିନିଟ ପାଇଁ ବିରତି ନେଇ ପୁଣିଥରେ ମନଦେଇ ପଢିବ।

ମୁଣ୍ଡ ଉପରେ ପରୀକ୍ଷା ଆସି ଉପନୀତ ହୋଇ ସାରିଛି। ମୋର ଦୃଢ଼ ବିଶ୍ୱାସ ତୁମମାନଙ୍କୁ ନିଜ ନିଜ ପରିଶ୍ରମର ମୂଲ୍ୟ ନିଶ୍ଚିତ ଭାବରେ ମିଳିବ। ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖିଲେ ଉଦ୍ୟମ ଆଦୌ ବୃଥା ଯିବ ନାହିଁ। ପରୀକ୍ଷା ଫଳ ଉପରେ ଫୋକସ ନକରି ପରୀକ୍ଷା ପ୍ରସ୍ତୁତି ଉପରେ ଅଧିକ ଫୋକସ କରିଲେ ହିଁ ସଫଳତା ମିଳିବ। ପରୀକ୍ଷା ସମୟରେ ଅଲଗା ଚିନ୍ତା ନକରି ଯାହା ପଡିଛି ସେହି ବିଷୟରେ ଧ୍ୟାନ ଦେବା ଉଚିତ। ଯେଉଁ ବିଷୟରେ ପରୀକ୍ଷା ଦେବ, ପରୀକ୍ଷା ପୂର୍ବରୁ ସେହି ବିଷୟର ସାରାଂଶ ନୋଟ କରି ରଖ। ଏହାକୁ ବାରମ୍ବାର ଅଭ୍ୟାସ କରି ପରୀକ୍ଷା ହଲକୁ ଯିବ ଦେଖିବ, ଯାହାଫଳରେ ତୁମେ ମାନେ ନର୍ଭସ ହେବ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପାଠପଢା ଓ ଡିଜିଟାଲ ଉପକରଣ ବ୍ୟବହାର ବିଷୟରେ ଆଲୋଚନା କରି ସେ କହିଥିଲେ ଯେ, ପଢା ସମୟରେ ଡିଜିଟାଲ ଉପକରଣ ଅତ୍ୟନ୍ତ କମ ବ୍ୟବହାର କରିବା ଉଚିତ, ବିଶେଷ କରି ପରୀକ୍ଷା ସମୟରେ ମୋବାଇଲ ଠାରୁ ଦୁରେଇ ରହିବା ଆବଶ୍ୟକ। ପରୀକ୍ଷା ବେଳେ mind divert ନକରି, ଏହା ପୂର୍ବରୁ short points ପ୍ରସ୍ତୁତ କରି, fundamental clear କରି ବାରମ୍ବାର revise କରି ପରୀକ୍ଷା ଦେବାକୁ ଯାଅ। ପାଠ ପଢ଼ିବା ପାଇଁ ଏବଂ ମନେ ରଖିବା ପାଇଁ, ବ୍ରାହ୍ମ ମୁହୂର୍ତ୍ତ ସବୁଠାରୁ ପ୍ରକୃଷ୍ଟ ସମୟ, ଏହି ସମୟରେ ପାଠ ପଢିଲେ ଅତିଶୀଘ୍ର ପାଠ ମନେ ରୁହେ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି କହିଥିଲେ।

ଚାପମୁକ୍ତ ହେବାପାଇଁ ଚେଷ୍ଟା କର ଏବଂ ଯାହା ଶିକ୍ଷକ ମାନେ ପଢାଇଛନ୍ତି ତାକୁ ସର୍ବୋତ୍ତମ ମଡେଲ ଭାବେ ଗ୍ରହଣ କରି ପ୍ରସ୍ତୁତ ହୁଅ। ପ୍ରଧାନମନ୍ତ୍ରୀ, ଷ୍ଟ୍ରେସ କମାଇବା ପାଇଁ ଯାହା ଟିପ୍ସ ଦେଇଛନ୍ତି, ଏଠାରୁ ଗଲା ପରେ ଗୋଟି ଗୋଟି କରି ମନେ ପକାଇବ ଓ ତାକୁ କାମରେ ଲଗାଇବ। ମୋର ଦୃଢ଼ ବିଶ୍ୱାସ, ତୁମମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ।କେବଳ ପାଠ ପଢ, ଶିକ୍ଷକ ମାନଙ୍କ ପରାମର୍ଶ ନିଅ। ବାସ୍, ଯାହା ହେବ, ଭଲ ହେବ, ନିଶ୍ଚୟ ଭଲ ହେବ, ଏଥିରେ ସନ୍ଦେହ ନାହିଁ।

ସୂଚନା ଥାଉକି, ଉକ୍ତ କାର୍ଯ୍ୟକ୍ରମରେ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୮ ଜଣ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହୋଇଥିଲେ। ପରୀକ୍ଷା ପୂର୍ବ ପ୍ରସ୍ତୁତି ବିଷୟରେ ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ମଧ୍ୟ ନେଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲିଜା ନାୟକ, ଶୁଭମ ପାତ୍ର, ଜେ. ମିନାକ୍ଷୀ, ସସ୍ମିତା ସାହୁ, ସଂଜୀବ ଦିଗଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପ୍ରସ୍ତୁତି kit ବାଣ୍ଟିଥିଲେ। କାର୍ଯ୍ୟକ୍ରମରେ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କ ସମେତ ୟୁନିଟ‌-୧ ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com