ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନବଙ୍କ ପତ୍ନୀ

ଭୁବନେଶ୍ୱର:୧୮/୩-ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ସାନି ତଦନ୍ତ ପ୍ର୍ରକ୍ରିୟା ଆରମ୍ଭ ହୋଇଛି । ସାନି ତଦନ୍ତ କରାଯିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି । ନବଙ୍କ ହତ୍ୟା ମାମଲାରେ ଯେଉଁଭଳି ତଦନ୍ତ ହେବା କଥା ତାହା ହୋଇନାହିଁ । ତାଙ୍କ ପରିବାରକୁ ନ୍ୟାୟ ମଧ୍ୟ ମିଳିନାହିଁ । ଏହାକୁ ନେଇ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ । ତଦନ୍ତ ପାଇଁ ଲିଖିତ ପାଇବା ପରେ ସାନି ତଦନ୍ତ ଆରମ୍ଭ ହୋଇଛି ।
ତାଙ୍କ ପତ୍ନୀ ମିନତୀ ଦାସ ତଦନ୍ତ ନେଇ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପରେ ମଙ୍ଗଳବାର ଠାରୁ ତଦନ୍ତ ଆରମ୍ଭ ହୋଇଛି ।
ଝାରସୁଗୁଡ଼ାର ସରବାହାଲ ସ୍ଥିତ ସ୍ୱର୍ଗତ ଦାସଙ୍କ ଘରେ କ୍ରାଇମ ବ୍ରାଞ୍ଚର ଦୁଇ ଜଣିଆ ଟିମ୍ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ନବ ଦାସଙ୍କ ହତ୍ୟା ଘଟଣା ଉପରେ ତାଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ଼ କରିଛନ୍ତି ।
ଗତ ୧୧ ତାରିଖରେ ନବଙ୍କ ପତ୍ନୀ ମିନତୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଏବଂ ଇ-ମେଲ ପଠାଇ ସାନି ତଦନ୍ତ ପାଇଁ ଜଣାଇଥିଲେ । ବୁଧବାର ଅପରାହ୍ଣ ୫ଟା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ନବଙ୍କ ପରିବାର ସିବିଆଇ ତଦନ୍ତ ଦାବି କରୁଥିଲେ । ତେବେ ଆଇନମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ଉପରେ ସରକାରଙ୍କ ଭରସା ଥିବାରୁ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯବା ନେଇ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମିନତୀଙ୍କ ଆଲୋଚନା ପରେ ତଦନ୍ତ ପ୍ର୍ରକିୟାର ଚିତ୍ର ସ୍ୱଷ୍ଟ ହେବ।