ଭୁବନେଶ୍ୱର:୫/୪-ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ପରିପ୍ରେକ୍ଷୀରେ ଭାରତ ସେବାଶ୍ରମ ସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ସେବା କାର୍ଯ୍ୟ କରାଯାଇଥିଲା । ଭକ୍ତଙ୍କ ଭିଡ଼ ଏବଂ ପ୍ରଚଣ୍ଡ ଖରାରେ ସଂଘ ପକ୍ଷରୁ ହଜାର ହଜାର ସଂଖ୍ୟାରେ ସମାଗମ ହୋଇଥିବା ଲୋକମାନଙ୍କୁ ଜୁସ୍, ଗ୍ଲୁକୋନ ଆଦି ବଣ୍ଟନ କରାଯାଇ ଥିଲା ।

ଏହି କାର୍ଯ୍ୟରେ ଶ୍ରୀଜଗନ୍ନାଥ ସେବାସଂଘର ସ୍ୱୟଂ ସେବକମାନେ ସହଯୋଗ କରିଥିଲେ । ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ୫୦ଜଣ ଯୋଗ ଦେଇଥିଲେ । ଏଥିାଇଁ ରଥଦାଣ୍ଡରେ ଥିବା ରତ୍ନାକର ରେସିଡେନ୍ସିି କମିଟିର ଆପାର୍ଟମେଣ୍ଟ ପକ୍ଷରୁ ସ୍ଥାନ ଯୋଗାଇ ଦିଆଯାଇଥିଲା । ସାତଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିବ ବୋଲି ସେବାଶ୍ରମ ସଂଘ ପକ୍ଷରୁ କୁହାଯାଇଛି ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂଘର ସମ୍ପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ।

ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବିଜୟ ପ୍ରସାଦ ମହାନ୍ତି, ଧୀରେନ ରଥ, ଦେବାଶିଷ ମହାନ୍ତି,ଏସ.ଆର.ଚକ୍ରବର୍ତ୍ତି, ଅଶୋକ ମହାନ୍ତି, ପ୍ରଦୀପ ରଞ୍ଜନ ଆଚାର୍ଯ୍ୟ, ଅଶୋକ ମାଲିଆ ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
