
ଭୁବନେଶ୍ୱର:୧୯/୪/୨୦୨୫-ଅସୁସ୍ଥତା କାରଣରୁ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ କିଛିଦିନ ଧରି ଚିକିତ୍ସିତ ହେଉଥିବା ବରିଷ୍ଠ ସାଂବାଦିକ ରତିକାନ୍ତ ମହାନ୍ତିଙ୍କର ଶନିବାର ସକାଳେ ପରଲୋକ ଘଟିଛି। ସେ ଦୀର୍ଘ ୪ ଦଶନ୍ଧି ଧରି ନିରପେକ୍ଷ ଏବଂ ନିର୍ଭୀକତାର ସହ ସାମ୍ବାଦିକତା କରୁଥିଲେ।

ସେହିପରି ଅନ୍ୟତମ ବରିଷ୍ଠ ସାଂବାଦିକ ଶେଖ ଅବଦୁଲ କଲିମଙ୍କର ଶୁକ୍ରବାର ରାତିରେ ପରଲୋକ ଘଟିଛି। ସେ ଦିନିକ ସଂବାଦପତ୍ର ସମ୍ବାଦ କାଳିକାର ବାର୍ତ୍ତା ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ। ଉଭୟ ସାଂବାଦିକଙ୍କ ବିୟୋଗରେ ସାଂବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସେମାନଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ ।