• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା

Share on FacebookShare on TwitterShare on Whatsapp

ମଧୁବାବୁଙ୍କ ଜନ୍ମପୀଠର ବିକାଶ ପାଇଁ ଅଧିକ ଅର୍ଥର ବ୍ୟବସ୍ଥା କରାଯିବ, ଉତ୍କଳ ଟ୍ୟାନେରୀ ସ୍ମୃତିରେ ଏକ
କୀର୍ତ୍ତିସ୍ତମ୍ଭ ସ୍ଥାପନ କରାଯିବ

ଭୁବନେଶ୍ୱର: 28/4 ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା, ଯିଏ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ଜାଗ୍ରତ କରିଥିଲେ। ମଧୁବାବୁଙ୍କ ଦେହାବସାନ ପରେ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା। ୨୦୩୬ରେ ଗଠନ ହେବ ସମୃଦ୍ଧ ଓଡ଼ିଶା। ସେତେବେଳେ ମଧୁବାବୁଙ୍କ ଆଉ ଏକ ସ୍ୱପ୍ନ ସାକାର ହେବ। ତାହାହିଁ ହେବ ଉତ୍କଳ ଗୌରବଙ୍କ ପ୍ରତି ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ କହିଥିଲେ ଯେ, ଯେଉଁ ଅସ୍ମିତା ପାଇଁ ଆଜି ଆମେ ଗୌରବ ଅନୁଭବ କରୁଛୁ ତାର ମୂଳ ଉଦ୍ୟୋକ୍ତା ହେଉଛନ୍ତି ମଧୁବାବୁ। ସେ ଥିଲେ ସ୍ୱାଭିମାନୀ ପୁରୁଷ, ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ। ମଧୁବାବୁ ଥିଲେ ସବୁ କ୍ଷେତ୍ରରେ ପ୍ରଥମ। ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‍, ପ୍ରଥମ ଓଡ଼ିଆ ବିଦେଶ ପଢ଼ୁଆ ଓକିଲ, ପ୍ରଥମ ଓଡ଼ିଆ ଶିଳ୍ପପତି… ଏମିତି ଅନେକ କ୍ଷେତ୍ରରେ ସେ ଥିଲେ ପ୍ରଥମ। ଓଡ଼ିଶାରେ ଏକ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡ଼ିଆ ଜାତିର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ ବୋଲି ସେ କହିଥିଲେ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଏକାଧିକ ବାର ଲଣ୍ଡନ ଯାତ୍ରା କରି ବ୍ରିଟିଶ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ସଂସ୍କୃତି ସବୁ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ଉତ୍କଳ ସମ୍ମିଳନୀ ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ଲାଟଫର୍ମ। ବର୍ତ୍ତମାନର ସରକାର ପୂଜ୍ୟପୂଜା ପରମ୍ପରାରେ ବିଶ୍ୱାସ କରନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାର କେବଳ ଲୋକ ଦେଖାଣିଆ କାମ କରୁଥିଲେ। ଆଜି ରାଜ୍ୟ ସରକାର ଉତ୍କଳ ଦିବସକୁ ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରରେ ପାଳନ କରି ପୂଜ୍ୟପୂଜା ପରମ୍ପରାକୁ ଏକ ନୂଆ ସ୍ତରକୁ ଆଣିଛନ୍ତି। ମଧୁବାବୁଙ୍କ ଜନ୍ମପୀଠକୁ ଓଡ଼ିଆ ଜାତୀୟତାର କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇଛି । ଜନ୍ମପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି।

ସ୍ମତିପୀଠ ଓ ଜନ୍ମପୀଠର ବିକାଶ ପାଇଁ ଆହୁରି ଅଧିକ ଟଙ୍କା ବିନିଯୋଗ କରାଯିବ। ଏଥିପାଇଁ ଆଉ ଥରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମଧୁବାବୁଙ୍କ ସ୍ମୃତି ସହିତ ଜଡ଼ିତ ଉତ୍କଳ ଟ୍ୟାନେରୀକୁ ଏକ କୀର୍ତ୍ତିସ୍ତମ୍ଭ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମଗ୍ର ଓଡ଼ିଆ ଜାତି ପ୍ରତିଶୃତିବଦ୍ଧ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଜନ୍ମପୀଠରେ ଆମେ ଏଥିପାଇଁ ସଂକଳ୍ପ ନେଇଥିଲୁ । ଏବଂ ସେଥିପାଇଁ ତିନୋଟି ଶକ୍ତି- ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ ପ୍ରୟୋଗ କରିବା ପାଇଁ ଶପଥ ନେଇଥିଲୁ। ସବୁ ଜିନିଷ ଇଚ୍ଛାଶକ୍ତି ଉପରେ ନିର୍ଭର କରେ। ଅର୍ଥ ଥାଇପାରେ ବା ନଥାଇ ପାରେ, କିନ୍ତୁ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ। ଆଜି ଓଡ଼ିଆ ଜାତି ସମସ୍ତେ ଏକମନ, ଏକପ୍ରାଣ ହୋଇ ମଧୁବାବୁଙ୍କ ଆଦର୍ଶରେ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଏକ୍‍ଜୁଟ ହେଲେ ଓଡ଼ିଶା ନିଶ୍ଚିତ ଭାବରେ ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟ ଭାବେ ସୁନାମ ଅର୍ଜନ କରିବ ଏଥିରେ ସନ୍ଦେହ ନାହିଁ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ କହିଥିଲେ ଯେ ମଧୁବାବୁଙ୍କୁ ସ୍ମରଣ କରିବା ଅର୍ଥ ହେଉଛି, ଓଡିଆ ଅସ୍ମିତା ଜାଗରଣକୁ ସ୍ମରଣ କରିବା। ଓଡିଆ ମାଟିରେ ଜନ୍ମ ନେଇଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍କଳଗୌରବ ମଧୁସୂଦନ। ଓଡିଆ ଅସ୍ଥିତ୍ବ ରକ୍ଷା ପାଇଁ ସେ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ। ଓକିଲାତି ପାଠକୁ ସେ ନିୟୋଜିତ କରିଥିଲେ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାପାଇଁ। ଉତ୍କଳ ଟ୍ୟାନେରୀ, ଓଡିଶା ଆର୍ଟଓୟାର ଏବଂ ଉତ୍କଳ ସମ୍ମିଳନୀ ହେଉଛି ମଧୁବାବୁଙ୍କ ଜୀବନର ତିନୋଟି କୀର୍ତ୍ତିସ୍ତମ୍ଭ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ତଥା ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର କହିଥିଲେ ଯେ ମଧୁବାବୁଙ୍କ ଜୀବନ ବୃତ୍ତାନ୍ତ ଏବଂ ଓଡିଶା ପାଇଁ ଅବଦାନ ଅବିସ୍ମରଣୀୟ। ଓଡିଆ ଜାତିର ଉତ୍‌ଥାନ ପାଇଁ ସେ ସର୍ବଦା ଲଢେଇ ଜାରି ରଖିଥିଲେ। ଆଜି ଆମେ ଯଦି ଓଡିଆ ଜାତି, ଭାଷା, ସାହିତ୍ୟ ଓ ଅସ୍ମିତାକୁ ସୁରକ୍ଷିତ ରଖିପାରିବା ତେବେ ତାହା ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ କହିଥିଲେ ଯେ ଆମ ସରକାର ମଧୁବାବୁଙ୍କ କୀର୍ତ୍ତି ଓ ଅସ୍ମିତାକୁ ଆଗାମୀ ପିଢି ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବେ।

ସଭା ପରେ ଭୁବନେଶ୍ବର ଲାବଣ୍ୟ ଥିଏଟର ପକ୍ଷରୁ ମଧୁବାବୁଙ୍କ ଅବଦାନ ସଂପର୍କିତ ନାଟକ ‘ନିଶୀଥ ସୂର୍ଯ୍ୟ’ ପରିବେଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଳାକାର ଓ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com