

ଭୁବନେଶ୍ୱର:30/4-ନବକୃଷ୍ଣ ଚୌଧୁରୀ ବିଚାର ମଂଚ ପକ୍ଷରୁ ବଡ଼ଚଣାର ବରପଦା ଠାରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବରପଦା ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ।


ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ନବକୃଷ୍ଣ ଚୌଧୁରୀ ବିଚାର ମଂଚ ସଭାପତି ଶୁଭେନ୍ଦୁ ମହାନ୍ତି, ଚଳଚିତ୍ର ହାସ୍ୟାଭିନେତା ଦେବୁ ବ୍ରହ୍ମ।, ସାମ୍ବାଦିକ ଗିରିଜା ଶଙ୍କର ଦାଶ ଓ ରବିପ୍ରିୟ ଦାଶଙ୍କ ସମେତ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବିଚାର ମଂଚର କାର୍ଯ୍ୟକର୍ତ୍ତା ଯୋଗଦେଇ ଅକ୍ଷିମୁଠି ଅନୁକୂଳ କରିଥିଲେ।

ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭରେ ଆଜିର ପବିତ୍ର ଦିବସରେ ଦେହାନ୍ତ ହୋଇଥିବା ଅଂଚଳର ଜଣେ ଚାଷୀଙ୍କ ଆମର ଆତ୍ମାର ସଦ୍ଗତି କାମନାକରି ସମସ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ।
