
ଭୁବନେଶ୍ୱର:4/5-ଏପ୍ରିଲ 20 ତାରିଖରେ ମହୀଶୂରରେ ଶେଷ ହେଇଥିବା ସର୍ବଭାରତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ଓଡିଶାର ଭେଟରାନ୍ ଟେନିସ ଖେଳାଳି ଶଶାଙ୍କ ଶେଖର ରଥ 65 ବର୍ଷ ବୟସ ବର୍ଗରେ ସିଙ୍ଗଲସରେ ଚମ୍ପିୟାନ ହୋଇଛନ୍ତି। ତା ଛଡା 65 ବୟସ ବର୍ଗରେ ଡବଲ୍ସ ରେ ମଧ୍ୟ ସେ ରନର ଅପ ହୋଇଛନ୍ତି। ତତ୍ ସଙ୍ଗେ ସଙ୍ଗେ 55 ବୟସ ବର୍ଗରେ ଡବଲ୍ସରେ ରନର ଅପ ହେଇଛନ୍ତି।

ଏହିପରି ଶ୍ରୀ ରଥ ଏକ ସର୍ବଭାରତୀୟ ଟେନିସ ଟୁର୍ଣ୍ଣାମେଣ୍ଟରେ ତିନୋଟି କ୍ୟାଟାଗୋରୀରେ ଫାଇନାଲ ଖେଳିବାର ବିରଳ କୃତିତ୍ୱ ଅର୍ଜନ କରି ତିନୋଟି ଆକର୍ଷଣୀୟ ଟ୍ରଫି ହାସଲ କରିଛନ୍ତି।

ପ୍ରକାଶ ଥାଉ କି, ଏପ୍ରିଲ 26 ରେ ବାଙ୍ଗାଲୋରରେ ଶେଷ ହୋଇଥିବା ସର୍ବ ଭାରତୀୟ ଟେନିସ ପ୍ରତିଯୋଗିତାରେ 65 ବୟସ ବର୍ଗରେ ଶ୍ରୀ ରଥ ସିଙ୍ଗଲସ୍ ରେ ରନର ଅପ୍ ହେବାର ଗୌରବ ମଧ୍ୟ ଲାଭ କରିଛନ୍ତି।