ଭୁବନେଶ୍ୱର:୧୧/୫- ଶନିବାର କେଶରୀ ସିନେମା ହଲ୍ ପଛରେ ଥିବା ଓଡେଶା ଭବନର ପ୍ଲାଟିନମ୍ ଜୁବୁଲି ହଲରେ ଇଂ. ନରେନ୍ଦ୍ର କୁମାର ନାୟକଙ୍କ ପୁସ୍ତକ ‘ଅସରନ୍ତି ଅପରାହ୍ନ’ ପାଠକାର୍ପିତ ହୋଇଛି।

‘ସମ୍ପର୍କର ସେତୁ’ ପତ୍ରିକାର ସମ୍ପାଦକ ତଥା ଲେଖକ ଇଂ. ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସାମ୍ବାଦିକ ପ୍ରଦୋଷ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟିକ ଡଃ. ସୁରେନ୍ଦ୍ର ମୋହନ ମିଶ୍ର ମୁଖ୍ୟ ବକ୍ତା, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ କବି ଗୋସ୍ୱାମୀ ଗୋଲାମ ଦେବତା ଏବଂ ବିଶିଷ୍ଟ ଅନୁବାଦିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ସାମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ପ୍ରକାଶ ଯୋଗ୍ୟ ଯେ ‘ଅସରନ୍ତି ଅପରାହ୍ନ’ ଇଂ.ନାୟକଙ୍କ ରଚିତ ପୁସ୍ତକ ତାଙ୍କ ୩୮ତମ ବିବାହ ବାର୍ଷିକୀ ଓ ୩୮ତମ କର୍ମମୟ ଜୀବନ ସମୟରେଲେଖା ଯାଇଥିବାରୁ ଏହା ଏକ ଅନନ୍ୟ ଅନୁଭୂତି ବୋଲି ସେ ପ୍ରକାଶ କରିଥିଲେ। ପତ୍ରିକାର ପ୍ରକାଶିକା ଗୌରୀ ପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡଃ. ନାୟକଙ୍କ ସୁପୁତ୍ରୀ ଅର୍ପିତା ରାଣୀ ନାୟକ, ଶ୍ଵେତା,ସ୍ପନ୍ଦିତା ଓ ଅଙ୍କିତାଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଦୂରଦର୍ଶନର ସମ୍ବାଦ ପାଠିକା ଅନସୂୟା ସାହୁ ସଞ୍ଚାଳନ କରିଥିଲେ।
