• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ମହିଳା ସରକାରୀ କର୍ମଚାରୀଙ୍କ ୧୮୦ ଦିନର ମାତୃତ୍ୱ ଛୁଟି ପାଇଁ ନିୟମ ସ୍ଥିରୀକୃତ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୧ /୫- ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ୱ ଥିଲା। ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି। ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ କ୍ଷେତ୍ରରେ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି। ଏହା ସହିତ, ଜଣେ ମହିଳା ସରକାରୀ କର୍ମଚାରୀ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥାଇ, ପରବର୍ତ୍ତୀ ସମୟରେ ସେବାରେ ଯୋଗ ଦେବା ପରେ, ମାତୃତ୍ଵ ଛୁଟି ଉପଲବ୍ଧ କରିବା ଉପରେ ମଧ୍ୟ ଦ୍ୱନ୍ଦ୍ୱ ଥିଲା । ସେ ସମସ୍ୟା ମଧ୍ୟ ଦୂର ହୋଇଛି। ଏହା ସହିତ ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି।

ନୂତନ ନିଷ୍ପତ୍ତି ଅନୁଯାୟୀ-ସମ୍ଭାବ୍ୟ ପ୍ରସବ ତାରିଖର (Expected Delivery Date) ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅ ମାସ ମଧ୍ୟରେ ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ। କିନ୍ତୁ, ଜଣେ ମହିଳା ସରକାରୀ କର୍ମଚାରୀ ଯିଏ ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନଥିଲେ, ସେ ସରକାରୀ ସେବାରେ ଯୋଗ ଦେବା ପରେ ତାଙ୍କର ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ। ତେଣୁ ଏହି କ୍ଷେତ୍ରରେ, ମାତୃତ୍ୱ ଛୁଟି ୧୮୦ ଦିନରୁ କମ୍ ହେବ। ଉଦାହରଣ- ଜଣେ ମହିଳାଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ତାଙ୍କର ଶିଶୁକୁ ୨୭.୦୯.୨୦୨୫ରେ ଛଅ ମାସ ପୂର୍ଣ୍ଣ ହେବ। ଯଦି ସେ ୧୯.୦୬.୨୦୨୫ ତାରିଖରେ ସରକାରୀ ସେବାରେ ଯୋଗ ଦେଇ ମାତୃତ୍ୱ ଛୁଟି ପାଇଁ ଆବେଦନ କରନ୍ତି, ତେବେ ସେ ୨୦.୦୬.୨୦୨୫ ରୁ ୨୭.୦୯.୨୦୨୫ ତାରିଖ ପର୍ଯ୍ୟନ୍ତ (ଅର୍ଥାତ୍ କେବଳ ୧୦୦ ଦିନ) ମାତୃତ୍ବ ଛୁଟି ପାଇଁ ଯୋଗ୍ୟା ହେବେ। ଜଣେ ମହିଳା ସରକାରୀ କର୍ମଚାରୀ ମାତୃତ୍ଵ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ (miscarriage) କିମ୍ବା ଜନ୍ମିତ ଶିଶୁର ମୃତ୍ୟୁ (ଜନ୍ମର ୨୮ ଦିନ ମଧ୍ୟରେ) କିମ୍ବା ମୃତ ଶିଶୁ ଜନ୍ମ (୨୮ ସପ୍ତାହ କିମ୍ବା ତଦୁର୍ଦ୍ଧ୍ବ ସମୟର ଗର୍ଭଧାରଣ ପରେ ଯଦି ନିର୍ଜୀବ ଶିଶୁର ଜନ୍ମ ହୁଏ) ତେବେ ତାଙ୍କର ମାତୃତ୍ୱ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ।

ଯଦି ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହୁଏ, ତେବେ ସମ୍ପୃକ୍ତ ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ବ ଛୁଟି ସେହି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ। ଯଦି ତାଙ୍କର ମାତୃତ୍ୱ ଛୁଟିର ଅବଧି ଶେଷ ହୋଇଯାଇଥିବ, ତେବେ ସେ ୧୪ ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ କିମ୍ବା ଯଦି ତାଙ୍କର ମାତୃତ୍ୱ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ସେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ଵତନ୍ତ୍ର ମାତୃତ୍ୱ ଛୁଟି ପାଇବେ।
ଉଦାହରଣ-୧: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ସମ୍ଭାବ୍ୟ ପ୍ରସବ ତାରିଖ (EDD) ହେଉଛି ୩୦.୦୬.୨୦୨୫ ଏବଂ ସେ ଚିକିତ୍ସାଜନିତ ଜଟିଳତା ହେତୁ ଉପରୋକ୍ତ EDDର ତିନି ମାସ ପୂର୍ବରୁ ଯଥା ୦୧.୦୪.୨୦୨୫ ତାରିଖରୁ ମାତୃତ୍ଵ ଛୁଟି ନେଇଛନ୍ତି । ଯଦି ତାଙ୍କର ୦୧.୦୬.୨୦୨୫ ତାରିଖରେ ମୃତ ଶିଶୁ ଜନ୍ମ (still birth) ହୁଏ ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ ୧୨.୦୭ ୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ।
ଉଦାହରଣ-୨: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୨୮.୦୪.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, ତେବେ ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୦୮.୦୬.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ । ଉଦାହରଣ-୩: ଜଣେ ମହିଳା ସରକାରୀ କର୍ମଚାରୀଙ୍କ ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୦୧.୦୫.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୨୮ ଦିନ ପରେ ଶିଶୁର ମୃତ୍ୟୁ ହୁଏ) ତେବେ ସେହି ତାରିଖରୁ ୧୪ ପର୍ଯ୍ୟନ୍ତ ଅର୍ଥାତ୍ ୧୪.୦୫.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ଵ ଛୁଟି ନେଇପାରିବେ। ଉଦାହରଣ-୪: ଜଣେ ମହିଳା ସରକାରୀ କର୍ମଚାରୀ ୩୧.୦୧.୨୦୨୫ ତାରିଖରୁ ମାତୃତ୍ଵ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫ । ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୧୨୦ ଦିନରେ ଏବଂ ମାତୃତ୍ୱ ଛୁଟି ଅବଧିର ଶେଷ ଦିନରେ ) ତେବେ ସେହି ତାରିଖରୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୨.୦୭.୨୦୨୫ ତାରିଖ ପର୍ଯ୍ୟନ୍ତ ସେ ମାତୃତ୍ୱ ଛୁଟି ନେଇପାରିବେ।
ଉଦାହରଣ-୫: ଜଣେ ମହିଳା ସରକାରୀ କର୍ମଚାରୀ ୦୭.୦୨.୨୦୨୫ ତାରିଖରୁ ୦୫.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ (ଛଅ ମାସ) ମାତୃତ୍ୱ ଛୁଟି ନେଇଛନ୍ତି ଏବଂ ତାଙ୍କର ପ୍ରସବ ତାରିଖ ହେଉଛି ୦୧.୦୪.୨୦୨୫। ଯଦି ୨୯.୦୭.୨୦୨୫ ତାରିଖରେ ତାଙ୍କର ଜନ୍ମିତ ଶିଶୁର ମୃତ୍ୟୁ ହୁଏ, (ଅର୍ଥାତ୍‌, ଜନ୍ମର ୧୨୦ ଦିନରେ ଏବଂ ମାତୃତ୍ଵ ଛୁଟି ଅବଧିର ୧୭୩ ଦିନରେ ) ତେବେ ସେ ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ଅର୍ଥାତ ୧୨.୦୮.୨୦୨୫ ତାରିଖ ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ। ଏହି କ୍ଷେତ୍ରରେ, ତାଙ୍କର ମାତୃତ୍ୱ ଛୁଟିର ଅବଧି ୧୮୭ ଦିନ (୦୭.୦୨.୨୦୨୫ ଠାରୁ ୧୨.୦୮.୨୦୨୫ ପର୍ଯ୍ୟନ୍ତ) ହେବ।

ଦୁଇଟିରୁ କମ୍ ଜୀବିତ ପିଲା ଥିବା ମହିଳା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ, ଏହି ମାତୃତ୍ଵ ଛୁଟି ପ୍ରଦାନ କରାଯିବ। ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ। ଯଦି ମାତୃତ୍ୱ ଛୁଟି ସମୟରେ ଜଣେ ମହିଳା ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦବୀକୁ ପଦୋନ୍ନତି ଦିଆଯାଏ, ତେବେ ତାଙ୍କର ସେହି ଉଚ୍ଚ ପଦବୀରେ ଯୋଗଦାନ ରିପୋର୍ଟ ( ହାର୍ଡ କିମ୍ବା ସଫ୍ଟ କପି ) ଯେଉଁଦିନ ଉପଯୁକ୍ତ କର୍ତ୍ତୃପକ୍ଷ ପାଇବେ, ସେହିଦିନ ସେ ସେହି ଉଚ୍ଚ ପଦବୀରେ ଯୋଗ ଦେଲେ ବୋଲି ଧରାଯିବ। ସେ ତାଙ୍କର ମାତୃତ୍ୱ ଛୁଟିର ଅବଶିଷ୍ଟ ଅବଧି ନିରବଚ୍ଛିନ୍ନ ଭାବେ ନେଇପାରିବେ। ଜଣେ ମହିଳା ସରକାରୀ କର୍ମଚାରୀ ତାଙ୍କର ମାତୃତ୍ୱ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନେଇପାରିବେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com