ଭୁବନେଶ୍ୱର:24/5- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ନିହତ ହୋଇଛନ୍ତି। ହିନ୍ଦୋଳ ବନାଞ୍ଚଳରେ ବନ୍ୟପ୍ରାଣୀ ଶିକାର କରିବାକୁ ଯୋଜନା ହେଉଥିବା ବିଶେଷ ସୂତ୍ରରୁ ଖବରପାଇ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ସଦଳବଳେ ଗତକାଲି ବିଳମ୍ବିତ ରାତି ୧୧ରୁ ୧୨ଟା ସମୟରେ ଚଢ଼ାଉ ପାଇଁ ଯାଇଥିଲେ । ହିନ୍ଦୋଳ ଏନଏସିର ୱାର୍ଡନଂ ୧୪ ଅନ୍ତର୍ଗତ କଇ ଜଙ୍ଗଲ ମଝିରେ ଏକ ବଗିଚାରେ ଥିବା ଘରକୁ ଘେରାଉ କରିଥିଲେ।


ସେଠାରେ ବନ୍ଧୁକସହ ଥିବା କିଛି କୁଖ୍ୟାତ ଜଙ୍ଗଲଜନ୍ତୁ ଶିକାରୀଙ୍କୁ କାବୁ କରିବାବେଳେ ଜଣେ ଶିକାରୀ ଗୁଳି ମାଡ କରିବାରୁ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ଗୁରୁତର ଆହତ ହୋଇଥିଲେ। ସେଠାରୁ ଚାରିଜଣ ଶିକାରୀଙ୍କୁ ବନବିଭାଗ କର୍ମଚାରୀମାନେ କାବୁ କରିବା ସହ ତୁରନ୍ତ ଗୁରୁତର ଫରେଷ୍ଟରଙ୍କୁ ପ୍ରଥମେ ହିନ୍ଦୋଳ ମେଡିକାଲ ଏବଂ ଡାକ୍ତରପରାମର୍ଶରେ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଫରେଷ୍ଟରଙ୍କ ପରିବାର ପାଇନି ୩୦ଲକ୍ଷ ଟଙ୍କା ସହାୟତାରାଶି ଘୋଷଣା କରିଛନ୍ତି।