• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନବୀନ କହିଲେ ଲମ୍ବା ଭାଷଣ ଓ ବଡ଼ ବଡ଼ ବିଜ୍ଞାପନରେ ବିକାଶ ଆସେନି

Share on FacebookShare on TwitterShare on Whatsapp

ଭୁବନେଶ୍ୱର:10/6-ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ । ଲୋକଙ୍କ Mandate ରେ ଆମେ ଆଜି ବିରୋଧୀ ଦଳରେ ବସିଛେ । ଏବଂ ବିଜେଡି ଏକ Responsible Opposition ଭାବରେ କାମ କରୁଛି । ଭାରତୀୟ ଜନତା ପାର୍ଟି ସରକାର ଓଡିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା । କୁହାଯାଉଛି ଲୋକଙ୍କ ସରକାର । କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ ବଡ ବିଜ୍ଞାପନରେ ବିକାଶ ଆସେ ନାହିଁ । ଆମ ସରକାର ସମୟରେ ଓଡିଶାର 90 % ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ । ଆଜି ଆୟୁଷ୍ମାନ ଭାରତ ଆରମ୍ଭ ହୋଇଛି । ଲୋକମାନେ ଔଷଧ ପାଉ ନାହାନ୍ତି । ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇ ପାରୁନି ।

ହଜାର ହଜାର ଲୋକ ହଇରାଣ । ମା’ ମାନେ ହଇରାଣ । ବୁଢା ବୁଢି ହଇରାଣ । କ୍ୟାନ୍ସର ରୋଗୀ ହଇରାଣ । ପିଲାମାନେ ହଇରାଣ । Health System ପୁରା Collapse କରିଛି । Out of 30 Districts, CDMO post is vacant in 19 Districts. This is the success of the present Government.ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ ମାନେ Empower ହୋଇଥିଲେ । ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତି Movement କୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା । ବ୍ୟାଙ୍କରେ ମା’ ମାନେ ହଇରାଣ । ସରକାରୀ ଦପ୍ତରରେ ମା’ ମାନଙ୍କ କାମ ହେଉନାହିଁ । ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ ମାନେ ଆଜି ଘରେ ବସି ହତାଶ । ମା’ ମାନଙ୍କ Self confidence ଭାଙ୍ଗି ଯାଇଛି । ଏହା ହେଉଛି ଏ ସରକାରର ବଡ ସଫଳତା । ଆଜି ଏ ସରକାର ଅଛି । କାଲି ଆଉ କିଏ ଆସିବ । ଆମ ସରକାର ସମୟରେ ମିଶନ ଶକ୍ତି Movement ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣି ଥିଲା । ତେଣୁ ମା’ ମାନଙ୍କ Empowerment ରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ ଭୁଲ୍‌ । ମା’ ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ ।

Election ସମୟରେ କୁହା ଗଲା କଟନି ଛଟନି ବନ୍ଦ ହେବ । ସବୁ ଚାଷୀ MSP ପାଇବେ । ଆମ ଭିତରେ ବହୁ ଚାଷୀ ଭାଇ ଭଉଣୀ ଅଛନ୍ତି । ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ । ସରକାରଙ୍କୁ ଭୟ ନାହିଁ । ଚାଷୀ ମାନେ କାହାକୁ ଗୁହାରୀ କରିବେ ? ଚାଷୀ Agricultural Loan ପାଇବାରେ ହଇରାଣ । ବିଜେଡି ସମୟରେ ରେକର୍ଡ ପରିମାଣରେ Irrigation ହୋଇଥିଲା । ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ । ଲୋକଙ୍କ ସରକାର । କିନ୍ତୁ ଲୋକ ନାରଖାର । ଲୋକ ଚେତିଲେଣି । ସରକାର ବୁଝନ୍ତୁ ।

2000 ରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡିଶାର Loan burden ଥିଲା 18 ହଜାର କୋଟି । Over Draft ରେ ସରକାର ଚାଲିଥିଲା । 2024 ରେ ଆମେ ଦାୟିତ୍ୱ ଛାଡିବା ବେଳେ Government Treasy ରେ Surplus ଥିଲା 45 ହଜାରେ କୋଟି । କିନ୍ତୁ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଛି ।

2005-06 ରେ ଓଡିଶାର ଗରିବୀ 63.83 % ଥିବା ବେଳେ 2023 ରେ ଏହା 11.07 % କୁ ଆସିଥିଲା । 102.78 ଲକ୍ଷ ଲୋକ Poverty Line ଉପରକୁ ଉଠିଥିଲେ । IMR, MMR ଆଦି ସବୁ Development Indicator ରେ Visible Improvement ଆସିଥିଲା । ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି । ଲୋକଙ୍କ କଲ୍ୟାଣ ଓ ଓଡିଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିବାର ଅଛି । । ମୁଁ ଆଶା କରିବି ଏଠି ଥିବା ନେତା ମାନେ ଓ ଗାଁରେ ଥିବା କର୍ମୀ ମାନେ ଲୋକଙ୍କ ସେବା ଜାରୀ ରଖିବେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com