• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ବିଜେପି
ସରକାର ବିଫଳ: ବିଜେଡି

ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ବିଜେପି
ସରକାର ବିଫଳ: ବିଜେଡି
Share on FacebookShare on TwitterShare on Whatsapp

-ବିଜେଡିର ମହିଳା ଜନ ଜାଗରଣ କାର୍ଯ୍ୟକ୍ରମ

-ଏକବର୍ଷରେ ଦୁଷ୍କର୍ମ, ଅପହରଣ, ହତ୍ୟାରେ ଅହେତୁକ ବୃଦ୍ଧି

-ସୁଭଦ୍ରାରେ ଦିନକୁ ୨୭ ଟଙ୍କା ଦେଇ ମହିଳାଙ୍କ ସ୍ୱାଭିମାନଙ୍କୁ ଉପହାସ କରିଛନ୍ତି ସରକାର

ଭୁବନେଶ୍ୱର:୧୩/୦୬-ରାଜ୍ୟରେ ଗତ ଏକ ବର୍ଷରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠାରେ ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନରେ ଆଜି ବିଜୁ ଜନତା ଦଳ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ନିର୍ଯାତନା ବଢ଼ି ଚାଲିଥିବା ବେଳେ, ମହିଳାମାନେ ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି । ଏହି ସମାବେଶରେ ମହିଳା ମାନଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ, ସାତ ସୂତ୍ରୀ ପ୍ରସ୍ତାବ ଗୃହୀତ ହୋଇଛି ।


ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମରେ ଦଳର ସମସ୍ତ ଆଗଧାଡ଼ିର ମହିଳା ନେତ୍ରୀଙ୍କ ସମେତ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଗତକାଲି ଅହମ୍ମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ଉପସ୍ଥିତ ବିଜେଡିର ମହିଳା ନେତ୍ରୀମାନେ ବକ୍ତବ୍ୟ ରଖି ସରକାରଙ୍କ ଉପରେ ବର୍ଷିଥିଲେ । ଗତ ଏକ ବର୍ଷରେ, ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧିପାଇଛି । ମହିଳାମାନେ ଦୁଷ୍କର୍ମ, ଅପହରଣ, ହତ୍ୟା, ଯୌନ ନିର୍ଯାତନାର ଶିକାର ହେଉଥିବା ଖବର ପ୍ରତିଦିନ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଶିରୋନାମା ପାଲଟୁଛି । ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନବୀନ ସରକାରଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ସଶକ୍ତ ହୋଇଥିବା ୭୦ ଲକ୍ଷ ମହିଳା ଯେଉଁ ଅର୍ଥନୈତିକ ସ୍ୱାଧୀନତା ହାସଲ କରିଥିଲେ, ତାହା ଆଜି ସରକାରଙ୍କ ଉଦାସୀନତା ଯୋଗୁଁ ବିପଦରେ ପଡିଛି । ରାଜ୍ୟ ସରକାର ମିଶନ ଶକ୍ତିର ଏସଏଚଜି ଗୁଡିକୁ ଅଣଦେଖା କରୁଛନ୍ତି, ସ୍ୱାବଲମ୍ୱୀ ହୋଇଥିବା ମହିଳାମାନେ ଆଜି ସୁଯୋଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି । ସୁଭଦ୍ରା ଯୋଜନାରେ, ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବା ବଦଳରେ ୫ ହଜାର ଟଙ୍କା ଦେଇ ମହିଳାଙ୍କ ସହ ପ୍ରତାରଣା କରିଛନ୍ତି । ସେହିପରି, ରାଜ୍ୟରେ ଶିଶୁ ଅପହରଣ ଓ ପିଲା ବିକ୍ରି ଘଟଣା ଗତ ଏକ ବର୍ଷରେ ବୃଦ୍ଧି ପାଇଛି । ଏହାଛଡା, ଅତ୍ୟାବଶକୀୟ ଜିନିଷର ଦରଦାମ ନିୟନ୍ତ୍ରଣ, ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ ପ୍ରଦାନ, ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା, ବିନା କଟନୀଛଟନୀରେ ଧାନ କିଣିବାରେ ସରକାର ବିଫଳ ହୋଇଛନ୍ତି ।

ଏହି ଜନ ଜାଗରଣ ଅଭିଯାନରେ ସମାଜରେ ମହିଳା ମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସାତ ସୂତ୍ରୀ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ସଂସଦରେ ପାରିତ ହୋଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ ଅନୁଯାୟୀ, ମହିଳା ମାନଙ୍କ ପାଇଁ ବିଧାନସଭା ଓ ସଂସଦରେ ୩୩% ଆସନ ସଂରକ୍ଷଣର ବ୍ୟବସ୍ଥାକୁ ୨୦୨୯ ସାଧାରଣ ନିର୍ବାଚନରେ ଲାଗୁ କରାଯାଉ ବୋଲି ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଥିଲା । ମିଶନ ଶକ୍ତି ମାଧ୍ୟମରେ ଗଠିତ ହୋଇଥିବା ରାଜ୍ୟର ୭ ଲକ୍ଷରୁ ଊଦ୍ଧ୍ୱର୍ ଏସଏଚଜି ଗୁଡ଼ିକୁ ବିଜେଡି ସରକାର ସମୟରେ ସରକାରୀ ବିଭାଗ ମାନଙ୍କ ସହ ଯେଭଳି ସହଭାଗିତାର ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା, ତାହା ପୁନଃ କାର୍ଯ୍ୟକ୍ଷମ କରାଯାଉ । ଏସଏଚଜି ଗୁଡ଼ିକୁ ବିନା ସୁଧରେ ବର୍ଷକୁ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉ । ମିଶନ ଶକ୍ତିର ବଜେଟ ପରିମାଣକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଉ । ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ ଓ ପୂର୍ବରୁ ଥିବା ମହିଳା ଓ ଶିଶୁ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ମହିଳାଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ । ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡରେ ବର୍ଷକୁ ୨୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ଏହି ସମାବେଶରେ ପ୍ରସ୍ତାବ ଗୃହୀତ ହୋଇଛି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com